Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ପ୍ରାର୍ଥନା ସୁଯୋଗ

    ପରମେଶ୍ବର ଆମ୍ଭମାନଙ୍କ ସହିତ ତାହାଙ୍କ ପ୍ରକୃତି ଦେଇ, ପ୍ରକାଶିତ ବାକ୍ୟରେ ତାହାଙ୍କର ଦୈବାତ ଘଟଣା ଦେଇ ଓ ତାହାଙ୍କ ପବିତ୍ର ଆତ୍ମାଙ୍କ ଦେଇ କଥା କହନ୍ତି କିନ୍ତୁ ତାହାସବୁ ଯଥେଷ୍ଟ ନୁହେଁ, ଏଣୁ ଆମ୍ଭମାନଙ୍କର ହୃଦୟ ଖୋଲି ତାହାଙ୍କ ସହିତ କଥା କହିବା ଉଚିତ୍ । ଆତ୍ମିକ ଜୀବନ ଓ ଶକ୍ତି ପ୍ରାପ୍ତ ହେବା ନିମନ୍ତେ ଆମ୍ଭେମାନେ ସ୍ଵର୍ଗୀୟ ପିତାଙ୍କ ସହିତ ପ୍ରକୃତ ସମ୍ବନ୍ଧ ରଖିବା ପ୍ରୟୋଜନ । ଆମ୍ଭମାନଙ୍କ ମନ ତାହାଙ୍କ ଆଡ଼କୁ ଆକୃଷ୍ଟ ହେବା କର୍ତ୍ତବ୍ୟ । ତାହାଙ୍କର କାର୍ଯ୍ୟ, ତାହାଙ୍କ ଅନୁଗ୍ରହ ଓ ତାହାଙ୍କ ଆଶୀର୍ବାଦ ସବୁ ନିତ୍ୟ ଧ୍ୟାନ କଲେ ମଧ୍ୟ, ତାହାଙ୍କ ସହିତ ସମ୍ପୂର୍ଣ୍ଣଭାବେ ସମ୍ବନ୍ଧକୁ ବୁଝାଏ ନାହିଁ । ଈଶ୍ଵରଙ୍କ ସହ ଯୋଗାଯୋଗ ରଖିବା ନିମନ୍ତେ, ଆମ୍ଭମାନଙ୍କର ଜୀବନ ସମ୍ବନ୍ଧରେ ତାହାଙ୍କୁ କିଛି ପରିଚୟ ଦେବା ବାଞ୍ଛନୀୟ ଅଟେ ।ଖ୍ରୀପ 63.1

    ଈଶ୍ବରଙ୍କ ନିକଟରେ ପ୍ରାର୍ଥନାର ଅର୍ଥ, ବନ୍ଧୁ ଯେପରି ବନ୍ଧୁ ନିକଟରେ ହୃଦୟ ଖୋଲି କଥା କହେ ତାହା ସଦୃଶ । ଆମ୍ଭେମାନେ କିପରି ଅଛୁ ତାହା ଈଶ୍ବରଙ୍କୁ ଜଣାଇବା ଅତି ଆବଶ୍ୟକ ନୁହେଁ, କିନ୍ତୁ ତାହା ଦେଇ ଆମ୍ଭେମାନେ ଈଶ୍ଵରଙ୍କୁ ଗ୍ରହଣ କରିବାକୁ ସାହାଯ୍ୟ ପାଉ । ପ୍ରାର୍ଥନା କୌଣସି ପ୍ରକାରର ଈଶ୍ବରଙ୍କୁ ଆମ୍ଭମାନଙ୍କ ନିକଟକୁ ନେଇ ଆସେ ନାହିଁ କିନ୍ତୁ ଆମ୍ଭମାନଙ୍କୁ ଉର୍ଦ୍ଧ୍ବକୁ ଈଶ୍ଵରଙ୍କ ପାଖ ନେଇଯାଏ ।ଖ୍ରୀପ 63.2

    ଯୀଶୁ ଏହି ପୃଥିବୀରେ ଥିଲାବେଳେ, କିପରି ପ୍ରାର୍ଥନା କରିବାକୁ ହେବ ତାହା ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ । ସେମାନଙ୍କ ଦୈନିକ ଆବଶ୍ୟକତା ପରମେଶ୍ବର ଜଣାଇବାକୁ ଶିକ୍ଷା ଦେଲେ, ଆଉ ସେମାନେ ଯେପରି ସେମାନଙ୍କର ସମସ୍ତ ଚିନ୍ତା ଈଶ୍ବରଙ୍କ ଉପରେ ପକାଇ ପାରିବେ ସେ ବିଷୟରେ ଶିକ୍ଷା ଦେଲେ । ଏହାଦ୍ଵାରା ଆମ୍ଭମାନଙ୍କ ନିବେଦନ ମଧ୍ୟ ପରମେଶ୍ଵର ଶୁଣିବେ । ତାର ଆଶ୍ରୟଦାତା ମଧ୍ୟ ସେ ଆମ୍ଭମାନଙ୍କୁ ଦେଲେ ।ଖ୍ରୀପ 63.3

    ମନୁଷ୍ୟମାନଙ୍କ ମଧ୍ୟରେ ବାସ କରିବା ବେଳେ ଯୀଶୁ ବହୁ ସମୟରେ ପ୍ରାର୍ଥନାରେ କଟାଇଥିଲେ । ତ୍ରାଣକର୍ତ୍ତ। ଆମ୍ଭମାନଙ୍କ ଅଭାବ ଓ ଦୁର୍ବଳତା ସଙ୍ଗେ ଆପଣାକୁ ଅଭିନ୍ନ ବୋଲି ଦେଖାଇଲେ, ଏହାଦ୍ୱାରା ସେ ଆପଣାକୁ ଜଣେ ଅଭାବଗ୍ରସ୍ତ, ନିବେଦନକାରୀ ରୂପେ ପିତାଙ୍କଠାରୁ ନୂତନ ବଳ ପାଇବାକୁ ଓ ତାହାଙ୍କ କର୍ତ୍ତବ୍ୟ ଓ ପରୀକ୍ଷାର ସମ୍ମୁଖୀନ ହେବାକୁ ସାହାଯ୍ୟ ମାଗିଥିଲେ । ସେ ସବୁ ବିଷୟରେ ଆମ୍ଭମାନଙ୍କର ଆଦର୍ଶ ଅଟନ୍ତି । ଆମ୍ଭମାନଙ୍କ ଦୁର୍ବଳତାରେ ସେ ଆମ୍ଭମାନଙ୍କର ଭାଇ-ଯେଣୁ ସେ ” ସବୁ ବିଷୟରେ ଆମ୍ଭମାନଙ୍କର ତୁଲ୍ୟ ପରୀକ୍ଷିତ ହୋଇଥିଲେ,” କିନ୍ତୁ ସେ ନିଷ୍ପାପୀ ଥିବା ହେତୁ ତାହାଙ୍କ ସ୍ଵଭାବ ମନ୍ଦଠାରୁ ଦୂରରେ ଥିଲା । ସେ ପାପମୟ ଜଗତରେ ଆତ୍ମାରେ ଦୁଃଖଭୋଗ କଲେ । ତାହାଙ୍କର ମନୁଷତ୍ବ ପ୍ରାର୍ଥନାକୁ ଏକ ଆବଶ୍ୟକୀୟ ଓ ସୁଯୋଗ କରିଦେଲା । ପିତାଙ୍କ ସହିତ ଯୋଗାଯୋଗ ରଖିବା ଦ୍ବାରା ସେ ଆନନ୍ଦ ଓ ସାନ୍ତ୍ୱନା ପାଉଥିଲେ । ଯଦି ସେ ମନୁଷ୍ୟମାନଙ୍କର ପରିତ୍ରାଣକର୍ତ୍ତା ଓ ଈଶ୍ବରଙ୍କ ପୁତ୍ର ହୋଇ ପ୍ରାର୍ଥନାର ଗୁରୁତ୍ଵ ବୁଝିଥିଲେ, ତେବେ ଆମ୍ଭେମାନେ ଦୁର୍ବଳ, ପାପୀ ଓ ମରଣଶୀଳ ହୋଇ କେତେ ଅଧିକ ଆଗ୍ରହ ଓ ନିରବଚ୍ଛିନ ଭାବେ ପ୍ରାର୍ଥନା କରିବା ଦରକାର ।ଖ୍ରୀପ 63.4

    ଆମ୍ଭମାନଙ୍କ ଉପରେ ତାହାଙ୍କର ପୂର୍ଣ୍ଣ ଆଷିଷ ପ୍ରଦାନ କରିବାକୁ ଆମ୍ଭମାନଙ୍କ ସ୍ବର୍ଗସ୍ଥା ପିତା ଅପେକ୍ଷା କରି ରହିଅଛନ୍ତି । ତାହାଙ୍କ ଅସୀମ ପ୍ରେମ ଝରଣାରେ ଆମ୍ଭେମାନେ ତୃପ୍ତିକର ଭାବେ ପାନ କରିବାକୁ ଆମ୍ଭମାନଙ୍କୁ ବିଶେଷ ସୁଯୋଗ ପ୍ରଦାନ କରାହୋଇଛି । ଆମ୍ଭେମାନେ ଏତେ କମ୍ ପ୍ରାର୍ଥନା କରିଥାଉ, ଏହା ଆଶ୍ଚର୍ଯ୍ୟର ବିଷୟ ! ପରମେଶ୍ବର ତାହାଙ୍କ ନମ୍ର ସନ୍ତାନମାନଙ୍କଠାରୁ ସୁଦ୍ଧା ପ୍ରାର୍ଥନା ଶ୍ରବଣ କରିବାକୁ ପ୍ରସ୍ତୁତ ଥାଆନ୍ତି କିନ୍ତୁ ଆମ୍ଭେମାନେ ପ୍ରକାଶ୍ୟ ଭାବେ ଆମ୍ଭମାନଙ୍କ ଅଭାବ ଜଣାଇବାକୁ ଅନିଚ୍ଛୁକ ଅଟୁ । ନିଃସହାୟ ଓ ପରୀକ୍ଷାଧୀନ ମନୁଷ୍ୟମାନଙ୍କ ବିଷୟରେ ସ୍ଵର୍ଗର ଦୁତମାନେ କିପରି ଭାବନ୍ତି, ଯେତେବେଳ ଈଶ୍ବରଙ୍କର ହୃଦୟରେ ଅସୀମ ପ୍ରେମ ସେମାନଙ୍କ ନିମନ୍ତେ ଅଛି, ମାଗିବାରୁ ସେ ଅଧିକ ଦିଅନ୍ତି ତଥାପି ସେମାନେ କେତେ ଅଳ୍ପ ପ୍ରାର୍ଥନା କରନ୍ତି ଓ ସେମାନଙ୍କ କେତେ କମ୍ ବିଶ୍ୱାସ ? ସୂର୍ଗ ଦୁତମାନେ ନତମସ୍ତକ ହୋଇ ଈଶ୍ଵରଙ୍କୁ ପ୍ରେମ କରନ୍ତି, ସେମାନେ ତାହାଙ୍କ ନିକଟକୁ ଯିବାପାଇଁ ଭଲପାଆନ୍ତି । ଈଶ୍ବରଙ୍କ ସହିତ ଯୋଗାଯୋଗ ରଖିବାକୁ ସେମାନେ ସର୍ବାପେକ୍ଷ ଆନନ୍ଦ ବୋଲି ଭାବନ୍ତି । ତଥାପି ପୃଥିବୀର ସନ୍ତାନମାନେ, ଯେଉଁ ମାନଙ୍କୁ ଈଶ୍ବରଙ୍କ ଏତେ ଅଧିକ ସାହାଯ୍ୟର ପ୍ରୟୋଜନ ସେମାନେ ପରମେଶ୍ବରଙ୍କ ଉପସ୍ଥିତି ଓ ପବିତ୍ର ଆତ୍ମାଙ୍କ ଆଲୋକ ବିନା ଗମନାଗମନ କରିବାକୁ ସନ୍ତୋଷ ପ୍ରକାଶ କରନ୍ତି ।ଖ୍ରୀପ 64.1

    ଯେଉଁମାନେ ପ୍ରାର୍ଥନାକୁ ଅବହେଳା କରନ୍ତି ସେମାନଙ୍କୁ ମହାତ୍ମାର ଅନ୍ଧକାର ଘେରି ରହିଥାଏ । ଶତ୍ରୁର କାନ କୁହା ପରୀକ୍ଷା ସେମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ । ଏପରି ଘଟେ କାରଣ ସେମାନେ ଈଶ୍ବର ଦ , ଈଶ୍ୱରୀୟ ସୁଯୋଗ ପ୍ରାର୍ଥନାକୁ ବ୍ୟବହାର କରନ୍ତି ନାହିଁ । ଈଶ୍ଵରଙ୍କ ସନ୍ତାନ ସନ୍ତତିମାନେ କାହିଁକି ପ୍ରାର୍ଥନା କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି, ଯେତେବେଳେ ପ୍ରାର୍ଥନା ବିଶ୍ଵାସ ହସ୍ତରେ ସୂର୍ଗର ଭଣ୍ଡାରଘର ଖୋଲିବାକୁ ଚାବି ଅଟେ, ଯେଉଁ ଠାରେ ସର୍ବଶକ୍ତିମାନଙ୍କର ଅସୀମ ସମ୍ପତ୍ତି ଗଚ୍ଛିତ ଅଛି ? ସବୁବେଳେ ଜାଗ୍ରତ ରହି ପ୍ରାର୍ଥନାରେ ବିଶ୍ବସ୍ତ ନ ଥିଲେ ଆମ୍ଭେମାନେ ସତ୍ୟ ପଥରୁ ପୃଥକ ହୋଇ ଦୂରକୁ ଚାଲିଯିବା ଭୟରେ ଥାଉ । ପରମ ଶତ୍ରୁ ଶୟତାନ ସଦାସର୍ବଦା ଅନୁଗ୍ରହ ଆସନ ନିକଟକୁ ଆସିବା ପଥ ରୁଦ୍ଧ କରିବାକୁ ଯନ୍ କରେ, ଯେପରି ଆମ୍ଭେମାନେ ପରୀକ୍ଷାରେ ଜୟଲାଭ କରିବା ପାଇଁ ବିଶ୍ବାସରେ ପ୍ରାର୍ଥନା କରି ଅନୁଗ୍ରହ ପାଇ ନ ପାରୁ ।ଖ୍ରୀପ 64.2

    ଈଶ୍ବର ଆମ୍ଭମାନଙ୍କ ପ୍ରାର୍ଥନା ଶୁଣି ତାହାର ଉତ୍ତର ଯେପରି ଦେବେ ସେଥିନିମନ୍ତେ କେତୋଟି ସର୍ତ୍ତ ରହିଛି । ଏମାନଙ୍କ ମଧ୍ୟରୁ ସର୍ବ ପ୍ରଥମଟି ହେଲା, ତାହାଙ୍କଠାରୁ ଆମ୍ଭର ସାହାଯ୍ୟ ଦରକାର ଏହା ଉପଲବ୍ଧ କରିବା । ସେ ପ୍ରତିଜ୍ଞା କରିଅଛନ୍ତି, “କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କଭୂମି ଉପରେ ଜଳସ୍ରୋତ ଢ଼ାଳିବା,” ଯେଉଁମାନେ ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ, ଯେଉଁମାନେ ଈଶ୍ବରଙ୍କୁ ଲୋଡ଼ନ୍ତି, ସେମାନେ ଯେ ପରିତୃପ୍ତ ହେବେ ଏହା ସ୍ଥିର ନିଶ୍ଚିତ ହୋଇପାରନ୍ତି । ହୃଦୟକୁ ପବିତ୍ର ଆତ୍ମାଙ୍କ ପ୍ରଭାବ ନିମନ୍ତେ ଅବଶ୍ୟ ଖୋଲା ରଖିବାକୁ ହେବ ନତୁବା ଈଶ୍ବରଙ୍କ ଆଶୀର୍ବାଦ ପାଇପାରିବା ନାହିଁ ।ଖ୍ରୀପ 64.3

    ଆମ୍ଭମାନଙ୍କ ଆପଣା ବିଶେଷ ପ୍ରୟୋଜନ ପରିସ୍ଥିତି ହିଁ ଯୁକ୍ତି ସଙ୍ଗତ ଅବସ୍ଥା ଅଟେ ଏବଂ ତାହା ଆମମାନଙ୍କ ପକ୍ଷରେ ଅତ୍ୟୁଚ୍ଚ ସ୍ବରରେ ଡ଼ାକ ପକାଏ । ପ୍ରଭୁଙ୍କୁ ଆ ସ୍ଵରରେ ଡାକପକାଇବା ଉଚିତ୍, କାରଣ ସେ ସବୁ ସାଧନ କରିପାରନ୍ତି । ସେ କହନ୍ତି, ” ମାଗ ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଦ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ ।” (ମାଥିଉ ୭:୭) “ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ ।” (ରୋମୀ ୮:୩୨) ଖ୍ରୀପ 65.1

    ଯଦି ଆମ୍ଭେମାନେ ହୃଦୟରେ କୌଣସି ଅପରାଧକୁ ଜାଗା ଦେଉ ଓ କୌଣସି ଜ୍ଞାତ ପାପକୁ ପସନ୍ଦ କରି ଜାବୁଡ଼ି ଧରୁ ତେବେ ପରମେଶ୍ବର ଆମ୍ଭମାନଙ୍କ ପ୍ରାର୍ଥନା ଶୁଣିବେ ନାହିଁ; କିନ୍ତୁ ବିନୀତ ଓ ଅନୁତପ୍ତ ପ୍ରାର୍ଥନାକାରୀର ପ୍ରାର୍ଥନା ସର୍ବଦା ଗ୍ରହଣଯୋଗ୍ୟ ତେଣୁ ସର୍ବ ପ୍ରଥମରେ ସବୁଜ୍ଞାତ ଭୁଲ ତୃଟିକୁ ସଂଶୋଧନ କଲେ, ସେତେବେଳେ ଆମେ ବିଶ୍ବାସ କରିବା ଯେ ପରମେଶ୍ବର ଆମ୍ଭମାନଙ୍କର ପ୍ରାର୍ଥନାର ଉତ୍ତର ଦେବେ । ଆମ୍ଭମାନଙ୍କର ସଦ୍ଗୁଣ ଯୋଗୁଁ ଆମ୍ଭେମାନେ ପରମେଶ୍ବରଙ୍କ ଦୃଷ୍ଟିରେ ଯୋଗ୍ୟ ବିବେଚିତ ହେଉ ନା, ଏହା କେବଳ ଯୀଶୁଙ୍କ ଯୋଗ୍ୟତା ଯାହା ଆମ୍ଭମାନଙ୍କୁ ସୁରକ୍ଷା କରେ, ତାହାଙ୍କ ରକ୍ତ ଆମ୍ଭମାନଙ୍କୁ ପରିଷ୍କାର କରେ । ତଥାପି ଗ୍ରହଣଯୋଗ୍ୟ ହେବା ନିମନ୍ତେ ଆମ୍ଭେମାନେ କାର୍ଯ୍ୟ କରିବା ଉଚିତ୍ । ଖ୍ରୀପ 65.2

    ଫଳପ୍ରଦ ପ୍ରାର୍ଥନା ନିମନ୍ତେ ଆଉ ଏକ ମୌଳିକ ବିଷୟ ହେଲା ବିଶ୍ୱାସ ।” କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନୃଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ଵାସ କରିବା ଆବଶ୍ୟକ ।” “ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ତୁମେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ଵାସକର ସେଥିରେ ସେହି ସବୁ ପାଇବ ।” (ଏବ୍ରୀ ୧୧;୬, ମାର୍ଚ୍ଚ ୧୧ : ୨୪) ତୁମ୍ଭେ ତାହାଙ୍କ ବାକ୍ୟକୁ ବିଶ୍ବାସ କରି କି ? ଖ୍ରୀପ 65.3

    ତାହାଙ୍କ ପ୍ରତିଜ୍ଞାର ନିଶ୍ଚୟତା ବିସ୍ତୃତ ଓ ଅସୀମ, ଯେ ପ୍ରତିଜ୍ଞା କରିଅଛନ୍ତି ସେ ବିଶ୍ବସ୍ତ ଅଟନ୍ତି । ଯଦି ଆମେମାନେ ପ୍ରାର୍ଥନା କରୁ ଓ ସଫଳତା ସେହି ସମୟରେ ପ୍ରାପ୍ତ ନ ହେଉ ତଥାପି ଆମ୍ଭେମାନେ ବିଶ୍ବାସ କରିବା ଯେ ପରମେଶ୍ଵର ଆମ୍ଭମାନଙ୍କ ପ୍ରାର୍ଥନା ଶୁଣନ୍ତି ଓ ସେ ପ୍ରାର୍ଥନାର ଉତ୍ତର ଦେବେ । ଆମ୍ଭେମାନେ ଭୁଲବଶତଃ ବହୁ ସମୟ ରେ ଯାହା ଆମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ ନୁହେଁ ସେହି ସବୁ ମାଗିଥାଉଁ କିନ୍ତୁ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ଆମ୍ଭମାନଙ୍କ ନିମନ୍ତେ ଯାହା ଯାହା ଉତ୍କୃଷ୍ଟ ତାହାହିଁ ଦେଇଥାଆନ୍ତି । ଏହିସବୁ ଈଶ୍ଵରଙ୍କ ଆଲୋକର ବୁଝିବାକୁ ଇଚ୍ଛାକଲେ ବୁଝି ପାରିବା । ଯେବେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ମିଳିବାରେ ବିଳମ୍ବ ଘଟେ, ତଥାପି ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାକୁ ଜାବୋଡ଼ି ଧରିବା ଉଚିତ୍ ଯେଣୁ ସେ ତାହାର ଉତ୍ତର ଉଚିତ୍ ସମୟରେ ଦେବେ ଓ ଯାହା ଆମ୍ଭେମାନେ ଇଚ୍ଛା କରିଥାଉଁ ଆବଶ୍ୟକ ଅନୁସାରେ ସେ ଦେବେ । କିନ୍ତୁ ଆମ୍ଭମାନଙ୍କ ଇଚ୍ଛାନୁସାରେ ଯେ କେବଳ ପ୍ରାର୍ଥନାର ଉତ୍ତର ପାଉଁ ଏହା ଭାବିବା ଅନୁଚିତ୍ । ପରମେଶ୍ବର ବିଜ୍ଞ ଅଟନ୍ତି ଓ ଭୁଲ କରି ପାରନ୍ତି ନାହିଁ ଓ ଆପଣା ପ୍ରେମକାରୀ ମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକ କରି ରଖିବାକୁ ପସନ୍ଦ କରନ୍ତି ନାହିଁ । ଏଣୁ ଆମ୍ଭେମାନେ ତାହାଙ୍କୁ ବିଶ୍ବାସ କରିବାକୁ ଓ ତାହାଙ୍କ ଉପରେ ନିର୍ଭର କରିବାକୁ କୌଣସି ପ୍ରକାରେ ଭୟ କରିବା ଉଚିତ୍ ନୁହେଁ ଯଦି ଓ ତୁମ୍ଭେ ତୁମ୍ଭ ପ୍ରାର୍ଥନାର ତତ୍‌କ୍ଷଣାତ୍ ଉତ୍ତର ପାଇ ନ ଥାଅ । ତାହାଙ୍କ ନିଶ୍ଚିତ ପ୍ରତିଜ୍ଞା ଉପରେ ଭରସା ରଖ, “ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ । (ମାଥିଉ ୭:୬)ଖ୍ରୀପ 65.4

    ଯଦି ଆମ୍ଭେମାନେ ସନ୍ଦିଗ୍ଧ ଚି ଓ ଭୟଭୀତ ହେଉଁ କିମ୍ବା ଯାହା ଆମ୍ଭେମାନେ ପରିଷ୍କାର ଭାବେ ଦେଖୁପାରୁ ନା, ବିଶ୍ବାସ ପୂର୍ବେ, ଗୋଳମାଳିଆ ଅବସ୍ଥା ବୃଦ୍ଧି ପାଇ ଚିନ୍ତା ଗଭୀର ହୁଏ । କିନ୍ତୁ ନିଃସହାୟ ହୋଇ ଓ ନିର୍ଭର କରି ଈଶ୍ବରଙ୍କ ପାଖକୁ ଆସିଲେ ବିନୀତ ଚି ରେ ନିର୍ଭରଶୀଳ ହୋଇ ସର୍ବଜ୍ଞ ଈଶ୍ବରଙ୍କୁ ଆମ୍ଭମାନଙ୍କ ଅଭାବି ଜଣାଇଲେ ସେ ସକଳ ସୃଷ୍ଟିର ଅଭାବ ବୁଝନ୍ତି ଓ ତାହାଙ୍କ ଇଚ୍ଛା ଓ ବାକ୍ୟଦ୍ଵାରା ଆମ୍ଭମାନଙ୍କ କାନ୍ଦଣା ଶୁଣନ୍ତି ଓ ହୃଦୟର ଆଲୋକ ଆସିବାକୁ ଦିଅନ୍ତି । ବିଶ୍ୱସ୍ତ ପ୍ରାର୍ଥନା ଦେଇ ଅସୀମ ପ୍ରଭୁଙ୍କ ମନ ସହିତ ଯୋଗାଯୋଗ ସ୍ଥାପନ କରୁଁ । ଖ୍ରୀଷ୍ଟ ମୁକ୍ତିକାର୍ତ୍ତ। ସହାନୁଭୂତିଶୀଳ ହୋଇ ଆମ୍ଭମାନଙ୍କ ଉପରେ ନଇଁ ପଡ଼ଇବା ସମୟରେ ତାହାଙ୍କ ମୁଖମଣ୍ଡଳ କୌଣସି ଚମତ୍କାର ବିଷୟ ହୁଏତ ଆମେ ଦେଖି ନ ପାରୁ ଏପରି ମଧ୍ୟ ହୋଇଥାଏ । ହୁଏତ ତାହାଙ୍କୁ ସ୍ପର୍ଶ ଦୃଷ୍ଟିଗୋଚର ହୋଇ ନ ପାରେ ତଥାପି ତାହାଙ୍କ ହସ୍ତ ପ୍ରେମ ଓ ଦୟାରେ ଆମ୍ଭମାନଙ୍କ ଉପରେ ଥାଏ ।ଖ୍ରୀପ 66.1

    ଆମ୍ଭେମାନେ ଯେତେବେଳେ ଈଶ୍ଵରଙ୍କଠାରୁ ଅନୁଗ୍ରହ ଓ ଆଶୀର୍ବାଦ ଭିକ୍ଷା କରୁଁ, ସେତେବେଳେ ଆମ୍ଭମାନଙ୍କ ହୃଦୟରେ କ୍ଷମାଦେବା ଓ ପ୍ରେମଭାବ ରବା ଉଚିତ୍ । ଆମ୍ଭେମାନେ କିପରି ପ୍ରାର୍ଥନା କରିପାରୁଁ, ” ଆମ୍ଭେମାନେ ଯେପରି ଆମ୍ଭମାନଙ୍କ ଅପରାଧୀମାନଙ୍କୁ କ୍ଷମାକରୁଁ, ସେହିପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମାକର’ (ମାଥିଉ ୬:୧୨) ଯେତେବେଳେ ଆମ୍ଭମାନଙ୍କ ହୃଦୟରେ କ୍ଷମାଭାବ ନାହିଁ; ଆମ୍ଭମାନଙ୍କ ପ୍ରାର୍ଥନା ଶୁଣାଯାଉଁ, ଏହା ଯଦି ଆମେ ଆଶାକରୁଁ, ସେହିପରି ଆମ୍ଭେମାନେ ଅନ୍ୟମାନଙ୍କୁ ଅବଶ୍ୟ କ୍ଷମା କରିବା ଓ ସେହି ସମୟରେ ଆମ୍ଭେମାନେ କ୍ଷମାପାଇବା, ଏହି ଆଶାପୋଷଣ କରିବା ଉଚିତ୍ ।ଖ୍ରୀପ 66.2

    ପ୍ରାର୍ଥନାରେ ଅଧ୍ୟବସାୟ ପାଇବା ନିମନ୍ତେ ଏକ ସର୍ତ୍ତ ହୋଇ ଆସିଅଛି । ଯଦି ଆମ୍ଭେମାନେ ବିଶ୍ବାସରେ ଅନୁଗ୍ରହରେ ବୃଦ୍ଧି ପାଇବାକୁ ଇଚ୍ଛାକରୁ ତେବେ ଆମ୍ଭେମାନେ ସଦାବେଳେ ଅବଶ୍ୟ ପ୍ରାର୍ଥନା କରିବା । ଆମ୍ଭମାନଙ୍କୁ “ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ରହିବାକୁ ହେବ। ” ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି ଧନ୍ୟବାଦସହ ସେଥିରେ ଜାଗ୍ରତ ଥାଅ ।” (ରୋମି ୧ :୧୨;କଲସୀ ୪:୨) ପିତର ବିଶ୍ବାସୀମାନଙ୍କୁ ପରାମର୍ଶ ଦେଇ କହନ୍ତି ” ଅତଏବ ସୁବୁଦ୍ଧି ହୁଅ ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ ।” (୧ ପିତର ୪:୭) ପାଉଲ ନିର୍ଦ୍ଦେଶ ଦିଅନ୍ତି, “କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ବାରା ଧନ୍ୟବାଦସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ବରଙ୍କ ନିକଟରେ ଜଣାଅ” (ଫିଲିପୀ ୪:୬) କିନ୍ତୁ ଯିହୁଦା କହନ୍ତି ହେ ପ୍ରିୟମାନେ ” ପବିତ୍ର ଆତ୍ମାରେ ପ୍ରାର୍ଥନା କର, ପୁଣି ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଦୟାରେ ଆପେକ୍ଷା କରି ଈଶ୍ଵରଙ୍କ ପ୍ରେମରେ ଆପଣମାନଙ୍କୁ ସ୍ଥିରକରି ରଖ ।” (ଯିହୂଦା ୨୦, ୨୧) ନିରବଚ୍ଛିନ ପ୍ରାର୍ଥନାରେ ଆତ୍ମା ଈଶ୍ବରଙ୍କ ସହିତ ଅଭେଦ୍ୟ ମିଳନ ରଖେ, ଯେପରି ଈଶ୍ଵରଙ୍କ ଜୀବନ ଆମ୍ଭମାନଙ୍କ ଜୀବନରେ ଅନବରତ ପ୍ରବାହିତ ହୁଏ ଓ ଆମ୍ଭମାନଙ୍କ ଜୀବନରୁ ନିର୍ମଳତା, ପବିତ୍ରତା ଈଶ୍ବରଙ୍କ ନିକଟକୁ ଯାଏ ।ଖ୍ରୀପ 66.3

    ଉତ୍ସାହପୂର୍ଣ୍ଣ ପ୍ରାର୍ଥନା ଜୀବନରେ ପ୍ରୟୋଜନ । ଏଥ ନିମନ୍ତେ କୌଣସି ପ୍ରତିବନ୍ଧକ ନରହୁ । ଯୀଶୁ ଓ ତୁମ୍ଭ ଆତ୍ମା ମଧ୍ୟରେ ଯୋଗାଯୋଗ ରଖୁବା ପାଇଁ ସମସ୍ତ ବିଷୟ ଖୋଲାରଖ । ପ୍ରାର୍ଥନା ଯେଉଁଠାରେ କରାଯାଏ ସେ ସ୍ଥାନକୁ ଯିବାକୁ ଯତ୍ନକର ଯେଉଁମାନେ ଈଶ୍ବରଙ୍କ ସହିତ ପ୍ରକୃତରେ ଯୋଗାଯୋଗ ରକ୍ଷା କରିବାକୁ ଚାହାନ୍ତି, ସେମାନେ ପ୍ରାର୍ଥନା ସଭାରେ ଯୋଗ ଦେବେ, ବିଶ୍ବସ୍ତ ଭାବରେ ସେମାନଙ୍କ କର୍ତ୍ତବ୍ୟ କରିବେ ଓ ଏଥିରୁ ପ୍ରାପ୍ତ ସକଳ ଫଳ ଓ ଲାଭ ଉଠାଇବାକୁ ଉତ୍ସୁକ ହେବେ । ସ୍ୱର୍ଗର ଆଲୋକ ରେଖା ପାଇବା ପାଇଁ, ସେମାନେ ପ୍ରତ୍ୟେକ ସୁଯୋଗର ସତ୍ ବହାର କରିବେ ।ଖ୍ରୀପ 67.1

    ପାରିବାରିକ ପ୍ରାର୍ଥନା ଆମେ କରିବା ଉଚିତ୍ । ଗୁପ୍ତପ୍ରାର୍ଥନା କରିବାକୁ ମଧ୍ୟ ଅବହେଳା କରିବା ଉଚିତ୍ ନୁହେଁ, କାରଣ ଏହା ଆତ୍ମାର ଜୀବନ ଅଟେ । ପ୍ରାର୍ଥନାର ଅବହେଳା କଲେ ଆତ୍ମାର ବୃଦ୍ଧି ଅସମ୍ଭବ । ପାରିବାରିକ ଓ ସର୍ବସାଧାରଣ ପ୍ରାର୍ଥନା ଯଥେଷ୍ଟ ନୁହେଁ ନିର୍ଜ୍ଜନ ସ୍ଥାନରେ ଆସନ୍ତୁ ଆମ୍ଭେମାନେ ଈଶ୍ବରଙ୍କ ଦୃଷ୍ଟିରେ ନିଜର ଆତ୍ମାକୁ ରଖୁ । କେବଳ ପ୍ରାର୍ଥନା ଶ୍ରବଣକାରୀ ଈଶ୍ବର ଗୁପ୍ତ ପ୍ରାର୍ଥନା ଶୁଣିଥାନ୍ତି । କୌଣସି କୌତୁହଳ ପୂର୍ଣ୍ଣ କର୍ଣ୍ଣ ଏପରି ପ୍ରାର୍ଥନା ଶୁପାରେ। ନାହିଁ । ଗୁପ୍ତ ପ୍ରାର୍ଥନାରେ ଆତ୍ମା ଚତୁର୍ଦ୍ଦିଗର ସମସ୍ତ ପ୍ରଭାବଠାରୁ ଓ ସମସ୍ତ ଉତ୍ତେଜନାଠାରୁ ମୁକ୍ତ ଥାଏ । ଶାନ୍ତ ଭାବରେ ତଥାପି ଉତ୍ସାହ ସହିତ ଏହା ଈଶ୍ବରଙ୍କ ନିକଟରେ ପହ ଯେ ଗୁପ୍ତରେ ଦେଖନ୍ତି ତାହାଙ୍କଠାରୁ ମିଷ୍ଟ ଓ ସ୍ଥାୟୀ ପ୍ରଭାବ ବିହିର୍ଗତ ହେବ, ଯେକି ହୃଦୟର ସହିତ ପ୍ରାର୍ଥନା ଯେଉଁମାନେ କରନ୍ତି ସେମାନଙ୍କ ନିମନ୍ତେ ତାହାଙ୍କ କର୍ଣ୍ଣ ମୁକ୍ତ କରି ରଖନ୍ତି । ଶାନ୍ତ, ସରଳ ବିଶ୍ୱାସ ଦ୍ଵାରା ଆତ୍ମା ଈଶ୍ବରଙ୍କ ସହିତ ଯୋଗାଯୋଗ ରକ୍ଷାକରେ ଓ ଶୟତାନ ସହିତ ସଂଘର୍ଷ ସମୟରେ । ତାହାଙ୍କଠାରୁ ସୂର୍ଗୀୟ ଆଲୋକର କିରଣ ସଂଗ୍ରହ କରେ । ଈଶ୍ବର ଆମ୍ଭ ଶକ୍ତିର ଦୃଢ଼ ଦୁର୍ଗ ଅଟନ୍ତି । ନିର୍ଜ୍ଜନ ସ୍ଥାନରେ ପ୍ରାର୍ଥନା କର। ଦୈନନ୍ଦିନ କାର୍ଯ୍ୟକୁ ଗଲାବେଳେ ତୁମ୍ଭର ହୃଦୟ ଈଶ୍ବରଙ୍କ ନିକଟକୁ ଉର୍ଦ୍ଧ୍ବକୁ ଉଠାଅ । ଏହିପରି ଭାବରେ ହନୋକ ଈଶ୍ୱରଙ୍କ ସହିତ ଗମନାଗମନ କରିଥିଲେ । ଏହି ନୀରବ ପ୍ରାର୍ଥନା ଗୁଡ଼ିକ ବହୁମୂଲ୍ୟ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ସୁଗନ୍ଧି ଧୂପ ସଦୃଶ ଅଟେ । ଯାହାର ହୃଦୟ ଈଶ୍ବରଙ୍କ ଉପରେ ନିର୍ଭର କରେ, ଶୟତାନ ତାହାକୁ ଜୟକରି ପାରିବନାହିଁ।ଖ୍ରୀପ 67.2

    ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ନିମନ୍ତେ କୌଣସି ସ୍ଥାନ ଅନୁପଯୁକ୍ତ ନୁହେଁ । ଉତ୍ସୁକତା ସହିତ ଉର୍ଦ୍ଧ୍ବକୁ ହୃଦୟ ଉଠାଇ ପ୍ରାର୍ଥନା କରିବା ନିମନ୍ତେ କୌଣସି ବିଷୟ ପ୍ରତିବନ୍ଧକ ହୋଇପାରିବ ନାହିଁ । ଜନ ଗହଳି ରାସ୍ତା ମଧ୍ୟରେ, ବ୍ୟବସାୟ କରିବା ସମୟରେ, ଆମ୍ଭେମାନେ ଆମ୍ଭମାନଙ୍କର ପ୍ରାର୍ଥନା ଈଶ୍ବରଙ୍କ ନିକଟକୁ ପଠାଇ ପାରୁ, ଓ ନିହିମିୟ ଯେପରି ରାଜା ଅ କ୍ଷ ଙ୍କ ନିକଟରେ ଅନୁରୋଧ କରିଥିଲେ ସେହିପରି ସ୍ବର୍ଗୀୟ ଗଳନା ନିମନ୍ତେ ଅନୁରୋଧ କରିବାରୁ ।ଖ୍ରୀପ 67.3

    ଆମ୍ଭେମାନେ ଯେଉଁସ୍ଥାନରେ ଥାଉ ସେଠାରେ ଯୋଗାଯୋଗ କରିପାରିବା । ଆମ୍ଭମାନଙ୍କ ହୃଦୟ ତାହାଙ୍କ ନିକଟରେ ସର୍ବଦା ଖୋଲା ରଖିବା ପ୍ରୟୋଜନ ଓ ଆମ୍ଭମାନଙ୍କର ନିବେଦନ ଏପରି ହେବା ଉଚିତ୍ ଯେ, ଯୀଶୁ ଯେପରି ସ୍ୱର୍ଗୀୟ ଅତିଥିରୂପେ ଆସି ଆମ୍ଭମାନଙ୍କ ହୃଦୟରେ ବାସ କରିପାରନ୍ତି ।ଖ୍ରୀପ 68.1

    ଯଦିଓ ଦୂଷିତ କଳୁଷିତ ବାତାବରଣ ଆମମାନଙ୍କ ଚତୁର୍ଦ୍ଦିଗରେ ଥାଏ, ଏହାରି ଦୂଷିତ ବାୟୁ ନିଶ୍ୱାସ ନେବା ଦରକାର ନାହିଁ କିନ୍ତୁ ସ୍ଵର୍ଗୀୟ ବିଶୁଦ୍ଧ ବାୟୁରେ ବାସ କରିପାରୁ । ବିଶ୍ୱସ୍ତ ପ୍ରାର୍ଥନା ଦେଇ, ସମସ୍ତ ଅଶୁଦ୍ଧ ଓ ଅପବିତ୍ର କଳ୍ପନା ନିମନ୍ତେ ଦ୍ଵାର ରୁଦ୍ଧ କରି ଈଶ୍ବରଙ୍କ ସମ୍ମୁଖରେ ଆତ୍ମାକୁ ଉଠାଇପାରୁ । ଯେଉଁମାନଙ୍କ ହୃଦୟ ଈଶ୍ବରଙ୍କ ନିକଟରୁ ସହାୟତା ଓ ଆଶିଷ ଗ୍ରହଣ କରିବାକୁ ମୁକ୍ତ ଅଟେ । ସେମାନେ ପୃଥିବୀରୁ ଉଚ୍ଚତର ପବିତ୍ର ବାତାବରଣରେ ଉଠି ସ୍ଵର୍ଗସହ ଅବିଚ୍ଛିନ୍ନ ଯୋଗାଯୋଗ ରଖିପାରିବେ ।ଖ୍ରୀପ 68.2

    ଆମ୍ଭମାନଙ୍କୁ ଯୀଶୁଙ୍କ ସମ୍ବନ୍ଧରେ ପରିଷ୍କାର ଦୃଶ୍ୟ ରଖୁବାକୁ ପଡ଼ିବ ଓ ପୂର୍ଣ୍ଣ ଅନନ୍ତ ବାସ୍ତବତାର ଅର୍ଥ ବୁଝିବାକୁ ହେବ । ପବିତ୍ରତାର ସୌନ୍ଦର୍ଯ୍ୟ ଈଶ୍ଵରଙ୍କ ସନ୍ତାନମାନଙ୍କ ହୃଦୟକୁ ପୂର୍ଣ୍ଣ କରିବା ଦରକାର; ଏବଂ ତାହା କରାଯାଇପାରେ । ଆମେମାନେ ସ୍ଵର୍ଗୀୟ ବିଷୟରେ ସ୍ଵର୍ଗୀୟ ଦର୍ଶନ ସବୁକୁ ଅନ୍ବେଷଣ କରିବା ଉଚିତ୍ ।ଖ୍ରୀପ 68.3

    ଆମ୍ଭମାନଙ୍କର ଆତ୍ମା ଉର୍ଦ୍ଧ୍ବକୁ ଉତ୍ତୋଳିତ ହେଉ ଯେପରି ପରମେଶ୍ବର ଆମ୍ଭମାନଙ୍କୁ ସ୍ଵର୍ଗୀୟ ବାତାବରଣର ନିଃଶ୍ବାସ ଆମ୍ଭମାନଙ୍କୁ ଦେବେ । ଫୁଲ ଯେପରି ପ୍ରକୃତିଗତ ଭାବରେ ସୂର୍ଯ୍ୟ ଆଡ଼କୁ ମୁହଁ କରିଥାଏ ସେହିପରି ଆମ୍ଭେମାନେ ମଧ୍ୟ ଅନପେକ୍ଷିତ ପରୀକ୍ଷା ସମୟରେ ଈଶ୍ଵରଙ୍କ ଆହୁରି ନିକଟତର ହୋଇପାରିବା ଖ୍ରୀପ 68.4

    ତୁମ୍ଭର ଅଭାବ, ତୁମ୍ଭର ଆନନ୍ଦ, ତୁମ୍ଭର ଦୁଃଖ, ତୁମ୍ଭର ଚିନ୍ତା ଓ ତୁମର ଭୟ ଈଶ୍ଵରଙ୍କ ସମ୍ମୁଖରେ ରଖ । ତୁମ୍ଭେ ତାହାଙ୍କୁ ଭାରଗ୍ରସ୍ଥ କରିପାରିବ ନାହିଁ, ତୁମେ ତାହାଙ୍କୁ କଦାପି ପରିଶ୍ରାନ୍ତ କରିପାରିବ ନାହିଁ । ଯେ ତୁମ୍ଭ ମସ୍ତକର କେଶସବୁ ଗଣନା କରନ୍ତି, ସେ ତାହାଙ୍କ ଅଭାବଗ୍ରସ୍ତ ସନ୍ତାନମାନଙ୍କ ପ୍ରତି ବିମୁଖ ହେବେ ନାହିଁ । “ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।” (ଯାକୁବ ୫; ୧୧) ଆମ୍ଭମାନଙ୍କ ଦୁଃଖ ତାହାଙ୍କ ହୃଦୟକୁ ସ୍ପର୍ଶ କରେ ଓ କଥାଦ୍ବାର ସେ ସବୁ ବୁଝନ୍ତି । ମନକୁ ଯାହା ବ୍ୟସ୍ତକରେ, ସେ ସବୁକୁ ତାହାଙ୍କ ପାଖକୁ ନିଅ । କୌଣସି ଭାର ତାହାଙ୍କ ନିକଟରେ ଅତି ବଡ଼ ନୁହେଁ ଯେ ହେତୁ ସେ ପୃଥିବୀ ସବୁକୁ ଧାରଣ କରନ୍ତି । ସେ ସମଗ୍ର ବିଶ୍ଵମଣ୍ଡଳ ଉପରେ ଶାସନ କରନ୍ତି । ଯାହା କିଛି ଆମ୍ଭମାନଙ୍କ ଶାନ୍ତି ନିମନ୍ତେ ପ୍ରୟୋଜନ ତାହା ଈଶ୍ବରଙ୍କ ଦୃଷ୍ଟିରେ କ୍ଷୁଦ୍ରକ୍ଷୁଦ୍ର ବିଷୟ ନୁହେଁ । ଆମ୍ଭମାନଙ୍କ ଅଭିଜ୍ଞତାର ଏପରି ଅଧ୍ୟାୟ ନାହିଁ ଯାହା ତାହାଙ୍କ ପକ୍ଷେ ଜାଣିବା ନିମନ୍ତେ ଖୁବ୍ କଷ୍ଟକର ଓ ଅନ୍ଧକାର । ଏପରି ଜଟିଳ ପରିସ୍ଥିତି ନାହିଁ ଯାହା ସମାଧାନ କରିବାକୁ ତାଙ୍କ ପକ୍ଷେ ଖୁବ୍ କଷ୍ଟକର । କୌଣସି ବିପଦ ତାହାଙ୍କୁ ସନ୍ତାନମାନଙ୍କ ଉପରେ ପଡ଼ିପାରେ ନାହିଁ, କୌଣସି ଉତ୍କଣ୍ଠା ଆମାକୁ ହଇରାଣ କରିପାରେ ନାହିଁ, ସମସ୍ତ ବିଶ୍ୱସ୍ତ ପ୍ରାର୍ଥନା ଈଶ୍ଵର ଶୁଣନ୍ତି । “ସେ ଭଗ୍ନାନ୍ତଃରୀକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି ।” (ଗୀତସଂହତା ୧୪୭:୩) ପ୍ରତ୍ୟେକ ପ୍ରାଣ ଓ ଈଶ୍ବରଙ୍କ ମଧ୍ୟରେ ଏହା ସୁସ୍ପଷ୍ଟ ଯେ, ଯଦି ଜଗତରେ ଜଣେ ପାପୀ ଥାଆନ୍ତା ତେବେ ତାହା ନିମନ୍ତେ ସେ ଆପଣା ପୁତ୍ରଙ୍କୁ ପ୍ରଦାନ କରିଥାଆନ୍ତେ ।ଖ୍ରୀପ 68.5

    ଯୀଶୁ କହିଲେ, ” ସେଦିନ ତୁମ୍ଭେମାନେ ମୋ ନାମରେ ମାଗିବ; ଆଉ ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ଅନୁରୋଧ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁନାହିଁ, କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ସ୍ନେହ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ରୋହ କରିଅଛ ଓ ମୁଁ ଯେ ଈଶ୍ବରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ବାସ କରିଅଛ ।” (ଯୋହନ ୧୬:୨୬, ୨୭) “ତୁମ୍ଭେମାନେ ମୋତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ସେଥୁରେ ତୁମ୍ଭେ ମୋ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ ।” (ଯୋହ ୧୫:୧୬) ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଅର୍ଥ ଆରମ୍ଭରେ କିମ୍ବା ଶେଷରେ ତାହାଙ୍କ ନାମ ନେବାଠାରୁ ଅଧୁକ ଅର୍ଥବୋଧକ ଅଟେ । ତାହା ଯୀଶୁଙ୍କ ମନ ଅନୁଯାୟୀ ପ୍ରାର୍ଥନାକୁ ବୁଝାଏ, ଯେଣୁ ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଉପରେ ବିଶ୍ଵାସ କରୁ, ତାହାଙ୍କ ଅନୁଗ୍ରହ ଉପରେ ନିର୍ଭର କରୁଁ ଓ ତାହାଙ୍କୁ ସଦୃଶ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଁ ।ଖ୍ରୀପ 69.1

    ପରମେଶ୍ବର ଚାହାନ୍ତି ନାହିଁ ଯେ, ଆମ୍ଭେମାନେ ଏହି ଜଗତ ମଧ୍ୟରୁ ଚାଲିଯାଇ ପୂଜା ଆରାଧନା କରିବା ପାଇଁ ସାଧୁ ସନ୍ନ୍ୟାସୀ ହୋଇଯାଉଁ । ଜୀବନ ଯୀଶୁଙ୍କ ତୁଲ୍ୟ ହେବା ଉଚିତ୍ —ପର୍ବତ ଓ ଜନତା ମଧ୍ୟରେ । ଯଦି ଜଣେ କିଛି ନ କରି କେବଳ ପ୍ରାର୍ଥନା କରେ ସେ ଶୀଘ୍ର ପ୍ରାର୍ଥନା କରିବାରୁ ନିବୃ ହେବ, କିମ୍ବା ତାହାର ପ୍ରାର୍ଥନା କେବଳ ଏକ ସାଧାରଣ ଅଭ୍ୟାସରେ ପରିଣତ ହେବ । ମନୁଷ୍ୟ ସାମାଜିକ କ୍ଷେତ୍ରରୁ ନିଜକୁ ପୃଥକ କଲେ କିମ୍ବା ଖ୍ରୀଷ୍ଟିୟାନର କର୍ତ୍ତବ୍ୟ ଓ କୃଶଠାରୁ ଦୂରରେ ରହିଲେ, ପ୍ରଭୁଙ୍କ ନିମନ୍ତେ ବିଶ୍ବସ୍ତଭାବେ କର୍ମ କରିବାଠାରୁ ଚୁପ୍ ରହିଲେ, ଯେ କି ସେମାନଙ୍କ ନିମନ୍ତେ ବିଶ୍ବସ୍ତ ଭାବେ କର୍ମ କଲେ, ସେମାନେ ପ୍ରାର୍ଥନାର ବିଷୟବସ୍ତୁ ହରାଇବେ, ସେମାନେ ପ୍ରାର୍ଥନାର ମୂଳ ଲକ୍ଷ୍ୟଠାରୁ ଦୂରକୁ ଚାଲିଯିବେ, ସେମାନଙ୍କ ପ୍ରାର୍ଥନା ବ୍ୟକ୍ତିଗତ ଓ ସ୍ୱାର୍ଥପର ହୁଏ । ସେମାନେ ମାନବ ଜାତିର ଅଭାବ ନିମନ୍ତେ ପ୍ରାର୍ଥନା କରି ପାରନ୍ତି ନାହିଁ କିମ୍ବା ଖ୍ରୀଷ୍ଟଙ୍କ ରାଜ୍ୟକୁ ଉପରକୁ ଉଠାନ୍ତି ନାହିଁ । କାର୍ଯ୍ୟ ନିମନ୍ତେ ଶକ୍ତି ନିମନ୍ତେ ଅନୁରୋଧ କରନ୍ତି ନାହିଁ ।ଖ୍ରୀପ 69.2

    ଯଦି ଆମ୍ଭେମାନେ ଏକ ଆରେକକୁ ସବଳ ଓ ଉତ୍ସାହିତ ନକରୁଁ, ପ୍ରଭୁଙ୍କ ସେବା ନିମନ୍ତେ, ତେବେ ଆମ୍ଭେମାନେ କେବଳ କ୍ଷତି ସହିଥାଉ । ତାହାଙ୍କ ବାକ୍ୟର ସତ୍ୟତାର ସତେଜତା କ୍ଷୀଣ ହୋଇଯାଏ ଓ ଆମ୍ଭମାନଙ୍କ ମନରେ ତାହାର ଉତ୍କର୍ଷତା ଲାଘବ ହୋଇଯାଏ । ଆମ୍ଭମାନଙ୍କ ହୃଦୟ ତାହାଙ୍କ ପବିତ୍ରୀକରଣ ପ୍ରଭାବରୁ ଉତ୍ତେଜିତ ଓ ଆଲୋକିତ ହେବାଠାରୁ ଦୂରରେ ରହିବ । ଖ୍ରୀଷ୍ଟିୟାନ ଭାବରେ, ଏକ ଆରେକ ମଧ୍ୟରେ ସହାନୁଭୂତି ନଥିଲେ, ଆମ୍ଭେମାନେ ଅନେକ କିଛି ହରାଇଥାଉଁ । ଯେ କେହି ଆପଣାକୁ ପୃଥକ ରଖି ଆପଣା ମଧ୍ୟରେ ଆବଦ୍ଧ ରହେ, ସେ ଈଶ୍ବରଙ୍କ ନିରୂପଣାନୁସାରେ ତାହାର ସ୍ଥାନ ପୂରଣ କରୁନାହିଁ । ସାମାଜିକ ମୌଳିକତାକୁ ଉପଯୁକ୍ତ ଭାବେ କୃଷି କଲେ, ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇପାରିବା । ପୁଣି ତାହା ପରମେଶ୍ୱରଙ୍କ ସେବା ନିମନ୍ତେ ଆମ୍ଭମାନଙ୍କୁ ସବଳ କରିଥାଏ ।ଖ୍ରୀପ 69.3

    ଯଦି ଖ୍ରୀଷ୍ଟିୟାନମାନେ ଏକତ୍ର ମିଳିତ ହେବେ, ପରସ୍ପର ମଧ୍ୟରେ ଈଶ୍ବରଙ୍କ ପ୍ରେମ ବିଷୟରେ କଥାବାର୍ତ୍ତା କରିବେ, ପରିତ୍ରାଣର ବହୁମୂଲ୍ୟ ସତ୍ୟ ସମ୍ବନ୍ଧରେ କହିବେ ତେବେ ସେମାନଙ୍କ ନିଜ ହୃଦୟ ସତେଜ ହେବ ଓ ସେମାନେ ପରସ୍ପର ମଧ୍ୟରେ ସତେଜ ଅନୁଭବ କରିବେ । ଆମ୍ଭେମାନେ ଦୈନିକ ସ୍ଵର୍ଗୀୟ ପିତାଙ୍କ ସମ୍ବନ୍ଧରେ ଶିକ୍ଷା କରିପାରୁଁ, ତାହାଙ୍କ ଅନୁଗ୍ରହର ତାଜା ଅଭିଜ୍ଞତା ଲାଭ ପଇପାରୁଁ; ତତ୍ପରେ ଆମ୍ଭେମାନେ ତାହାଙ୍କ ପ୍ରେମ ସମ୍ବନ୍ଧରେ କହିବାକୁ ଇଚ୍ଛା ପ୍ରକାଶ କରୁଁ ଆଉ ଯେତେବେଳେ ଆମେ ଏହିପରି କରୁ, ଆମ୍ଭମାନଙ୍କର ନିଜ ହୃଦୟ ଉଷ୍ଣ ଓ ଉତ୍ସାହିତ ହେବ । ଆମ୍ଭେମାନେ ଯଦି ଯୀଶୁଙ୍କ ବିଷୟରେ ଅଧିକ ଚିନ୍ତା କରିବା ଓ କହିବା ଓ ନିଜ ସମ୍ବନ୍ଧରେ କମ୍ କଥା କହିବା, ତେବେ ଆମ୍ଭେମାନେ ତାହାଙ୍କର ଉପସ୍ଥିତ ଅଧିକ ଭାବେ ଉପଲବ୍ଧ କରିପାରିବା ।ଖ୍ରୀପ 70.1

    ଯେବେ ଆମ୍ଭେମାନେ ପରମେଶ୍ବରଙ୍କ ସମ୍ବନ୍ଧରେ ପୁନଃ ୨ ଚିନ୍ତା କରୁଁ ଓ ତାହାଙ୍କ ଚିନ୍ତା ଆନ୍ତମାନଙ୍କ ଯତ୍ନ ନିମନ୍ତେ ପ୍ରମାଣିତ କରୁଁ ତେବେ ଆମ୍ଭେମାନେ ତାହାଙ୍କ ପ୍ରଶଂସା ଧନ୍ୟବାଦ କରି ଆନନ୍ଦିତ ହେଉ । ସାଧାରଣତଃ ଆମ୍ଭେମାନେ ଜାଗତିକ ବିଷୟରେ କଥାବାର୍ତ୍ତା କରିଥାଉଁ, କାରଣ ତାହା କେବଳ ଆମ୍ଭେମାନେ ପସନ୍ଦ କରୁଁ । ଆମ୍ଭମାନଙ୍କୁ ବନ୍ଧୁ ବାନ୍ଧବଙ୍କ ସମ୍ବନ୍ଧରେ କଥାବାର୍ତ୍ତା କରୁଁ କାରଣ ସେମାନଙ୍କ ସଙ୍ଗେ ଆମ୍ଭମାନଙ୍କର ଦୁଃଖ ସୁଖ ଜଡ଼ିତ ଥାଏ । କିନ୍ତୁ ଅସୀମ ପରମେଶ୍ବରଙ୍କ ସଙ୍ଗେ କଥୋପକଥନ କରିବା ଓ ତାହାଙ୍କୁ ପ୍ରେମ କରିବା ଆମ୍ଭମାନଙ୍କ ପକ୍ଷେ ଯଥେଷ୍ଟ କାରଣ ରହିଛି, ଆମ୍ଭମାନଙ୍କ ଜାଗତିକ ବନ୍ଧୁବାନ୍ଧବମାନଙ୍କ ଅପେକ୍ଷା । ତାହାଙ୍କ ଶକ୍ତି ବିଷୟରେ ଜୀବନରେ ପ୍ରଥମ କରି ଚିନ୍ତା କରିବା ଓ ତାହାଙ୍କୁ ଉତ୍ତମ । ସମ୍ବନ୍ଧରେ କଥାବାର୍ତ୍ତା କରିବା ଆମ୍ଭମାନଙ୍କର ପ୍ରଧାନ ବିଷୟ ଅଟେ । ପରମେଶ୍ଵର ଯେଉଁସବୁ ବରଦାନ ଦିଅନ୍ତି, ସେସବ ସ୍ବାର୍ଥ ଚିନ୍ତାରେ ଆବଦ୍ଧ ହୋଇ ତାହାଙ୍କୁ ପ୍ରତିଦାନରେ କିଛି ଦେବାକୁ ନାହିଁ ଏପରି ଚିନ୍ତା କରିବା ଠିକ୍ ନୁହେଁ; ସେଗୁଡ଼ିକ ସଦାସର୍ବଦା ତାହାଙ୍କ ସମ୍ବନ୍ଧରେ ସ୍ମରଣ କରାଇ ଦେବ ଓ ପ୍ରେମ ଓ କୃତଜ୍ଞତାର ରଜ୍ଜୁ ଦ୍ଵାରା ଆମ୍ଭମାନଙ୍କ ଉପକାରୀ ସ୍ବର୍ଗୀୟ ପିତାଙ୍କ ସହିତ ଆମ୍ଭମାନଙ୍କୁ ବାନ୍ଧିଦେବ । ଆମ୍ଭେମାନେ ନୀଳସ୍ଥ ପୃଥିବୀରେ ବାସ କରୁଁ । ଆସନ୍ତୁ ଆମ୍ଭେମାନେ ଉପରିସ୍ଥ ମୁକ୍ତ ଧର୍ମଧାମ ପ୍ରତି ଦୃଷ୍ଟିପାତ କରୁଁ, ଯେଉଁ ସ୍ଥାନରେ ଈଶ୍ଵରଙ୍କ ଗୌରବମୟ ଆଲୋକ ଖ୍ରୀଷ୍ଟଙ୍କ ମୁଖମଣ୍ଡଳରେ ଉଦ୍ଭାସିତ ହୁଏ, ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତି । ହୁଅନ୍ତି, ସେମାନଙ୍କୁ ସେ ସଂପୂର୍ଣ୍ଣରୂପେ ପରିତ୍ରାଣ ଦେବାକୁ ସକ୍ଷକ ଅଟନ୍ତି ।” (ଏବ୍ରୀ ୭: ୨୫ )ଖ୍ରୀପ 70.2

    ଆମ୍ଭେମାନେ ଈଶ୍ବରଙ୍କୁ ଅଧ୍ୟକ ପ୍ରଶଂସା କରିବା ଆବଶ୍ୟକ “ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କୁ ଆଶ୍ଚର୍ଯ୍ୟ କ୍ରିୟା ସକାଶୁଁ ତାହାଙ୍କର ପ୍ରଶଂସା କରନ୍ତୁ ।” (ଗୀତସଂହିତା ୧୦୭:୮) ଆମ୍ଭେମାନେ ଆରାଧନା କାର୍ଯ୍ୟ କେବଳ ମାଗିବା ଓ ପାଇବା ନୁହେଁ । ଆସନ୍ତୁ ଆମ୍ଭେମାନେ କେବଳ ଆମ୍ଭମାନଙ୍କ ଅଭାବ ବିଷୟରେ ନଭାବୁ ଓ ଯେଉଁ ଉପକାର ଆମେ ପାଇବୁ ସେ ବିଷୟରେ ନଭାବୁଁ । ଆମ୍ଭେମାନ ଅଧିକ ପ୍ରାର୍ଥନା ମଧ୍ୟ କରି ନ ଥାଉଁ କିନ୍ତୁ ଧନ୍ୟବାଦ୍ ଦେବାକୁ ଭୁଲି ଯାଇଥାଉଁ । ଆନ୍ତ୍ରମାନଙ୍କ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ସୁବବେଳେ ଦରକାର ଥାଏ, ତଥାପି କେତେ ଅଳ୍ପ କୃତଜ୍ଞତା ଆମେ ପ୍ରକାଶ କରୁ, ସେ ଯାହା ଆମ୍ଭମାନଙ୍କ ନିମନ୍ତେ କରିଛନ୍ତି ସେଥିପାଇଁ ଆମେ କେତେ ଅଳ୍ପ ପ୍ରଶଂସା କରୁ ।ଖ୍ରୀପ 70.3

    ପୁରାତନ କାଳରେ ପରମେଶ୍ବର ଇସ୍ରାୟେଲ ଲୋକମାନଙ୍କୁ ଆଦେଶ ଦେଲେ, ଯେତେବେଳେ ସେମାନେ ତାହାଙ୍କ ଉପାସନା ନିମନ୍ତେ ଏକତ୍ରିତ ହୋଇଥିଲେ, ” ପୁଣି ସେହି ସ୍ଥାନରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେ ଯେ ବିଷୟରେ ତୁମ୍ଭକୁ ଆଶୀର୍ବାଦ କରିଅଛନ୍ତି, ଏପରି ଯେକୌଣସି ବିଷୟରେ ତୁମ୍ଭେମାନେ ହାତଦେବ, ତାହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିବାର ଆନନ୍ଦ କରିବ ।” (ଦ୍ବି:ବି: ୧୨ :୭) ଯାହାକିଛି ଈଶ୍ଵରଙ୍କ ଗୌରବ ନିମନ୍ତେ କରାଯାଏ, ତାହା ଦୁଃଖ ଓ ବିମର୍ଷ ଭାବ ନେଇ କରିବା ଉଚିତ ନୁହେଁ କିନ୍ତୁ ଆନନ୍ଦର ସହିତ, ପ୍ରଶଂସାର ଗୀତ ଓ ଧନ୍ୟବାଦ ସହିତ କରାଯିବା ଉଚିତ୍ ।ଖ୍ରୀପ 71.1

    ଆମ୍ଭମାନଙ୍କର ଈଶ୍ଵର ଦୟାଳୁ ଓ କରୁଣାମୟ ପିତା ଅଟନ୍ତି । ତାହାଙ୍କ ସେବା କର୍ମ ହୃଦୟର ଦୁଃଖ ଓ ପୀଡାଜନକ ହେବା ଉଚିତ୍ ନୁହେଁ । ଏହା ତାହାଙ୍କ କାର୍ଯ୍ୟ କରିବାକୁ ଓ ଉପାସନା କରିବାକୁ ଆନନ୍ଦ ସ୍ୱରୂପ ହେବା ଉଚିତ୍ । ପରମେଶ୍ଵର ଆପଣା ସନ୍ତାନମାନଙ୍କ ନିମନ୍ତେ ମହାନ୍ ମୁକ୍ତିକର୍ମ ସାଧନ କରିଅଛନ୍ତି ଏଣୁ ସେ ସେମାନଙ୍କ ଉପରେ କୃର ଶାସନକର୍ତ୍ତା ନୁହନ୍ତି । ସେ ସେମାନଙ୍କର ସର୍ବୋତ୍ତମ ବନ୍ଧୁ; ଓ ସେମାନେ ଯେତେବେଳେ ତାହାଙ୍କର ସେବା କରନ୍ତି ସେତେବେଳେ ସେ ସେମାନଙ୍କ ସହିତ ରହି ଆଶୀର୍ବାଦ ଓ ସାନ୍ତନା ସହ ସେମାନଙ୍କ ହୃଦୟକୁ ଆନନ୍ଦ ଓ ପ୍ରେମରେ ପରିପୂର୍ଣ୍ଣ କରିବାକୁ ଆଶା କରନ୍ତି । ଈଶ୍ବର ଚାହାନ୍ତି ଯେପରି ତାହାଙ୍କ ସନ୍ତାନଗଣ ତାହାଙ୍କ ସେବାରେ ସାନ୍ତ୍ୱନା ପାଆନ୍ତି କାର୍ଯ୍ୟରେ କଷ୍ଟ ଅପେକ୍ଷା ଅଧିକ ଆନନ୍ଦ ଉପଭୋଗ କରନ୍ତି ।ସେ ଚାହାନ୍ତି ଯେ, ଯେଉଁମାନେ ତାହାଙ୍କୁ ସେବା କରିବା ପାଇଁ ଆସନ୍ତି, ସେମାନେ ତାହାଙ୍କର ଯତ୍ନ ଓ ପ୍ରେମର ମୂଲ୍ୟବାନ ଚିନ୍ତା ନେଇ ଆସିବେ, ଯେପରି ସେମାନେ ଦୈନନ୍ଦିନ ଜୀବନରେ ଆନନ୍ଦିତ ରହିପାରନ୍ତି ଓ ସମସ୍ତ ବିଷୟ ବିଶ୍ବାସରେ ଓ ସଚ୍ଚୋଟତରେ କରିବାକୁ ଅନୁଗ୍ରହ ପ୍ରାପ୍ତ ହୁଅନ୍ତି ।ଖ୍ରୀପ 71.2

    ଆମ୍ଭମାନଙ୍କୁ ଅବଶ୍ୟ କୃଶ ପାଖରେ ଏକତ୍ରିତ ହେବାକୁ ହେବ । ଖ୍ରୀଷ୍ଟ ଏବଂ ତାହାଙ୍କର କୁଶରେ ଦୁଃଖ ଭୋଗ ସେମାନଙ୍କର କଥୋପକଥନ, ସବୁଠାରୁ ଆନନ୍ଦର ସମୟ ଓ ଅନୁଧ୍ୟାନ ମୁଖ୍ୟ ବିଷୟ ହେବା ଉଚିତ୍ । ଈଶ୍ଵରଙ୍କଠାରୁ ପ୍ରାପ୍ତ ସର୍ବ ପ୍ରକାର ଆଶୀଷ ସମ୍ବନ୍ଧରେ ସ୍ମରଣ ରଖୁ ଓ ଯେତେବେଳେ ଆମ୍ଭେମାନେ ତାହାଙ୍କ ମହାନ୍ ପ୍ରେମ ସମ୍ବନ୍ଧରେ ଚିନ୍ତାକରୁ, ସେତେବେଳେ ଆମ୍ଭେମାନେ ସମସ୍ତ ଭାର ତାହାଙ୍କ ହସ୍ତରେ ଅର୍ପଣ କରିବାକୁ ଇଚ୍ଛୁକ ହେବା ଉଚିତ୍ ଯେଉଁ ହସ୍ତ କୃଶ ଉପରେ ଆମ୍ଭମାନଙ୍କ ନିମନ୍ତେ କ ବିଦ୍ଧ ହୋଇଥିଲା ।ଖ୍ରୀପ 71.3

    ପ୍ରଶଂସାରୂପକ ପକ୍ଷରେ ଆତ୍ମା ସ୍ଵର୍ଗର ନିକଟତର ହୋଇପାରେ । ଉପରିସ୍ଥ ପ୍ରାଙ୍ଗଣରେ ଇଶ୍ଵର ଗୀତ ଓ ବାଦ୍ୟଯନ୍ତ୍ର ଦ୍ଵାରା ପୂଜିତ ହୁଅନ୍ତି । ଆମ୍ଭେମାନେ ଯେତେବେଳେ ଆମ କୃତଜ୍ଞତା ପ୍ରକାଶ କରୁ, ସେତେବେଳ ଆମେ ସ୍ଵର୍ଗୀୟ ବାହିନୀଗଣଙ୍କୁ ମୋଟାମୋଟି ଭାବରେ ଆରାଧନା କରୁ, ” ଯେଉଁଜନ ଧନ୍ୟବାଦରୂପ ବଳ ଉତ୍ସର୍ଗ କରେ, ସେ ଆମ୍ଭଙ୍କୁ ଗୌରବ ଦିଏ ।” (ଗୀତସଂହିତା ୫ ୦:୨) ଆସନ୍ତୁ ଆମ୍ଭେମାନେ ଭକ୍ତି ଓ ଆନନ୍ଦ ସହିତ ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତାଙ୍କ ସମ୍ମୁଖକୁ ଆସୁ “ଆନନ୍ଦ ଓ ଉଲ୍ଲାସ ଧନ୍ୟବାଦ ଓ ସଙ୍ଗୀତଧ୍ବନି ତହିଁ ମଧ୍ୟରେ ହୋଇବ ।” (ଯିଶାଇୟ ୫୧:୩)ଖ୍ରୀପ 72.1

    *****

    Larger font
    Smaller font
    Copy
    Print
    Contents