Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ଉତ୍ସର୍ଗ

    ଏହି ଈଶ୍ବରଙ୍କ ମହାନ୍ ପ୍ରତିଜ୍ଞା ଯେ, “ଆଉ ତୁମ୍ଭେମାନେ ଆମ୍ବକୁ ଅନ୍ବେଷଣ କରିବ ଓ ସର୍ବାନ୍ତକରଣ ସହିତ ଆମ୍ଭଙ୍କୁ ଲୋଡ଼ିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ ।” ( ସିରିମିୟ ୨୯:୧୩) ।ଖ୍ରୀପ 30.1

    ସମସ୍ତ ଅନ୍ତଃକରଣ ଈଶ୍ଵରଙ୍କୁ ନଦେଲେ ଆମ୍ଭଠାରେ ପରିବର୍ତନ ଆସିବ ନାହିଁ ଓ ତାହାଙ୍କ ସଦୃଶ ଆମ୍ଭେମାନେ କଦାପି ହୋଇପାରିବା ନାହିଁ । ଆମ୍ଭେମାନେ ସ୍ୱଭାବରେ ଈଶ୍ଵରଙ୍କ ବିରୁଦ୍ଧରେ ଯାଉ । ପବିତ୍ର ଆତ୍ମାଙ୍କ ଭାଷାରେ “ପାପ ଓ ଅପରାଧରେ ମୃତ”, ” ମସ୍ତକଯାକ ପୀଡିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି”, ” କିଛି ସ୍ବାସ୍ଥ୍ୟ ନାହିଁ, ଆଉ ଶୟତାନ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି ।” (ଏଫିସୀ ୨:୧, ଯିଶାଇୟ ୧:୫, ୬; ୨ ତୀମୋଥି ୨:୨୬) | ପରମେଶ୍ଵର ଆମ୍ଭମାନଙ୍କୁ ସ୍ଵାସ୍ଥ୍ୟ ପ୍ରଦାନ କରିବାକୁ ଇଛୁକ, ମୁକ୍ତ କରିବାକୁ ତତ୍ପର; କିନ୍ତୁ ଏପରି ଅବସ୍ଥା ନିମନ୍ତେ ଗୋଟିଏ ପୂର୍ଣ୍ଣାଙ୍ଗ ପରିବର୍ତନ, ଆମ୍ଭମାନଙ୍କର ସକଳ ସ୍ୱଭାବର ନୂତନୀକରଣ ଆବଶ୍ୟକ । ଏଣୁ ଈଶ୍ଵରଙ୍କୁ ପୂର୍ଣ୍ଣଭାବେ ଆମ୍ଭେମାନେ ଆପଣାକୁ ସମର୍ପଣ କରିବା ବାଞ୍ଛନୀୟ ।ଖ୍ରୀପ 30.2

    ଜୀବନରେ ସ୍ଵାର୍ଥସହ ଲଢ଼େଇ କରିବା ସବୁଠାରୁ ଭୟାନକ ଯୁଦ୍ଧ ଅଟେ । ସ୍ଵାର୍ଥକୁ ସମର୍ପଣ କରିବା, ଈଶ୍ଵରଙ୍କ ଇଚ୍ଛାର ବଶବ ର୍ନ କରିବା ନିମନ୍ତେ ଘୋର ସଙ୍ଘର୍ଷ ଦରକାର । କିନ୍ତୁ ଆତ୍ମା ପବିତ୍ରତାରେ ନୂତନ ହେବା ପୂର୍ବରୁ ପରମେଶ୍ଵରଙ୍କ ନିକଟରେ ଆତ୍ମ ସମର୍ପଣ କରିବା ବିଧେୟ ।ଖ୍ରୀପ 30.3

    ବର୍ତମାନ ଯେପରି ଶୟତାନ ଦର୍ଶାଏ, ସେହିପରି ଈଶ୍ୱରଙ୍କ ରାଜ୍ୟ ନୁହେଁ; ଅନ୍ଧଭାବେ ଆତ୍ମ ସମର୍ପଣ ନୁହେଁ କିମ୍ବା ଅହେତୁକ ନୁହେଁ । ଏହା ବିଚାର ଶକ୍ତି ଓ ବିବେକର ପୂର୍ଣ୍ଣ ସାପେକ୍ଷ। ଅଟେ । ସଦାପ୍ରଭୁ କହନ୍ତି, ” ଆସ ଆମ୍ଭେମାନେ ଉତ୍ତମର ପ୍ରତ୍ୟୁ ର କରୁ” (ଯିଶାଇୟ ୧:୧୮) ଏହି ନିମନ୍ତ୍ରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରମେଶ୍ବର ଦିଅନ୍ତି । କାହାର ଇଚ୍ଛା ବିରୁଦ୍ଧରେ ସେ ଜୋର କରି କିଛି କରନ୍ତି ନାହିଁ । ଇଚ୍ଛୁକ ଓ ବିଜ୍ଞଭାବେ ଅଧୀନତା ସ୍ବୀକାର ତାହାଙ୍କର ତୃପ୍ତିଜନକ ଅଟେ । ବାଧ୍ୟତାମୂଳକ ଆତ୍ମ ସମର୍ପଣ ମନ ଓ ଚରିତ୍ରର ବିକାଶ ନିମନ୍ତେ କ୍ଷତିକାରକ ଅଟେ । ତାହା ମାନବକୁ ଯାନ୍ତ୍ରୀକ କରିଦିଏ । ସୃଷ୍ଟିକର୍ତାଙ୍କ ଉଦ୍ଦେଶ୍ୟ ଏପରି ନୁହେଁ । ମାନବ ତାହାଙ୍କ ସୃଷ୍ଟିରେ ସର୍ବଶ୍ରେଷ୍ଟ ପ୍ରାଣୀ ଏଣୁ ସେ ଚାହାନ୍ତି ମନୁଷ୍ୟ ସବୁ ବିଷୟରେ ଶୀର୍ଷ ସ୍ଥାନରେ ରହୁ । ସେ ଆମ୍ଭମାନଙ୍କୁ ସମ୍ମୁଖରେ ତାହାଙ୍କ ଅଭିଳଷିତ ଉଚ୍ଚତମ ଅନୁଗ୍ରହ ଓ ଆଶିଷ ରଖିଅଛନ୍ତି, ଏଥିଯୋଗୁଁ ତାହାଙ୍କଠାରେ ଆତ୍ମ ସମର୍ପଣ କରିବା ନିମନ୍ତେ ଆମ୍ଭମାନଙ୍କୁ ନିମନ୍ତ୍ରଣ କରୁଅଛନ୍ତି, ଯେପରି ତାହାଙ୍କ ଇଚ୍ଛା ଆମ୍ଭମାନଙ୍କଠାରେ ସଫଳ ହେବ । ଅତଏବ ଆମ୍ଭେମାନେ ଯେପରି ପାପରୂପକ ବନ୍ଧନରୁ ମୁକ୍ତ ହୋଇ ଈଶ୍ଵରଙ୍କ ସନ୍ତାନମାନଙ୍କ ସହିତ ଗୌରବର ଅଂଶୀଦାର ହୋଇପାରିବା ।ଖ୍ରୀପ 30.4

    ଏକଥା ସତ୍ୟ ଯେ, ଆପଣମାନଙ୍କୁ ଈଶ୍ଵରଙ୍କୁ ଦେବା ଅର୍ଥ ଯାହା ୨ ତାହାଙ୍କଠାରୁ ଆମ୍ଭମାନଙ୍କୁ ପୃଥକ କରେ ସେ ସବୁକୁ ତ୍ୟାଗ କରିବା । ସୁତରାଂ ତ୍ରାଣକର୍ତ୍ତା ଯୀଶୁ କହନ୍ତି, “ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସର୍ବତ୍ସ ତ୍ୟାଗ ନକରେ ସେ ମୋର ଶିଷ୍ୟ ହୋଇପାରେ ନାହିଁ ।” (ଲୁକ ୧୪:୩୩) ଯେଉଁସବୁ ବିଷୟ ଆମ୍ଭମାନଙ୍କୁ ଈଶ୍ଵରଙ୍କଠାରୁ ପୃଥକ ରଖେ ସେସବୁକୁ ହୃଦୟଠାରୁ ଦୂରରେ ରଖିବା ଉଚିତ୍ । ଧନସମ୍ପତ୍ତି ଅନେକଙ୍କ ହୃଦୟରେ ଅତି ଆଦରଣୀୟ ବସ୍ତୁ ଓ ଦେବତା ଅଟେ । ଅର୍ଥ ପ୍ରେମ, ବହୁ ସମ୍ପତ୍ତି ଇଚ୍ଛା ଏହି ସୁବର୍ଣ୍ଣ ଶିକୁଳି ସହ ଶୟତାନ ସଙ୍ଗେ ଆବଦ୍ଧ ହେବାକୁ ହୁଏ । ଅନ୍ୟ କେତେକ ଲୋକଙ୍କ ସୁନାମ ଓ ଜାଗତିକ ଗୌରବ ଅତି ଚି କର୍ଷକ ବୋଧହୁଏ । ଏସବୁ ଦାସତ୍ବ ବନ୍ଧନ ଗୁଡିକୁ ଛିନ୍ନ କରିବା ଉଚିତ୍ । ଅର୍ଦ୍ଧେକ ଈଶ୍ଵରଙ୍କ ଅର୍ଦ୍ଧେକ ଜଗତର ହୋଇ ନପାରୁ । ସମ୍ପୂର୍ଣ୍ଣଭାବେ ଆମ୍ଭେମାନେ ଈଶ୍ବରଙ୍କ ନ ହେଲେ ତାହାଙ୍କ ସନ୍ତାନସନ୍ତତି ହୋଇପାରିବା ନାହିଁ ।ଖ୍ରୀପ 30.5

    ଆଉ ଅନେକ ନିଜ ନିଜ ଚେଷ୍ଟା ବଳରେ ଈଶ୍ବରଙ୍କ ସେବା କରିବାକୁ ଓ ତାହାଙ୍କ ବ୍ୟବସ୍ଥା ପାଳନ କରି ଉତ୍ତମ ଚରିତ୍ର ଓ ପରିତ୍ରାଣ ପାଇବାକୁ ଚେଷ୍ଟା କରନ୍ତି । ସେମାନଙ୍କ ହୃଦୟ ଏତଦ୍‌ବ୍ୟତୀତ ଖ୍ରୀଷ୍ଟଙ୍କୁ ଗଭୀର ପ୍ରେମରେ ଉତେଜିତ ହୋଇ ନଥାଏ ଓ ଖ୍ରୀଷ୍ଟିୟାନ ଜୀବନ ତୁଲ୍ୟ କାର୍ଯ୍ୟକରି ସ୍ବର୍ଗକୁ ଯିବାକୁ ଉଚ୍ଚ ଆକାଂକ୍ଷା ପୋଷଣ କରିଥାନ୍ତି । ଏପରି ଧର୍ମ ମୂଲ୍ୟହୀନ ଅଟେ । ଖ୍ରୀଷ୍ଟ ଅନ୍ତଃକରଣ ବାସକଲେ, ହୃଦୟ ତାହାଙ୍କ ପ୍ରେମରେ ପୂର୍ଣ୍ଣ ହୁଏ ତାହାଙ୍କ ମିଳନରେ। ଆନନ୍ଦ ଫୁଟିଉଠେ; ଆଉ ତାହା ତାହାଙ୍କୁ ଆକୃଷ୍ଟ ହୋଇ ଧରେ ଓ ମନୁଷ୍ୟ ନିଜକୁ ଭୂଲିଯାଏ । ଖ୍ରୀଷ୍ଟଙ୍କ ପ୍ରେମ ସକଳ କ୍ରିୟାର ସ୍ରୋତ ହୋଇଯାଏ । ଯେଉଁମାନେ ଏପରି ପ୍ରେମରେ ଆସକ୍ତ ହୁଅନ୍ତି, ସେମାନେ ପରମେଶ୍ବରଙ୍କଠାରେ ଆପଣାକୁ ଅର୍ପଣ କରିବାକୁ ସୀମା ନିରୂପଣ କରନ୍ତି ନାହିଁ । ଏଣୁ ସେମାନେ ନିମ୍ନ ଶ୍ରେଣୀୟ ମାନ ନିର୍ଦ୍ଧାରଣ ନକରି ତ୍ରାଣକର୍ତ୍ତାଙ୍କ ଇଚ୍ଛାନୁଯାୟୀ ସିଦ୍ଧଆନନ୍ଦ ଲକ୍ଷ୍ୟ କରନ୍ତି । ଏପରି ଅଭିଳାଷ ସହିତ ସେମାନେ ସର୍ବତ୍ସ ଅର୍ପଣ କରିଥାଆନ୍ତି ଓ ତାହାଙ୍କ ନିମନ୍ତେ ଉପଯୁକ୍ତ ଅନୁରାଗ, ମୂଲ୍ୟ ସେମାନଙ୍କ ଅଭିଳାଷିତ ବସ୍ତୁରେ ଅନୁସନ୍ଧାନ କରିଥାନ୍ତି । ଏପରି ଗଭୀର ପ୍ରେମ ବ୍ୟତୀତ ଖ୍ରୀଷ୍ଟିୟାନ ଜୀବନ ନିରର୍ଥକ, କେବଳ ବାକ୍ୟ ମାତ୍ର । ଶୁଷ୍କ ବାହ୍ୟ ରୀତି ନୀତିମୂଳକ ଓ ଗଭୀର ବିରକ୍ତିଜନକ କାର୍ଯ୍ୟ ।ଖ୍ରୀପ 31.1

    ଖ୍ରୀଷ୍ଟଙ୍କୁ ତୁମ୍ଭର ସବୁ ଅର୍ପଣ କରିବା କି ଗୋଟାଏ ମହାନ୍ ସ୍ଵାର୍ଥତ୍ୟାଗ ବୋଲି ତୁମ୍ଭେ ବିଚାର କର । ଏହି ପ୍ରଶ୍ନ ନିଜକୁ ପଚାର, ” ଖ୍ରୀଷ୍ଟ ମୋ ନିମନ୍ତେ କ’ଣ ଦାନ କରି ଅଛନ୍ତି ।” ଈଶ୍ୱରଙ୍କ ପୁତ୍ର ସମସ୍ତ ପ୍ରଦାନ କଲେ, ଆମ୍ଭମାନଙ୍କ ମୁକ୍ତି ନିମନ୍ତେ ଦୁଃଖ କଷ୍ଟ କ୍ଲେଶ ସମସ୍ତ ସହିଲେ । ଏପରି ମହାନ୍ ପ୍ରେମ ନିମନ୍ତେ ନିତାନ୍ତ ଅଯୋଗ୍ୟ ଯେ ଆମ୍ଭେମାନେ, ତାହାଙ୍କୁ ଆମ୍ଭମାନଙ୍କର ହୃଦୟର ପ୍ରେମ ଅର୍ପଣ କରିବାକୁ କ’ଣ ଅନିଚ୍ଛୁକ ହେବା ? ଜୀବନର ପ୍ରତ୍ୟେକ ମୁହୁ ରେ ଆମ୍ଭେମାନେ ତାହାଙ୍କ ମହାପ୍ରେମ, ଅନୁଗ୍ରହ ଓ ଆଶୀର୍ବାଦର ଅଂଶୀ ଅଟୁ । ଏହି କାରଣବଶତଃ ଆମ୍ଭେମାନେ କେଉଁ ପ୍ରକାରେ ଅଜ୍ଞତା ଓ ବିପଦରୁ ମୁକ୍ତିପ୍ରାପ୍ତ ହୋଇଅଛୁ ତାହା ବୁଝିପାରୁ ନାହୁଁ । ଯାହାଙ୍କୁ ଆମ୍ଭମାନଙ୍କ ପାପ କୃଶ ଉପରେ ବିଦ୍ଧକଲା ତାହାଙ୍କୁ ନିରୀକ୍ଷଣ କରି ପାରୁକି ? ତାହାଙ୍କ ପ୍ରେମ ଓ ବଳିଦାନ ସତ୍ୱେ, ଆମ୍ଭେମାନେ ତାହାଙ୍କୁ ଗ୍ରହଣ କରିବାକୁ ଅନିଚ୍ଛୁକ ଅଟୁ କି ? ଗୌରବର ପ୍ରଭୁଙ୍କର ଅସୀମ ନମ୍ରତାକୁ ଦେଖି ଆମ୍ଭେମାନେ କ’ଣ ଚଚସା କରିବା, ଯେହେତୁ ଆମ୍ଭେମାନେ ସଙ୍ଘର୍ଷ ଓ ଆତ୍ମ ଅବମାନନା ଦେଇ ଜୀବନରେ ପ୍ରବେଶ କରୁଁ ?ଖ୍ରୀପ 31.2

    ଅନେକେ ଦାୟିକ ହୃଦୟର ଲୋକେ କହିଥାନ୍ତି “ମୁଁ କାହିଁକି ଅନୁତାପ ଓ ନମ୍ରତା ପନ୍ଥା ଅବଲମ୍ବନ କରିବି ? ଈଶ୍ଵର ମୋତେ ଗ୍ରହଣ କଲେ ବୋଲି ନ ଜାଣିବା ଯାଏଁ ମୁଁ ଏପରି କାହିଁକି କରିବି ? ମୁଁ ତୁମକୁ ଦର୍ଶାଏ ଯେ, ଖ୍ରୀଷ୍ଟ ନିସ୍ପାପୀ ଥିଲେ ଓ ଆହୁରି ମଧ୍ୟ ସ୍ବର୍ଗୀୟ ଯୁବରାଜ ଥିଲେ କିନ୍ତୁ ମନୁଷ୍ୟ ବଦଳରେ, ସକଳ ମାନବ ଜାତି ନିମନ୍ତେ ପାପସ୍ୱରୂପ ହେଲେ । ସେ ଅପରାଧୀମାନଙ୍କ ସଙ୍ଗେ ଗଣିତ ହେଲେ । ସେ ଅନେକ ପାପଭାର ବହନ କଲେ ଓ ଅପରାଧୀମାନଙ୍କ ନିମନ୍ତେ ନିବେଦନ କଲେ ।” (ଯିଶାଇୟ ୫୩:୧୨) ।ଖ୍ରୀପ 32.1

    ଯଦି ଆମ୍ଭେମାନେ ସବୁ ତ୍ୟାଗ କରୁ ତାହାହେଲେ କ’ଣ ତ୍ୟାଗ କରିବା ? ଗୋଟିଏ ପାପପୂର୍ଣ୍ଣ ହୃଦୟକୁ ଯୀଶୁ ପରିଷ୍କାର କରିବେ, ତାହାଙ୍କ ପବିତ୍ର ରକ୍ତଦ୍ବାରା ନିର୍ମଳ କରିବେ ଓ ତାହାଙ୍କ ଅତୁଳନୀୟ ପ୍ରେମରେ ପରିତ୍ରାଣ କରିବେ । କିନ୍ତୁ ମନୁଷ୍ୟ ସେସବୁ ତାହାଙ୍କୁ ଦେବାକୁକଷ୍ଟ ବୋଧ କଲେ । ଲୋକେ ଏପରି କହିବା ମୁଁ ଶୁଣି ଲଜ୍ଜା ବୋଧ କରେ ଓ ଲେଖିବାକୁ ଲଜ୍ଜାର ବିଷୟ ମଣେ । ଖ୍ରୀପ 32.2

    ଆମ୍ଭମାନଙ୍କଠାରେ ଯାହା ଅତିପ୍ରିୟ ବସ୍ତୁ ରହିଛି, ତାହା ସେ ଆମ୍ଭମାନଙ୍କୁ ତ୍ୟାଗ କରିବାକୁ କହନ୍ତି ନାହିଁ । ସେ କେବଳ ଆପଣ ସନ୍ତାନମାନଙ୍କ ମଙ୍ଗଳ କାମନା କରନ୍ତି । ଖ୍ରୀଷ୍ଟଙ୍କୁ ମନୋନୀତ ନ କରିବା ଏପରି ପ୍ରତ୍ୟେକେ ଏହା ଜାଣିବା ଉଚିତ୍ ଯେ, ପରମେଶ୍ଵର ଖ୍ରୀଷ୍ଟଙ୍କ ଦେଇ ସେମାନଙ୍କୁ ଅତି ମହତ୍ ଓ ଉତ୍କୃଷ୍ଟତର ବିଷୟ ଦେବାକୁ ପ୍ରସ୍ତୁତ ଅଛନ୍ତି । ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିବା ଯୋଗୁଁ ମନୁଷ୍ୟ ତାହାର ଆତ୍ମା ନିମନ୍ତେ ନିତାନ୍ତ କ୍ଷତିକାରକ ବିଷୟ ଚିନ୍ତା କରେ । ଈଶ୍ବର ଯେଉଁପଥ ନିଷେଧ କରନ୍ତି ସେହି ପଥରେ ଆନନ୍ଦ ନାହିଁ, ସେ ଯୋଜନାକାରୀ, ସୃଷ୍ଟିକର୍ତ୍ତା , ଆମ୍ଭମାନଙ୍କ ନିମନ୍ତେ ଯାହା ଉତ୍କୃଷ୍ଟ ତାହା ସେ ଜାଣନ୍ତି । ଆଜ୍ଞା ଲଙ୍ଘନ ପନ୍ଥା ନିତାନ୍ତ ଦୁଃଖ ଓ ବିନାଶର ପଥଅଟେ ।ଖ୍ରୀପ 32.3

    ଅନେକେ ଚିନ୍ତା କରିଥାନ୍ତି ଯେ, ପରମେଶ୍ଵର ଆପଣା ସନ୍ତାନମାନଙ୍କର କଷ୍ଟ ଭୋଗ ଦେଖି ଖୁସି ହୁଅନ୍ତି । ସମୁଦାୟ ସ୍ପର୍ଶ ମାନବର ସୁଖ ଓ ମଙ୍ଗଳ ଦେଖିବା ପସନ୍ଦ କରନ୍ତି । ଆପଣା ସନ୍ତାନମାନଙ୍କ ନିମନ୍ତେ ପରମେଶ୍ବର ସୁଖ ଆନନ୍ଦର ପଥ କୌଣସି ପ୍ରକାରେ ରୁଦ୍ଧ କରିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଯେଉଁ ପଥ ଦୁଃଖ କ୍ଲେଶ ଓ ନିରୁତ୍ସାହ ଆଣି ସ୍ଵର୍ଗୀୟ ସୁଖ, ଆନନ୍ଦକୁ ରୁଦ୍ଧ କରି ରଖେ, ସେସବୁ ପରିତ୍ୟାଗ କରି ସ୍ୱର୍ଗୀୟ ଯୋଜନାକୁ ପସନ୍ଦ କରିବାକୁ କହନ୍ତି । ଜଗତର ତ୍ରାଣକର୍ତ୍ତା ମନୁଷ୍ୟମାନଙ୍କର ଯେପରି ଅବସ୍ଥା ରହିଛି, ସେହିପରି ଅବସ୍ଥାରେ ଗ୍ରହଣ କରିବାକୁ ପ୍ରସ୍ତୁତ ଏପରିକି ଅସଂସିଦ୍ଧ ଓ ଦୁର୍ବଳତାରେ ସେ ଗ୍ରହଣ କରିବାକୁ ପ୍ରସ୍ତୁତ । ସେମାନଙ୍କୁ ତାହାଙ୍କ ରକ୍ତରେ ପରିଷ୍କାର କରି ମୁକ୍ତି ପ୍ରଦାନ କରିବାକୁ ଅପେକ୍ଷା କରି ରହିଛନ୍ତି । ଏଣୁ ସେମାନେ ସେମାନଙ୍କ ହୃଦୟରେ ଯୀଶୁଙ୍କ ଯୁଆଳି ଓ ଭାର ବୋହିବାକୁ ଇଚ୍ଛୁକ ହେବା ପ୍ରୟୋଜନ । ଏହି ପନ୍ଥାରେ ଯେଉଁମାନେ ତାହାଙ୍କ ନିକଟକୁ ଆସନ୍ତି, ସେ ସେମାନଙ୍କୁ ଜୀବନ ଆହାର ଦେଇ ଶାନ୍ତି ଓ ବିଶ୍ଵାସ ଦାନ କରିବେ । ତାହାକୁ ଗ୍ରହଣ କଲେ, ଉଚ୍ଚକୋଟିର ଆନନ୍ଦ ଦେବାକୁ ସେ ପଥ କଢ଼ାଇବେ କିନ୍ତୁ ଅବାଧ ଲୋକେ ତାହା କଦାପି ପାଇ ପାରିବେ ନାହିଁ । ଆତ୍ମାର ପ୍ରକୃତ ଆହ୍ବାଦଜନକ ଜୀବନ ଖ୍ରୀଷ୍ଟଙ୍କୁ ଆନ୍ତରିକ ଭାବେ ଗ୍ରହଣ କରିବ । ସେହି କେବଳ ଗୌରବର ଭରସା ଅଟନ୍ତି ।ଖ୍ରୀପ 32.4

    ଅନେକେ ଏହି ପ୍ରଶ୍ନ କରିଥାନ୍ତି ମୁଁ କିପରି ଈଶ୍ୱରଙ୍କଠାରେ ଆତ୍ମ ସମର୍ପଣ କରିବି ?” ତୁମ୍ଭେ ତାହାଙ୍କଠାରେ ଆପଣାକୁ ସମର୍ପଣ କରିବାକୁ ମନୋବାଞ୍ଚା କର । ତୁମ୍ଭର ନୈତିକ ଶକ୍ତିର ଅଭାବ ଯୋଗୁଁ ଅକୃତକାର୍ଯ୍ୟ ହୋଇଥାଅ । ସନ୍ଦେହର ଦାସ ହୋଇଥାଅ, ପାପୀ ଜୀବନର ବଶବ 1 ହୋଇଥାଅ । ତୁମ୍ଭର ପ୍ରତିଜ୍ଞା ଓ ଅଟଳ ସ୍ଵଭାବ ବାଲୁକା ରଜ୍ଜୁତୁଲ୍ୟ । ତୁମେ ତୁମ୍ଭର ଚିନ୍ତାଧାରା, ଅଭିରୁଡି, ଅନୁରାଗ, ଏସବୁକୁ ନିୟନ୍ତ୍ରଣ କରି ପାରୁନାହିଁ । ତୁମ୍ଭର ଭଗ୍ନ ପ୍ରତିଜ୍ଞାର ଜ୍ଞାନ, ତ୍ରୁଟିପୂର୍ଣ୍ଣ ପ୍ରତିଜ୍ଞା ତୁମ୍ଭର ନିର୍ଭରତାକୁ ଦୁର୍ବଳ କରି ପକାଏ ଓ ଇଶ୍ବର ତୁମ୍ବକୁ ଗ୍ରହଣ କରିବାକୁ ଅନିଚ୍ଛୁକ ବୋଲି ଧାରଣା ସୃଷ୍ଟିକରେ । କିନ୍ତୁ ତୁମେ ନିରାଶ ହେବା ଅନୁଚିତ । ତୁମ୍ଭେ ଇଚ୍ଛା ଶକ୍ତିର ସତ୍ୟ ପ୍ରଭାବ ବୁଝିବା ଉଚିତ୍ । ଇଚ୍ଛାଶକ୍ତିର ପ୍ରକ୍ରିୟା ଉପରେ ପ୍ରତ୍ୟେକ ବିଷୟ ନିର୍ଭର କରେ । ପରମେଶ୍ବର ପ୍ରତ୍ୟେକ ମନୁଷ୍ୟକୁ ମନୋନୀତ କରିବାକୁ ଇଚ୍ଛାଶକ୍ତି ପ୍ରଦାନ କରିଅଛନ୍ତି । ଏଣୁ ସେ ତାହା ପ୍ରୟୋଗ କରିବା ଉଚିତ୍ । ହୃଦୟକୁ ପରିବର୍ତ୍ତନ କରିବା ଶକ୍ତି ତୁମ୍ଭଠାରେ ନାହିଁ ଏବଂ ହୃଦୟର ମମତା ତୁମ୍ଭେ ସ୍ଵଭାବତଃ ଈଶ୍ଵରଙ୍କୁ ଦେଇ ପାରିନାହିଁ । କିନ୍ତୁ ତାହାଙ୍କ ସେବା କରିବାକୁ ତୁମେ ମନୋନୀତ କରି ପାରିବ । ତୁମ୍ଭେ ଈଶ୍ଵରଙ୍କୁ ତୁମ୍ଭ ଇଚ୍ଛାଶକ୍ତି ପ୍ରଦାନ କରି ତେଣୁ ସେତାହାଙ୍କ ସନ୍ତୋଷ ଅନୁସାରେ ଇଚ୍ଛା କରିବାକୁ ଓ କାର୍ଯ୍ୟ କରିବାକୁ ତୁମ୍ଭଠାରେ କାର୍ଯ୍ୟ କରିବେ ।ଏହିପରି ଭାବେ ତୁମ୍ଭର ସକଳ ସୃଭାବ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ଦ୍ଵାରା ନିୟନ୍ତ୍ରିତ ହେବ । ତୁମ୍ଭର ଆନ୍ତରିକ ପ୍ରେମ ତାହାଙ୍କ ଉପରେ କେନ୍ଦ୍ରିଭୂତ ହେବ ଓ ତୁମ୍ଭର ଚିନ୍ତାଧାରା ତାହାଙ୍କ ସହିତ ଏକମତ ହେବ ।ଖ୍ରୀପ 33.1

    ଉତ୍ତମତା ଓ ପବିତ୍ର ଆକାଂକ୍ଷା କରିବା ଏକ ଉତ୍ତମ ବିଷୟ, କିନ୍ତୁ ତୁମେ ଏଠାରେ ଅଟକି ଗଲେ ତାହା ନିଜ ହେବ । ଅନେକେ ଖ୍ରୀଷ୍ଟଙ୍କ ଭକ୍ତ ହେବାକୁ ଇଚ୍ଛା କରୁ କରୁ ବିନଷ୍ଟ ହୋଇଥାନ୍ତି । ସେମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ଇଚ୍ଛାକୁ ସର୍ବାନ୍ତକରଣ ସହ ଅର୍ପଣ କରି ନ ଥାନ୍ତି । ବର୍ତ୍ତମାନ ସେମାନେ ଖ୍ରୀଷ୍ଟିୟାନ ହେବାକୁ ପସନ୍ଦ କରନ୍ତି ନାହିଁ ।ଖ୍ରୀପ 33.2

    ଇଚ୍ଛାଶକ୍ତିକୁ ଉତ୍ତମଭାବେ ପ୍ରଯୋଗ କରିବା ଦ୍ଵାରା, ତୁମ୍ଭ ଜୀବନରେ ଏକ ବଡ଼ ଓ ସମ୍ପୂର୍ଣ୍ଣ ପରିବର୍ତନ ଆସିବ । ଖ୍ରୀଷ୍ଟଙ୍କୁ ତୁମ୍ଭର ଇଚ୍ଛା ଅର୍ପଣ କରିବା ଦ୍ଵାରା ତୁମେ ତାହାଙ୍କ ସହ ମିତ୍ରତା ସ୍ଥାପନ କରୁଅଛ, ଯାହାଙ୍କଠାରେ ସମସ୍ତ ଶକ୍ତି ଓ କ ପଣ ରହିଛି । ଆଉ ତୁମ୍ଭେ ଉର୍ଦ୍ଧ୍ବର ଏହି ଦିଗରେ ଅଟଳ ହେବାକୁ ଶକ୍ତି ପ୍ରାପ୍ତ ହେବ ଓ ସର୍ବଦା ଈଶ୍ୱରଙ୍କଠାରେ ଆତ୍ମସମର୍ପଣ କରିବାଦ୍ୱାରା ନୂତନ ଜୀବନ, ଏପରିକି ବିଶ୍ୱାସର ଜୀବନଯାପନ କରିପାରିବ ।ଖ୍ରୀପ 33.3

    *****

    Larger font
    Smaller font
    Copy
    Print
    Contents