Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ସନ୍ଦେହ ଭଞ୍ଜନର ଉପାୟ

    ଅନେକେ, ଯେଉଁମାନେ ଖ୍ରୀଷ୍ଟିୟ ଜୀବନରେ ନୂତନ ସେମାନେ ସମୟେ ସମୟେ ନାସ୍ତିକବାଦ ବା ସନ୍ଦିଗ୍ଧ ପ୍ରସ୍ତାବରେ ପ୍ରପୀଡିତ ହୋଇଥାନ୍ତି । ବାଇବଲର ଅନେକାଂଶ ସେମାନେ ସହଜରେ ବୁଝି ପାରନ୍ତି ନାହିଁ କିମ୍ବା ଅନ୍ୟମାନଙ୍କୁ ବୁଝାଇ ପାରନ୍ତି ନାହିଁ । ଏମାନଙ୍କୁ ଶୟତାନ ଈଶ୍ଵରଙ୍କ ପ୍ରକାଶିତ ବାକ୍ୟ (ବାଇବଲ) ଉପରେ ସନ୍ଦେହ କରିବାକୁ ଭ୍ରାନ୍ତ କରିଥାଏ । ସେମାନେ ପଚାରନ୍ତି, ମୁଁ କିପରି ସଠିକ୍ ପଥ ଜାଣିପାରିବି ? ପ୍ରକୃତରେ ବାଇବଲ ଯଦି ଈଶ୍ବରଙ୍କ ବାକ୍ୟ, ତେବେ ମୁଁ କିପରି ଏହିସବୁ ଭ୍ରମାତ୍ମକ ଭାବରୁ ମୁକ୍ତ ହେବି ?”ଖ୍ରୀପ 73.1

    ବିଶ୍ୱାସକୁ ଭିତ୍ତିମୂଳ କରିବା ପାଇଁ, ଯଥେଷ୍ଟ ପ୍ରମାଣ ନ ଦେଇ ଆମ୍ଭମାନଙ୍କୁ ବିଶ୍ବାସ କରିବାକୁ ପରମେଶ୍ବର କହନ୍ତି ନାହିଁ । ତାହାଙ୍କ ଅସ୍ତିତ୍ବ, ଚରିତ୍ର, ତାହାଙ୍କ ବାକ୍ୟର ସତ୍ୟତା, ସାକ୍ଷ୍ୟ ଉପରେ ସ୍ଥାପିତ ଯାହା ଆମ୍ଭମାନଙ୍କୁ ବିଚାର କରିବାକୁ କହେ । ଏହି ସାକ୍ଷ୍ୟ ଯଥେଷ୍ଟ ଅଟେ । ତଥାପି ଈଶ୍ଵର ସନ୍ଦେହର ସମ୍ଭବତାକୁ କେବେହେଁ ଘୁ ଇ ନାହାନ୍ତି । ଆମ୍ଭମାନଙ୍କ ବିଶ୍ବାସ ଅବଶ୍ୟ ପ୍ରମାଣ ଉପରେ ନିର୍ଭର କରିବ, ବ୍ୟାଖ୍ୟା ଉପରେ ନୁହେଁ । ଯେଉଁମାନେ ସନ୍ଦେହ କରିବାକୁ ଇଚ୍ଛାକରନ୍ତି, ସେମାନେ ସନ୍ଦେହରେ ପଡ଼ନ୍ତି; ଆଉ ଯେଉଁମାନେ ପ୍ରକୃତରେ ସତ୍ୟ ଜାଣିବାକୁ ଇଚ୍ଛା କରନ୍ତି, ସେମାନେ ସେମାନଙ୍କ ବିଶ୍ବାସ ଉପରେ ନିର୍ଭର କରିବା ପାଇଁ ପ୍ରଚୁର ପ୍ରମାଣ ପାଇବେ ।ଖ୍ରୀପ 73.2

    ସମୀମ ମନ ବିଶିଷ୍ଟ ମନୁଷ୍ୟ ପକ୍ଷରେ ପରମେଶ୍ବରଙ୍କ ଚରିତ୍ର ଓ କାର୍ଯ୍ୟକୁ ବୁଝିବା ଅସମ୍ଭବ ଅଟେ । ଏହି ବୁଦ୍ଧିମାନ ବ୍ୟକ୍ତି ଜଗତର ସବୁଠାରୁ ମେଧାବି ଶିକ୍ଷିତ ମନ, ସେମାନଙ୍କ ପକ୍ଷେ ସୁଦ୍ଧା ଏକ ରହସ୍ୟ ରୂପେ ରହିଛି । “ତୁମ୍ଭେ କ’ଣ ଅନୁସନ୍ଧାନ ଦ୍ବାରା ପରମେଶ୍ବରଙ୍କୁ ପାଇପାରି ? ତୁମ୍ଭେ କ’ଣ ସର୍ବଶକ୍ତିମାନଙ୍କର ସଂପୂର୍ଣ୍ଣ ତତ୍ବ ପାଇପାରି ? ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର ? ପାତାଳଠାରୁ ଗଭୀର; ତୁମ୍ଭେ କ’ଣ ଜାଣିପାର ? (ଆୟୁବ ୧୧:୭୮)ଖ୍ରୀପ 73.3

    ପ୍ରେରିତ ପାଉଲ ଉଚ୍ଚ ସ୍ବରରେ କହନ୍ତି, ” ଆହା ! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପନିଧି କେଡ଼େ ଗଭୀରଃ ତାହାଙ୍କ ବିଚାର ସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ !” (ରୋମୀ ୧୧:୩୩) କିନ୍ତୁ ଯଦିଓ “ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ ।” (ଗୀତ ସଂହିତା ୯ ୭:୨ ) ଆମ୍ଭେମାନେ ତାହାଙ୍କ ବ୍ୟବହାରରୁ ଏତିକି ମାତ୍ର ବୁଝିପାରୁ ଯେ, ତାହାଙ୍କର ପ୍ରେମ ଓ ଦୟା ମିଳିତ ହୋଇ ଅସୀମ ଶକ୍ତି ପ୍ରଦର୍ଶନ କରିଥାଏ । ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଯାହା ସବୁ ଆବଶ୍ୟକ ତାହାହିଁ କେବଳ ବୁଝି ପାରିଥାଉଁ । ଆଉ ଏହା ବ୍ୟତୀତ ଆମ୍ଭେମାନେ ଅବଶ୍ୟ ସର୍ବ ଶକ୍ତିମାନଙ୍କ ହସ୍ତ ଉପରେ ନିର୍ଭର କରିବା, ଯାହାଙ୍କ ହୃଦୟ ପ୍ରେମରେ ପରିପୂର୍ଣ୍ଣ ।ଖ୍ରୀପ 73.4

    ଈଶ୍ବରଙ୍କ ବାକ୍ୟ ସ୍ବର୍ଗୀୟ କର୍ତ୍ତାଙ୍କର ଚରିତ୍ର ସଦୃଶ ତାହାସବୁ ନିଗୁଢ଼ ରହସ୍ୟପୂର୍ଣ୍ଣ, ସସୀମ ମନୁଷ୍ୟ ତାହା ବୁଝିପାରେ ନାହିଁ । ଜଗତରେ ପାପର ପ୍ରବେଶ, ଖ୍ରୀଷ୍ଟଙ୍କ ମାନବ ଅବତାର,ନୂତନୀକରଣ, ପୁନରୁଥାନ ଓ ବାଇବଲରେ ଭକ୍ତ ଅନେକ ଶିକ୍ଷା ମନୁଷ୍ୟ ପକ୍ଷେ ବ୍ୟାଖ୍ୟା କରିବା ଗୁଢ଼ ରହସ୍ୟପୂର୍ଣ୍ଣ ଓ ଏହାକୁ ସଂପୂର୍ଣ୍ଣ ବୁଝିବା କଷ୍ଟକର । ଈଶ୍ବରଙ୍କ ବାକ୍ୟକୁ ସନ୍ଦେହ କରିବା ଆମ୍ଭମାନଙ୍କର କୌଣସି କାରଣ ନାହିଁ । କାରଣ ଆମ୍ଭେମାନେ ଈଶ୍ବରଙ୍କ ନିଗୁଢ଼ ପରିଚାଳନ ସଂପୂର୍ଣ୍ଣରୂପେ ଜାଣି ପାରିବା ନାହିଁ । ନୈସର୍ଗିକ ଜଗତର ରହସ୍ୟ, ଯାହା ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ରହିଛି ତାହା ଆମ୍ଭମାନଙ୍କ ପକ୍ଷେ ବୁଝିବା ଦୁଃସାଧ୍ୟ । ଜୀବନର ନିତାନ୍ତ ଛୋଟ ସମସ୍ୟା ଅତି ବିଜ୍ଞ ଦାର୍ଶନିକମାନଙ୍କ ପକ୍ଷେ ବୁଝିବା କଷ୍ଟକର ଅଟେ । ପ୍ରତ୍ୟେକ ସ୍ଥଳରେ ବିସ୍ମୟକର ସମସ୍ୟାମାନ ରହିଛି ତାହାସବୁ ବୁଝିବା ଦୁଃସାଧ୍ୟ ଅଟେ । ପ୍ରତ୍ୟେକ ସ୍ଥଳରେ ବିସ୍ମୟକର ସମସ୍ୟାମାନ ରହିଛି ତାହାସବୁ ବୁଝିବା ଦୁଃସାଧ୍ୟ ଅଟେ । ଆତ୍ମିକ ଜଗତରେ ମଧ୍ୟ ଅବୁଝନୀୟ ନିଗୁଢ଼ ରହସ୍ୟମାନ ରହିଛି ତାହା କଷ୍ଟକର ନୁହେଁ କି ? ଏପରି ଦୁର୍ବଳତା ଓ ସଂକୀର୍ଣ୍ଣତା ମନୁଷ୍ୟର ମନରେ ଥାଏ । ପରମେଶ୍ବର ତାହାକୁ ପବିତ୍ର ଶାସ୍ତ୍ରଦ୍ଵାରା ତାହାଙ୍କୁ ସ୍ବର୍ଗୀୟ ଚରିତ୍ରର ଯଥେଷ୍ଟ ପ୍ରମାଣ ଦାନ କରିଅଛନ୍ତି । ଆମ୍ଭମାନଙ୍କୁ ତାହାଙ୍କ ବାକ୍ୟକୁ ସନ୍ଦେହ କରିବାକୁ ହେବନାହିଁ କାରଣ ଆମ୍ଭେମାନେ ତାହାଙ୍କର ସମସ୍ତ ଦୈବୀ ଅନୁଗ୍ରହର ଗୁଢ଼ ରହସ୍ୟ ବୁଝି ନପାରୁଁ । ଖ୍ରୀପ 74.1

    ପ୍ରେରିତ ପିତର କହନ୍ତି ଯେ, “ସେ ସବୁରେ ଏପରି କେତେ ବିଷୟ ଅଛି ଯାହାକି ବୁଝିବାକୁ ଜଟିଳ, ପୁଣି ଅଶିକ୍ଷିତ ଚ ଳମତି ଲୋକେ ଆପଣା ଆପଣା ବିନାଶାର୍ଥ... ସେସବୁର ବିକୃତ ଅର୍ଥ କରନ୍ତି ।” ( ୨ ପିତର ୩:୧୬) ଅନେକ ସମୟରେ ଧର୍ମ ନାସ୍ତିକମାନେ ପବିତ୍ର ବାକ୍ୟ (ବାଇବଲ) ବିରୁଦ୍ଧରେ ଏପରି ସନ୍ଦେହକୁ ଏକ ସଠିକ୍ ପ୍ରମାଣ ବୋଲି କହିଥାନ୍ତି କିନ୍ତୁ ତାହା ଈଶ୍ବରୀୟ ପ୍ରତ୍ୟାଦେଶ ବଚନ ଅଟେ । ଯଦି ଏହା ଈଶ୍ବରଙ୍କ ସମ୍ବନ୍ଧରେ କହେ ନାହିଁ ଯାହାକୁ ଆମେ ସହଜରେ ବୁଝି ପାରୁନା; ଯଦି ତାହାଙ୍କ ବିଶାଳତା ଓ ମହତ୍ୱତାକୁ ସସମୀ ମନଦ୍ଵାରା ବୁଝାଯାଏ, ତାହାହେଲେ ବାଇବଲ ସ୍ଵର୍ଗୀୟ ଅଧବକାରର ନିର୍ଭୁଲ ବିଶ୍ବାସଜନକ ବିଷୟ ଧାରଣ କରେ ନାହିଁ । ତେଣୁ ବାଇବଲରେ ଉକ୍ତ ନିଗୁଢ଼ ରହସ୍ୟ ଓ ସିଦ୍ଧାନ୍ତମାନଙ୍କୁ ବିଶ୍ବାସ କରିବାକୁ ପ୍ରେରଣା ଦାନକରେ । ଖ୍ରୀପ 74.2

    ବାଇବଲରେ ପରମେଶ୍ୱରଙ୍କ ସତ୍ୟତା ଅତି ସରଳଭାବେ ଓ ସଠିକ୍ ଭାବେ ମାନବ ହୃଦୟର ଆକାଂକ୍ଷା ଓ ଆବଶ୍ୟକତା ପରିମାଣରେ ପ୍ରକାଶିତ ହୋଇଅଛି । ତାହା ଅତ୍ୟନ୍ତ ଉଚ୍ଚଶିକ୍ଷିତ, ନମ୍ର ଓ ଅଶିକ୍ଷିତ ଉଭୟଙ୍କୁ ବିସ୍ମିତ ଓ ମୁଗ୍ଧ କରିଥାଏ ପରିତ୍ରାଣ ଜ୍ଞାନ ବୁଝିବା ନିମନ୍ତେ । ଏପରି ହେଲେ ମଧ୍ୟ, ଏପରି ସରଳ ଭାବେ ପ୍ରକାଶିତ ସତ୍ୟତାକୁ ସଂପୂର୍ଣ୍ଣ ବୁଝିବା ନିମନ୍ତେ ଉଚ୍ଚ ମାନବ ଶକ୍ତିର ଅସାଧ୍ୟ ଅଟେ, ତାହା ଗ୍ରହଣ କରିବା ବିଧେୟ କାରଣ ତାହା ଈଶ୍ବର ପ୍ରକାଶ କରିଅଛନ୍ତି । ଅତଏବ ପରିତ୍ରାଣ ଯୋଜନା ଆମ୍ଭମାନଙ୍କ ନିମନ୍ତେ ମୁକ୍ତ ଅଟେ । ଆଉ ପ୍ରତ୍ୟେକ ପ୍ରାଣୀ ତାହା ଗ୍ରହଣ କରିବାକୁ ଏବଂ ପରମେଶ୍ବରଙ୍କୁ ଅନୁତାପ ପୂର୍ବକ ଲାଭ କରିବାକୁ ପଦକ୍ଷେପ ନେଇ ପାରନ୍ତି ଏବଂ ତ୍ରାଣକର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସରେ, ପରମେଶ୍ବରଙ୍କ ପନ୍ଥାରେ ଗ୍ରହଣ କରି ପାରନ୍ତି । ତଥାପି ଏହି ସତ୍ୟତାର ତଳେ ଏପରି ଗୁଢ଼ ରହସ୍ୟ ରହିଛି ଯାହା ତାହାଙ୍କ ଗୌରବକୁ ଲୁକ୍କାୟତ ଭାବେ ରଖେ । ଏହି ସତ୍ୟତା ମନୁଷ୍ୟର ମନ ଗବେଷଣା କରି, ଅନୁସନ୍ଧାନ କରି ବୁଝିପାରେ ନାହିଁ, ତଥାପି ସରଳାଚାରୀ ବିଶ୍ବାସୀମାନଙ୍କ ପକ୍ଷେ ଭକ୍ତି ଓ ବିଶ୍ୱାସ ସହିତ ସତ୍ୟତା ନିମନ୍ତେ ଅନୁସନ୍ଧାନ କରିବାକୁ ପ୍ରେରଣା ଦାନ କରେ । ଯେତେ ଅଧିକ ଭାବରେ ସେ ବାଇବଲକୁ ଅନୁସନ୍ଧାନ କରିବ, ସେ ସେତେ ଅଧିକ ଭାବେ ଜ୍ଞାନ ପାଇବ ଯେ, ଏହା ଜୀବନ୍ତ ଈଶ୍ବରଙ୍କ ବାକ୍ୟ ଏବଂ ମନୁଷ୍ୟର ବିଚାରଶକ୍ତି ଈଶ୍ବରଙ୍କ ପବିତ୍ର ବାକ୍ୟ ନିକଟରେ ନତମସ୍ତକ ହେବ ।ଖ୍ରୀପ 74.3

    ଆମ୍ଭେମାନେ ବାଇବଲର ମହାନ ସତ୍ୟତାଗୁଡ଼ିକୁ ପୂର୍ଣ୍ଣଭାବେ ବୁଝିନାରୁ, ଏହାକୁ ସ୍ବୀକାର କରିବା ଅର୍ଥ ସସୀମ ମନ ଅସୀମତାକୁ ବୁଝିବା ଅସମ୍ଭବ ଏହାକୁ ସ୍ବୀକାର କରିବା, ମନୁଷ୍ୟ ତାହାର ସୀମିତ ଜ୍ଞାନ ସହିତ ସର୍ବଜ୍ଞାତାଙ୍କ ଉଦ୍ଦେଶ୍ୟ ବୁଝିପାରେ ନାହିଁ ।ଖ୍ରୀପ 75.1

    ସମସ୍ତ ଗୁଢ଼ ରହସ୍ୟକୁ ସେମାନେ ବୁଝି ନ ପାରିବାରୁ, ନାସ୍ତିକ ଓ ବିଧର୍ମାମାନେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରନ୍ତି ଓ ଯେଉଁମାନେ ବାଇବଲ ଉପରେ ବିଶ୍ବାସ କରନ୍ତି ସେମାନେ ଏଥର ବିପଦରୁ ମୁକ୍ତ ନୁହନ୍ତି । ପ୍ରେରିତ କହନ୍ତି, ” ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ଵରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ ।” (ଏବ୍ରୀ ୩:୧ ୨) ବାଇବଲର ଶିକ୍ଷାଗୁଡ଼ିକୁ ଉପଯୁକ୍ତ ଭାବେ ଶିକ୍ଷା କରିବା ଉଚିତ୍ ଓ “ଗଭୀର ଭାବେ ଈଶ୍ବରଙ୍କ ବିଷୟରେ ଅନୁସନ୍ଧାନ କରିବା (୧ କରନ୍ଥୀ ୨:୧୦) ଯାହା ଯାହା ଧର୍ମ ଶାସ୍ତ୍ରରେ ଆମ୍ଭମାନଙ୍କ ନିମନ୍ତେ ପ୍ରକାଶିତ ହୋଇଅଛି । ଯେତେବେଳେ, “ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର” । “ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର ।” ( ଦକ୍ୱି:ବି: ୨୯: ୨୯) ମନକୁ ଅନୁସନ୍ଧାନ କରିବାକୁ ବାରଣ କରିବା ଶୟତାନର କାର୍ଯ୍ୟ ଅଟେ । ବାଇବଲ ସତ୍ୟତା ବୁଝିବାରେ କିଛି ଗର୍ବ ମିଶିଥାଏ, ତେଣୁ ମନୁଷ୍ୟ ନିଜ ସନ୍ତୋଷ ଅନୁସାର ବାଇବଲର ପ୍ରତ୍ୟେକ ଅଂଶକୁ ବୁଝାଇବାକୁ ଅସଫଳ ହୁଏ ଓ (ଅଧୈର୍ଯ୍ୟ ହୋଇଯାଏ । ଏହା ସେମାନଙ୍କ ପକ୍ଷରେ ସ୍ୱୀକାର କରିବାକୁ ଅପମାନଜନକ ହୋଇଥାଏ ଯେ ସେମାନେ ଈଶ୍ବର ନିଶ୍ଵସିତ ବାକ୍ୟଗୁଡ଼ିକୁ ବୁଝି ପାରନ୍ତି ନାହିଁ । ପରମେଶ୍ବର ସତ୍ୟତାତୁ ସେମାନଙ୍କ ନିକଟରେ ପ୍ରକାଶ କରିବା ପର୍ଯ୍ୟନ୍ତ ସେମାନେ ଧୈର୍ଯ୍ୟଧରି ଈଶ୍ବରଙ୍କ ନିମନ୍ତେ ଅପେକ୍ଷା କରନ୍ତି ନାହିଁ । ସେମାନେ ଭାବନ୍ତି, ବାଇବଲ ଶାସ୍ତ୍ର ବୁଝିବା ନିମନ୍ତେ ସେମାନଙ୍କ ମାନସିକ ଜ୍ଞାନ ଈଶ୍ଵରଙ୍କ ସାହାଯ୍ୟ ବିନା ଯଥେଷ୍ଟ । ଏହା କରିବାକୁ ଅସଫଳ ହେବାଦ୍ବାରା, କାର୍ଯ୍ୟତଃ ଏହାର ପ୍ରଭୃତ୍ୱକୁ ଅସ୍ବୀକାର କରନ୍ତି । ଏହା ସତ୍ୟ ଯେ ଅନେକ ସିଦ୍ଧାନ୍ତ ଓ ଶିକ୍ଷା ବାଇବଲରୁ ନିସୃତ ବୋଲି ଅନେକେ ଭାବନ୍ତି କିନ୍ତୁ ତାହାସବୁ ଭିତ୍ତିହୀନ ଶିକ୍ଷା ଅଟେ ଓ ପ୍ରକୃତରେ ଈଶ୍ବରାଦେଶର ସଂପୂର୍ଣ୍ଣ ବିପରୀତ ଶିକ୍ଷା ଅଟେ । ଏହି ସବୁ ମନୁଷ୍ୟର ସନ୍ଦିଗ୍ଧ ଚି ଓ ହତବୁଦ୍ଧିକୁ ବୁଝାଏ । ସେଗୁଡ଼ିକ ଈଶ୍ବରଙ୍କ ବାକ୍ୟକୁ ଦୋଷାରୋପ କରେ ନାହିଁ କିନ୍ତୁ ମନୁଷ୍ୟର ଭୁଷ୍ଟତାକୁ ବୁଝାଏ । ଖ୍ରୀପ 75.2

    ଯଦି ସୃଷ୍ଟ ପ୍ରାଣୀମାନେ ଈଶ୍ବରଙ୍କ କାର୍ଯ୍ୟ ଓ ଈଶ୍ବରଙ୍କ ସମ୍ବନ୍ଧରେ ବୁଝିବାକୁ ସମ୍ପୂର୍ଣ୍ଣ ବୋଧଜ୍ଞାନ ପାଇବାକୁ ସକ୍ଷମ ହୋଇଥାନ୍ତେ, ତେବେ, ଏହି କ୍ଷେତ୍ରରେ, ସେମାନଙ୍କ ପକ୍ଷେ ସତ୍ୟର ଆବିଷ୍କାର, ଜ୍ଞାନରେ ବୃଦ୍ଧି ପାଇବା, ହୃଦୟ କିମ୍ବା ମନର ଅଧିକ ଉନ୍ନତିର ଦରକାର ପଡ଼ନ୍ତା ନାହିଁ । ପରମେଶ୍ବର ଆଉ ସର୍ବଶକ୍ତିମାନ ହୋଇ ପାରିବେ ନାହିଁ ଏବଂ ମନୁଷ୍ୟ, ତାହାର ଜ୍ଞାନ ଓ ବିଦ୍ୟାର ସୀମାରେ ପହ, ଆଉ ଅଗ୍ରସର ହୋଇପାରନ୍ତା ନାହିଁ । ଈଶ୍ଵରଙ୍କୁ ଧନ୍ୟବାଦ ହେଉ, ଏହା ଏପରି ନୁହେଁ । ଈଶ୍ବର ଅସୀମ ଅଟନ୍ତି; ତାହାଙ୍କଠାର ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି ।” (କଲସୀ ୨:୧) ଏଣୁ ଅନନ୍ତକାଳ ନିମନ୍ତେ ମାନବର ଗବେଷଣା ଓ ଶିକ୍ଷା ନିମନ୍ତେ ସୁଯୋଗ ରହିଛି ତଥାପି ତାହାଙ୍କ ଜ୍ଞାନ ଭଣ୍ଡାର ତାହାଙ୍କ ଉତ୍ତମତା ଓ ତାହାଙ୍କ ଶକ୍ତିର ଶେଷ ହୁଏ ନାହିଁ ।ଖ୍ରୀପ 75.3

    ଈଶ୍ବର ଚାହାନ୍ତି ଏପରିକି ଇହ ଜୀବନରେ, ତାହାଙ୍କ ବାକ୍ୟର ସତ୍ୟତା ତାହାଙ୍କ ଲୋକମାନଙ୍କ ନିକଟରେ ସବୁବେଳେ ଉନ୍ମୁକ୍ତ ରହୁ । କେବଳ ଗୋଟିଏ ଉପାୟରେ ଏହି ଜ୍ଞାନପ୍ରାପ୍ତ ହୋଇପାରେ । ଈଶ୍ବରଙ୍କ ବାକ୍ୟକୁ ଆମ୍ଭେମାନେ କେବଳ ପବିତ୍ର ଆତ୍ମାଙ୍କ ଚାଳନା ଦେଇ ବୁଝିପାରିବା, ଯାହାଙ୍କ ଦ୍ବାରା ବାକ୍ୟ ଦ ହେଇଥିଲା । “ଈଶ୍ବରଙ୍କ ବିଷୟ ସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ ।” “ତେଣୁ ଆତ୍ମା ସମସ୍ତ ବିଷୟ ହିଁ ଈଶ୍ଵରଙ୍କ ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି ।” (୧ କରନ୍ଥୀ ୨:୧୧୧୦) ଆଉ ପରିତ୍ରାଣକର୍ତ୍ତାଙ୍କ ପ୍ରତିଜ୍ଞା ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ଥିଲା, “ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ..... ସେ ମୋ’ଠାରୁ ପାଇବେ ଓ ତୁମ୍ଭମାନଙ୍କୁ ଜଣାଇବେ ।” (ଯୋହନ ୧୬:୧୩, ୧୪) ଖ୍ରୀପ 76.1

    ପରମେଶ୍ଵର ଚାହାଁନ୍ତି ଯେ ମନୁଷ୍ୟ ତାହାର ବିଚାର ଶକ୍ତିକୁ ବ୍ୟବହାର କରୁ; ଏବଂ ବାଇବଲ ଅଧ୍ୟୟନ ମନକୁ ଏପରି ଭାବେ ଶକ୍ତିଯୁକ୍ତ କରି ଉଚ୍ଚିକୃତ କରିବ ଯେ, ଅନ୍ୟ କୌଣସି ଶିକ୍ଷା ଦ୍ବାରା ଏପରି ହୋଇ ପାରିବ ନାହିଁ । ତଥାପି ବିଚାର ଶକ୍ତି ଏକମାତ୍ର ଆଦର୍ଶ ଏ ସବମ୍ବନ୍ଧରେ ସତର୍କ ହୁଅ ଯାହା ମନୁଷ୍ୟର ଦୁର୍ବଳତା ଓ ଅକ୍ଷମତାର ଅଧିନ ଅଟେ । ପବିତ୍ର ଧର୍ମଶାସ୍ତ୍ର ଶିକ୍ଷା ଏପରି ବିଚାର ଦ୍ଵାରା ମଘାଚ୍ଛନ୍ନ ନ ହେଲେ ସତ୍ୟତା ସରଳଭାବେ ବୁଝି ହୁଅନ୍ତା । ଛୋଟ ଶିଶୁ ତୁଲ୍ୟ ଆମ୍ଭମାନଙ୍କ ବିଚାର ହୁଅନ୍ତା ଫଳରେ ପବିତ୍ର ଆତ୍ମାଙ୍କ ଶକ୍ତିର ସତ୍ୟତା ସରଳ ଭାବେ ବୁଝି ପାରନ୍ତୁ । ପରମେଶ୍ଵରଙ୍କ ଜ୍ଞାନ ଓ ଶକ୍ତି ଏକ ପକ୍ଷରେ ଓ ଆମ୍ଭମାନଙ୍କ ଦୁର୍ବଳତା ଅନ୍ୟ ପକ୍ଷରେ, ଆମ୍ଭମାନଙ୍କୁ ନମ୍ରତାସହ ଉତ୍ସାହିତ କରେ ଯେପରି ଆମ୍ଭେମାନେ ତାହାଙ୍କ ବାକ୍ୟ ପାଠ କରି ତାହାଙ୍କ ସମ୍ମୁଖରେ ପବିତ୍ର ଭକ୍ତି ସହ ଠିଆ ହେଉଁ । ଆମ୍ଭେମାନେ ଯେତେବେଳେ ବାଇବଲ ପାଖକୁ ଆସୁ ଆମ୍ଭର ବିଚାର ଶକ୍ତି ଏହା ମହତ୍ ପ୍ରଭୁତ୍ଵକୁ ଅବଶ୍ୟ ସ୍ବୀକାର କରିବ ଓ ହୃଦୟ ଓ ଧୀଶକ୍ତି ମହାନ ଆମେ ଅଟୁ ନିକଟରେ ନତମସ୍ତକ ହେବା ନିତାନ୍ତ ଆବଶ୍ୟକ । ଖ୍ରୀପ 76.2

    ଅନେକ ବିଷୟ ଅସ୍ପଷ୍ଟ ଓ ବୋଧର ଅଗମ୍ୟ ରହିଛି କିନ୍ତୁ ପରମେଶ୍ବର ତାହାସବୁ ବୁଝିବାକୁ ଆସ୍ତେ ୨ ସରଳ କରିବେ । ପରମେଶ୍ୱରଙ୍କ ବିନା ସାହାଯ୍ୟରେ ଆମ୍ଭେମାନେ ସୁସ୍ପଷ୍ଟ ଭାବେ ଧର୍ମ ଶାସ୍ତ୍ର ବୁଝିବାକୁ କିମ୍ବ। ବାଖ୍ୟା କରିପାରିବା ନାହିଁ । ବାଇବଲକୁ ବିସ୍ତୃତ ଭାବେ ପାଠକଲେ ମଧ୍ୟ ବିଶେଷ କିଛି ଫଳ ମିଳେ ନାହିଁ ଓ ଅନେକ କ୍ଷେତ୍ରରେ କ୍ଷତି ହୋଇଥାଏ । ଈଶ୍ବରଙ୍କ ବାକ୍ୟ ଭକ୍ତି ଓ ପ୍ରାର୍ଥନା ବିନା ପାଠ କରାଗଲେ, ଆମ୍ଭମାନଙ୍କ ଚିନ୍ତାଧାରା ଓ ପ୍ରେମ ଈଶ୍ବରଙ୍କ ଉପରେ ନ ରହିଲେ କିମ୍ବା ତାହାଙ୍କ ଇଚ୍ଛା ସହିତ ଆମେ ଏକମତ ନ ହେଲେ, ମନ ସନ୍ଦେହରୁପକ ମେଘରେ ପୂର୍ଣ୍ଣ ହୁଏ ଓ ପ୍ରତ୍ୟେକ ବାଇବଲ ପାଠରେ ନାସ୍ତିକତା ଭାବ ବୃଦ୍ଧିପାଏ । ଶତୁ ଚିନ୍ତାଧାରାକୁ ନିୟନ୍ତ୍ରଣ କରେ ଓ ଭ୍ରମାତ୍ମକ ଭାବିସବୁ ବ୍ୟାଖ୍ୟା କରିଥାଏ । ଯଦି ମନୁଷ୍ୟମାନେ ଆପଣା ବାକ୍ୟ ଓ କର୍ମରେ ଈଶ୍ଵରଙ୍କ ଇଚ୍ଛାନୁସାରେ ଇଚ୍ଛା ମିଳାଇ କାର୍ଯ୍ୟ କରିବାକୁ ଯତ୍ନ ନ କରନ୍ତି, ତେବେ ସେମାନେ ବିଜ୍ଞ ଥିଲେସୁଦ୍ଧା, ବାଇବଲ ଶିକ୍ଷା ବୁଝିବାରେ ଭୁଲ କରିବେ ଓ ସେମାନଙ୍କ ବ୍ୟାଖା ଉପରେ ନିର୍ଭର କରିବା ଉଚିତ୍ ନୁହେଁ । ଯେଉଁମାନେ ବାଇବଲ ଶାସ୍ତ୍ରରେ ଭୁଲ ଅନୁସନ୍ଧାନ କରିବାକୁ ଚାହାନ୍ତି, ସେମାନେ ଆମ୍ଭିକ ଦୂର ଦୃଷ୍ଟି ପାଇନାହାନ୍ତି । ସେମାନେ ଭ୍ରମାତ୍ମକ ଦୃଷ୍ଟି ସନ୍ଦେହର ଓ ଅବିଶ୍ୱାସର ଅନେକ କାରଣ ଦେଖିବାକୁ ପାଇବେ, ଯାହା ପ୍ରକୃତରେ ପରିଷ୍କାର ଓ ସରଳ ।ଖ୍ରୀପ 76.3

    ଏପରି ଭ୍ରାନ୍ତ ବାଇବଲପାଠ ସନ୍ଦେହ ଓ ନାସ୍ତିକତାର କାରଣ ଓ ତାହା ଅଧକାଂଶ କ୍ଷେତ୍ରର ପାପକୁ ପ୍ରେମ କରିବା ହେତୁ ହୋଇଥାଏ । ଈଶ୍ବରଙ୍କ ବାକ୍ୟର ଶିକ୍ଷା ନିଷେଧାଜ୍ଞା ସକଳ ଦାମ୍ଭୀକ, ପାପୀ ହୃଦୟ ଓ ଯେଉଁମାନ ଈଶ୍ଵରଙ୍କ ପ୍ରଭୃତ୍ୱ ଅସ୍ୱୀକାର କରନ୍ତି, ସେମାନଙ୍କୁ ସ୍ଵାଗତ କରେ ନାହିଁ । ସତ୍ୟତା ବୁଝିବାକୁ ଇଚ୍ଛୁକ ହେଲେ, ସତ୍ୟତା ଜାଣିବାକୁ ଓ ହୃଦୟରେ ସତ୍ୟତା ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପ୍ରୟୋଜନ ଅଟେ । ଏପରି ମନୋଭାବ ସହ ବାଇବଲ ପାଠକଲେ, ସେମାନେ ପ୍ରଭୁଙ୍କ ବାକ୍ୟରୁ ବହୁ ଶିକ୍ଷା ପ୍ରାପ୍ତ ହୋଇ ପାରିବେ ଓ ତାହା ସେମାନଙ୍କୁ ପ୍ରତିଜ୍ଞାନରେ ଓ ସତ୍ୟତା ଲାଭ କରିବାକୁ ସାହାଯ୍ୟ କରିବ ।ଖ୍ରୀପ 77.1

    ଖ୍ରୀଷ୍ଟ କହିଲେ, କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ସେ ଜାଣିବ । (ଯୋହନ ୭:୧୭) କୌଣସି ସତ୍ୟତା ବୁଝିବାକୁ ଜଟିଳ ହେଲେ, ପ୍ରଶ୍ନ ନ କରି, ତୁମ୍ଭକୁ ଦ ଆଲୋକପ୍ରତି ଲକ୍ଷ୍ୟ କର, ତେବେ ତୁମ୍ଭେ ମହାନ୍ ସତ୍ୟତା ପ୍ରାପ୍ତ ହେବ । ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ଵାରା, ଯାହା ତୁମ୍ଭ ଦୃଷ୍ଟିରେ ପରିଷ୍କାର, ପ୍ରତ୍ୟେକ କର୍ମ ସାଧନ କର, ତେବେ ଯାହା ବର୍ତ୍ତମାନ ତୁମ୍ଭ ଦୃଷ୍ଟିରେ ସନ୍ଦେହଜନକ ସେଗୁଡ଼ିକ ବୁଝିବାକୁ ଓ ସମ୍ପନ୍ନ କରିବାକୁ ସକ୍ଷମ ହେବ । ଖ୍ରୀପ 77.2

    ସମସ୍ତଙ୍କ ପାଇଁ ଗୋଟିଏ ପ୍ରମାଣ ଖୋଳା ସବୁଠାରୁ ଉଚ୍ଚ ଶିକ୍ଷିତ ଓ ସବୁଠାରୁ ଅଶିକ୍ଷିତ ଅଭିଜ୍ଞତାର ପ୍ରମାଣ । ପରମେଶ୍ବର ତାହାଙ୍କ ବଚନରେ ବାସ୍ତବତା ହୃଦୟଙ୍ଗମ କରିବାକୁ ପ୍ରତ୍ୟେକଙ୍କୁ ଆହ୍ବାନ କରନ୍ତି ତାହା- ତାହାଙ୍କର ପ୍ରମାଣ ବାକ୍ୟ । ସେ ଆମ୍ଭମାନଙ୍କୁ ଆଦେଶ ଦେଇ କହନ୍ତି, “ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ବାଦନ କରି ଦେଖ” (ଗୀତ ସଂହିତା ୩୪:୮) ଅନ୍ୟମାନଙ୍କ ବାକ୍ୟ ଉପରେ ନିର୍ଭର କରିବା ଅପେକ୍ଷା ଆମ୍ଭମାନଙ୍କୁ ଚାଖିବାକୁ ହେବ । ସେ ଘୋଷଣା କରନ୍ତି, “ମାଗ ତୁମ୍ଭମାନଙ୍କୁ ଦିଆଯିବ, ” (ଯୋହନ ୧୬: ୨୪) ତାହାଙ୍କ ପ୍ରତିଜ୍ଞା ପୂର୍ଣ୍ଣ ହେବ । ସେମାନ କେବେହେଁ ନିଷ୍ପଳ ହୋଇ ନାହାନ୍ତି; ସେମାନେ କେବେହେଁ ନିଷ୍ପଳ ହୋଇ ନ ପାରନ୍ତି । ଆମ୍ଭେମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ତାହାଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବ ଆନନ୍ଦ କଲେ, ତାହାଙ୍କ ଉପସ୍ଥିତିରେ ଆମ୍ଭମାନଙ୍କ ସନ୍ଦେହ ଓ ଅନ୍ଧକାର ଉଭଇେ ଯିବ ।ଖ୍ରୀପ 77.3

    ପ୍ରେରତି ପାଉଲ କହନ୍ତି ଯେ, “ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାକୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି ।” (କଲସୀ ୧:୧୩) ” ପ୍ରତ୍ୟେକ ଯେଉଁମାନେ ମୃତ୍ୟୁରୁ ଜୀବନ ଦିଗକୁ ଯାଇଅଛନ୍ତି, “ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି ।” (ଯୋହନ ୩:୩) ସେ ଏହା ସାକ୍ଷ୍ୟ ଦେଇପାରେ, ସେ ଏହା ସାକ୍ଷ୍ୟ ଦେଇପାରେ, “ମୋର ସାହାଯ୍ୟ ଦରକାର ଥିଲା ଓ ଏହା ମୁଁ ଯୀଶୁଙ୍କଠାରେ ପାଇଲି । ସମସ୍ତ ଅଭାବ ପୂରଣ ହେଲା, ମୋର କ୍ଷୁଧିତ ଆତ୍ମା ସନ୍ତୁଷ୍ଟ ହେଲା ଓ ବର୍ତ୍ତମାନ ବାଇବଲ ମୋ ନିମନ୍ତେ ଯୀଶୁଙ୍କର ପ୍ରକାଶନ। । ତୁମ୍ଭେ କ’ଣ ପଚାର ମୁଁ କାହିଁକି ଯୀଶୁଙ୍କଠାରେ ବିଶ୍ବାସ କରେ ? କାରଣ ସେ ମୋ ନିମନ୍ତେ ସ୍ଵର୍ଗୀୟ ପ୍ରାଣକର୍ତ୍ତା । ମୁଁ କାହିଁକି ବାଇବଲକୁ ବିଶ୍ୱାସ କରେ ? କାରଣ ମୋର ଆତ୍ମା ନିମନ୍ତେ ଏହା ଈଶ୍ବରଙ୍କ ସ୍ଵର ବୋଲି ମୁଁ ଦେଖି ଅଛି ।” ଖ୍ରୀଷ୍ଟ ଈଶ୍ବରଙ୍କ ପୁତ୍ର ଓ ବାଇବଲ ସତ୍ୟ ଅଟେ ଏହା ଆମ୍ଭେମାନେ ସାକ୍ଷ୍ୟ ଦେଇପାରୁ । ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ଚତୁରତାରେ କଳ୍ପିତ କାହାଣୀକୁ ଅନୁସରଣ କରୁ ନାହୁଁ । ଖ୍ରୀପ 78.1

    ସାଧୁ ପିତର ଭାଇମାନଙ୍କୁ ଉତ୍ସାହ ଦେଇ କହନ୍ତି, “ବର ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ବୃଦ୍ଧି ପାଅ ।” ( ୨ ପିତର ୩:୧୮) ଯେତେବେଳେ ଈଶ୍ଵରଙ୍କ ଲୋକମାନେ ଅନୁଗ୍ରହରେ ବୃଦ୍ଧି ପାଆନ୍ତି, ସେମାନେ ଯେତେବେଳେ ତାହାଙ୍କ ବାକ୍ୟର ସୁସ୍ପଷ୍ଟଭାବ ସଦାବେଳେ ବୁଝିପାରନ୍ତି । ପବିତ୍ର ସତ୍ୟରେ ସେମାନେ ନୂତନ ଆଲୋକ ଓ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ । ସବୁ ଯୁଗରେ, ମଣ୍ଡଳୀ ଇତିହାସରେ ଏହା ସତ୍ୟ ହୋଇଆସିଛି ଏବଂ ଏହିପରି ଭାବେ ଶେଷ ପର୍ଯ୍ୟନ୍ତ କ୍ରମଶଃ ହେଉଥିବ । “ମାତ୍ର ଧାର୍ମିକ ମାନଙ୍କର ପଥ ପ୍ରଭାବରେ ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ତେଜସ୍ଵର ହୁଅଇ ।” (ହିତୋପଦେଶ ୪:୧୮) ଖ୍ରୀପ 78.2

    ବିଶ୍ଵାସଦ୍ବାରା ଆମ୍ଭେମାନେ ଇହ ଜଗତକୁ ଆଗାମୀ ଜଗତକୁ ଦେଖିପାରୁଁ ଓ ଧୀଶକ୍ତି ବୃଦ୍ଧି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାକୁ ଜାବୋଡି ଧରୁ । ମାନବିକ ଜ୍ଞାନେନ୍ଦ୍ରୀୟ ଗୁଡ଼ିକ ସ୍ବର୍ଗୀୟ ଶକ୍ତି ସହିତ ମିଳିତ ହୋଇ ଓ ପ୍ରତ୍ୟେକ ଆତ୍ମା ଆଲୋକର ଆଧାର ସହିତ ସଂଯୋଗ କରାଯିବ । ଆଉ ଈଶ୍ଵରଙ୍କ ପରିରଳନାରେ ଯାହା କିଛି ସନ୍ଦେହଯୁକ୍ତ ଓ ଅସ୍ପଷ୍ଟ ତାହାସବୁ ସରଳ କରାଯିବ, ଯାହା ଦୁଷ୍କର ଥୁଲା ତାହାର ଅର୍ଥ ବୁଝି ବାକୁ ସରଳ ହେବ । ଆମ୍ଭମାନଙ୍କ ସସୀମ ମନରେ ଯାହା ଗୋଳମାଳିଆ ଓ ବିଶୃଙ୍ଖଳା ବୋଲି ମନେ ହେଉଥିଲା, ସେ ସବୁକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟତାର ଐକତ୍ବରରେ ଦେଖି ପାରିବୁ । “କାରଣ ଏବେ ଆମ୍ଭେମାନେ ନିଗୁଢ଼ ବାକ୍ୟରୂପ ଦର୍ପରେ ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖୀ ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚୟ, ସେହିପରି ମଧ୍ୟ ପରିଚିତ ପାଇବ ।(୧ କରନ୍ଥି ୧୩:୧୨)ଖ୍ରୀପ 78.3

    *****

    Larger font
    Smaller font
    Copy
    Print
    Contents