Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ଈଶ୍ଵରଙ୍କ ଗୋଟିଏ ଜ୍ଞାନ

    ପରମେଶ୍ଵର ନାନାବିଧି ଉପାୟରେ ଆମ୍ଭମାନଙ୍କ ସହିତ ପରିଚିତ ହେବାକୁ ଓ ସମ୍ବନ୍ଧ ରକ୍ଷା କରିବାକୁ ଅନ୍ୱେଷଣ କରୁଅଛନ୍ତି । ପ୍ରକୃତି ଅନବରତ ଆମ୍ଭମାନଙ୍କ ଜ୍ଞାନେନ୍ଦ୍ରୀୟମାନଙ୍କୁ କଥା କହୁଅଛି । କେବଳ ମୁକ୍ତ ହୃଦୟରେ ପରମେଶ୍ବରଙ୍କ ପ୍ରେମ ଓ ମହିମା ଅଙ୍କିତ ହେବ ଯେହେତୁ ପ୍ରକୃତି ତାହାଙ୍କ ହସ୍ତକୃତ କର୍ମ । କେବଳ ଶ୍ରବଣ ଇଛୁକ କର୍ଣ୍ଣ ପ୍ରକୃତି ଦେଇ ଈଶ୍ୱରଙ୍କ ବଚନ ଶୁଣି ପାରିବ ଓ ସମ୍ବନ୍ଧ ବୁଝି ପାରିବ । ସବୁ କ୍ଷେତ, ତୁଙ୍ଗ ବୃକ୍ଷ ସମୂହ ଓ ପୁଷରାଜି, ମେଘମାଳା, ବୃଷ୍ଟିପାତ କଳ କଳ ଶବ୍ଦ କାରିଣୀ ଝରଣା, ଗଗନ ମଣ୍ଡଳର ଗୌରବ ଆମ୍ଭମାନଙ୍କ ହୃଦୟରେ କଥା କହେ ଓ ସକଳର ସ୍ରଷ୍ଟାଙ୍କ ସହ ପରିଚିତ ହେବାକୁ ଆମନ୍ତ୍ରଣ କରେ ।ଖ୍ରୀପ 58.1

    ଆମ୍ଭମାନଙ୍କ ତ୍ରାଣକର୍ତ୍ତା । ତାହାଙ୍କ ବହୁମୂଲ୍ୟ ଶିକ୍ଷା ଗୁଡ଼ିକ ପ୍ରକୃତିର ବସ୍ତୁ ସଙ୍ଗେ ମିଳାଇ ଶିକ୍ଷା ଦେଲେ । ବୃକ୍ଷ ପକ୍ଷୀ, ପୁଷ୍ପ ଇତ୍ୟାଦି ଉପତ୍ୟକାର ଉଦାହରଣ ଦେଇ, ପର୍ବତ, ଦୁଦ ଏବଂ ମନୋହର ଗଗନ ମଣ୍ଡଳର ଓ ଦୈନିକ ଜୀବନର ନାନା ଦୃଷ୍ଟାନ୍ତ ଦେଇ ସେ ସତ୍ୟତା ଶିକ୍ଷାଦେଉଥିଲେ ଫଳରେ ମନୁଷ୍ୟମାନେ ଯେପରି ଚିନ୍ତାଗ୍ରସ୍ତ ଜୀବନରେ ଓ ଜଟିଳ ପରିସ୍ଥିତିରେ ମଧ୍ୟ ଭୁଲି ପାରିବେ ନାହିଁ ।ଖ୍ରୀପ 58.2

    ପରମେଶ୍ବର ଚାହାନ୍ତି ଯେ, ତାହାଙ୍କୁ ସନ୍ତାନମାନେ ତାହାଙ୍କ କାର୍ଯ୍ୟସବୁ ପସନ୍ଦ କରନ୍ତୁ ଓ ସରଳ ଭାବରେ ଯେଉଁ ନୀରବ ସୌନ୍ଦର୍ଯ୍ୟତା ଆମ୍ଭମାନଙ୍କର ଗୃହରେ ପ୍ରଦାନ କରିଅଛନ୍ତି ସେଥିରେ ଆନନ୍ଦ ଉପଭୋଗ କରନ୍ତୁ । ସେ ସୌନ୍ଦର୍ଯ୍ୟର ପ୍ରେମିକ ଓ ସର୍ବୋପରି ସେ ଚରିତ୍ରର ସୌନ୍ଦର୍ଯ୍ୟତାକୁ ଭଲପାଆନ୍ତି । ସରଳତା ଓ ନିର୍ମଳତାର ଉନ୍ନତି ସାଧନ କରିବାକୁ ଆମ୍ଭମାନଙ୍କୁ କହନ୍ତି ଓ ନୀରବରେ ଥିବା ପୁଷ୍ପରାମାନଙ୍କର ଉତ୍କର୍ଷ ସାଧନ କରିବାକୁ କହନ୍ତି ।ଖ୍ରୀପ 58.3

    ଯଦି ଆମ୍ଭେମାନେ ପରମେଶ୍ବରଙ୍କ ପ୍ରକୃତିର ପରାମର୍ଶ ଶୁଣିପାରୁ ତେବେ ତାହା ଆଜ୍ଞାବହତା ଓ ତାହାଙ୍କ ପ୍ରତି ବହୁମୂଲ୍ୟ ଶିକ୍ଷା ପ୍ରଦାନ କରିଥାଏ । ଆକାଶର ନକ୍ଷତ୍ରଗଣ ଯୁଗେ ଯୁଗେ ଶୂନ୍ୟମଣ୍ଡଳରେ ସେମାନଙ୍କ ନିରୂପିତ ମାର୍ଗରେ ଗତି କରୁଅଛନ୍ତି ଓ ଅତି ସୂକ୍ଷ୍ମ ପରମାଣୁ ପର୍ଯ୍ୟନ୍ତ ପ୍ରକୃତିର ସକଳ ବସ୍ତୁ ସୃଷ୍ଟିକର୍ତ୍ତIଙ୍କର ଇଚ୍ଛା ସାଧନ କରନ୍ତି । ପରମେଶ୍ବର ପ୍ରତ୍ୟେକଙ୍କ ନିମନ୍ତେ ଚିନ୍ତା କରନ୍ତି ଓ ସକଳ ସୃଷ୍ଟ ବସ୍ତୁକୁ ଧାରଣ କରି ରକ୍ଷାକରନ୍ତି । ଅଗଣ୍ୟ ଜଗତକୁ ସମୁଦାୟ ବିଶ୍ୱମଣ୍ଡଳରେ ତାହାଙ୍କ ଅସୀମତାରେ ପତନାବସ୍ଥାରୁ ସୁରକ୍ଷା କରନ୍ତି । ଏପରିକି ବିନୟୀ ସ୍ବରରେ ନିର୍ଭୟରେ ଗାନ କରୁଥିବା ଘର ଚଟିଆ ପକ୍ଷୀର ମଧ୍ୟ ସେ ଯତ୍ନ ନିଅନ୍ତି । ମନୁଷ୍ୟମାନେ ଯେତେବେଳେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ଯାଆନ୍ତି, ଯେତେବେଳେ ସେମାନେ ପ୍ରାର୍ଥନାରେ ରତ ଥାଆନ୍ତି ଯେତେବେଳେ ରାତ୍ରରେ ଶୟନ କରନ୍ତି, ଯେତେବେଳେ ପ୍ରଭାତରେ ଉଠନ୍ତି, ଧନୀଲୋକ ଯେତେବେଳେ ତାହାର ରାଜପ୍ରାସାଦରେ ଭୋକ ପ୍ରସ୍ତୁତ କରେ, ଯେତେବେଳେ ଦରିଦ୍ର ବ୍ୟକ୍ତି ତାହାର ସନ୍ତାନମାନଙ୍କୁ ଅଳ୍ପ ଖାଦ୍ୟରେ ଏକତ୍ର କରେ, ଏ ସମସ୍ତଙ୍କୁ କୋମଳ ଚ ରେ ଆମ୍ଭମାନଙ୍କ ସ୍ବର୍ଗକୁ ପିତା ଦେଖନ୍ତି । ଏପରି ଲୁହ ବହେ ନାହିଁ ଯାହାକୁ ଈଶ୍ବର ନ ଦେଖନ୍ତି । ଏପରି ଇସଦ୍ ହାସ୍ୟ ନାହିଁ ଯାହାକୁ ସେ ଲକ୍ଷ୍ୟ କରିନାହାନ୍ତି ।ଖ୍ରୀପ 58.4

    ଏହା ଆମ୍ଭେମାନେ ପୂର୍ଣ୍ଣଭାବେ ବିଶ୍ଵାସ କଲେ ଆମ୍ଭମାନଙ୍କର ଅଯଥା ବ୍ୟସ୍ତତା, ଉତ୍କଣ୍ଠା ଉଭେଇଯିବ । ଇହ ଜୀବନରେ ଆମ୍ଭମାନଙ୍କ ଜୀବନ କୌଣସି ପ୍ରକାରେ ନିରାଶାରେ ରହିବା ଉଚିତ୍ ନୁହେଁ, ଆମ୍ଭେମାନେ ଛୋଟବଡ଼ ସମସ୍ତ ଚିନ୍ତା ତାହାଙ୍କ ଉପରେ ଛାଡ଼ିଦେବା ବିଧେୟ, ଯେ କି ଆମ୍ଭମାନଙ୍କ ଅଗଣ୍ୟ ଚିନ୍ତାରେ କିମ୍ବା ତାହାର ଭାରରେ କଦାପି ଚିନ୍ତିତ ହୁଅନ୍ତି ନାହିଁ । ଫଳରେ ଆମ୍ଭେମାନେ ପରମ ବିଶ୍ରାମରେ ଜୀବନ କଟାଉ । ଅନେକେ ତାହା ବୁଝନ୍ତି ନାହିଁ ।ଖ୍ରୀପ 59.1

    ତୁମ୍ଭମାନଙ୍କ ଜ୍ଞାନେନ୍ଦ୍ରିୟ ଗୁଡିକ ଏ ପୃଥିବୀର ଚି କର୍ଷଣୀୟ ବସ୍ତୁରେ ଯେତେବେଳେ ଆକୃଷ୍ଟ ହୁଅନ୍ତି, ସେତେବେଳେ ଟିକିଏ ଚିନ୍ତା କରି ଦେଖ, ଆଗାମୀ ନୂତନ ପୃଥିବୀ କେଡେ ମନୋହର ଥିବ । ସେଠାରେ ପାପର ଛାୟା ସୁଦ୍ଧା ନାହିଁ କିମ୍ବା ମରଣ ନାହିଁ ଓ ଯେଉଁଠାରେ ପ୍ରକୃତି କଦାପି ଅଭିଶପ୍ତ ନୁହେଁ । ତୁମ୍ଭର ଚିନ୍ତାଧାରାରେ ମୁକ୍ତି ପାପମାନଙ୍କ ନୂତନ ଗୃହ ସମ୍ବନ୍ଧରେ ଟିକିଏ ଦେଖ, ଏହା ତୁମ କଳ୍ପନାଠାରୁ ଆହୁରି ଗୌରବଯୁକ୍ତ ଅଟେ । ପ୍ରକୃତି ମଧ୍ୟରେ ଈଶ୍ଵରଙ୍କ ବିବିଧ ଦାନରେ ତାହାଙ୍କ ଗୌରବର କ୍ଷୀଣ ତେଜ ଦେଖୁ । ଏପରି ଲେଖାଯାଏ “ଚକ୍ଷୁ ଯାହା ଦେଖୁନାହିଁ, କର୍ଣ୍ଣ ଯାହା ଶୁଣିନି ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି” (୧ କରନ୍ଥି ୨:୯)ଖ୍ରୀପ 59.2

    କବି ଓ ପ୍ରାଣିତ୍ବବିଦ୍ ମାନେ ପ୍ରକୃତି ସମ୍ବନ୍ଧରେ ନାନା ପ୍ରକାର ବର୍ଣ୍ଣନା କରିଥାନ୍ତି । କିନ୍ତୁ ଜଣେ ଖ୍ରୀଷ୍ଟିୟାନ ଏ ସବୁର ସୌନ୍ଦର୍ଯ୍ୟପୂର୍ଣ୍ଣ ମାତ୍ରାରେ ଉପଭୋଗ କରିପାରେ; କାରଣ ସେ ପିତା ପରମେଶ୍ଵରଙ୍କ ହସ୍ତକୃତ କର୍ମ ବୁଝିପାରେ ଓ ପୁଷ୍ପ ବୃକ୍ଷ ଲତାରେ ତାହାଙ୍କର ପ୍ରେମ ଦେଖିପାରେ। ଯେବେ କେହି ଈଶ୍ଵର ପିତାଙ୍କର ପ୍ରେମ ମନୁଷ୍ୟ ପ୍ରତି ଅନୁଭବ କରେ ନାହିଁ ତେବେ ପାହାଡ଼, ଉପତ୍ୟକା, ନଦ ନଦୀରେ ତାହାଙ୍କ ବିଶିଷ୍ଟତା ସମ୍ବନ୍ଧରେ ସେ ଅଜ୍ଞ ରହିଯାଏ ।ଖ୍ରୀପ 59.3

    ଈଶ୍ବର ହୃଦୟରେ ତାହାଙ୍କୁ ଅନେକ ପ୍ରଭାବ ଦେଇ ଓ ତାହାଙ୍କ ଐଶ୍ୱରୀକ କର୍ମ ଦେଇ କଥା କହନ୍ତି । ଆମ୍ଭମାନଙ୍କ ଚତୁର୍ଦ୍ଦିଗ ପରିସ୍ଥିତି ଓ ପରିବେଶରେ ଓ ଦୈନନ୍ଦିନ ପରବର୍ତ୍ତନ ମଧ୍ୟରେ ଆମ୍ଭେମାନେ ଅନେକ ମୂଲ୍ୟବାନ ଶିକ୍ଷା ପାଇଥାଉ, ଯଦି ଆମ୍ଭମାନଙ୍କର ହୃଦୟ ସେସବୁକୁ ବୁଝିବା ନିମେନ୍ତ ମୁକ୍ତ ରହେ । ଗୀତରଚକ ଈଶ୍ବରଙ୍କ ଐଶ୍ୱରୀକ କାର୍ଯ୍ୟ ସମ୍ବନ୍ଧରେ କହନ୍ତି,” ସବୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଉତ୍ତମ ବସ୍ତୁରେ ପରିପୂର୍ଣ୍ଣ ” (ଗୀତ ୩୩:୫) “ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନଯୋଗ କରିବ, ପୁଣି ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ ।” (ଗୀତସଂହିତା ୧୦୭:୪୩)ଖ୍ରୀପ 59.4

    ପରମେଶ୍ବର ତାହାଙ୍କ ବାକ୍ୟରେ ଆମ୍ଭମାନଙ୍କ ସହିତ କଥା କହନ୍ତି । ଏଠାରେ ଆମ୍ଭେମାନେ ତାହାଙ୍କ ଚରିତ୍ରର ନିର୍ମଳ ବର୍ଣ୍ଣନା ଦେଖିପାରିବା । ମାନବପ୍ରତି ତାହାଙ୍କୁ ବ୍ୟବହାର ଓ ମହାନ୍ ମୁକ୍ତିର କର୍ମ ବିୁ ପାରିବା । ଏହି ଗ୍ରନ୍ଥରେ ଆମ୍ଭମାନଙ୍କ ନିମନ୍ତେ ପୂର୍ବପୁରୁଷମାନଙ୍କ, ଭାବବାଦୀ ଓ ଅନ୍ୟାନ୍ୟ ଭକ୍ତମାନଙ୍କ ଇତିହାସ ବର୍ଣ୍ଣିତ ଅଛି । ” ସେମାନେ ମଧ୍ୟ ଆମ୍ଭମାନଙ୍କ ସଦୃଶ ଦୁଃଖସୁଖଭୋଗୀ ମନୁଷ୍ୟ ଥିଲେ ।” (ଯାକୁବ ୫:୧୭) ସେମାନେ ମଧ୍ୟ ଆମ୍ଭମାନଙ୍କ ପରି ନିରାଶାରେ ଦୁଃଖ କଷ୍ଟ ଭୋଗ କରୁଥିଲେ, ଆମ୍ଭମାନଙ୍କ ପରି ମନ୍ଦ ପରୀକ୍ଷା ମଧ୍ୟରେ ପତିତ ହୋଇଥିଲେ କିନ୍ତୁ ପରମେଶ୍ଵରଙ୍କ ଅନୁଗ୍ରହ ଶକ୍ତିରେ ବିଜୟୀ ହୋଇଥିଲେ । ଏହା ଦେଖି ଆମ୍ଭେମାନେ ଆମ୍ଭମାନଙ୍କ ଧାର୍ମିକତା ପାଇବା ନିମନ୍ତେ ସଂଘର୍ଷରେ ବିଜୟୀ ହେବା । ସେମାନେ କିପରି ବହୁମୂଲ୍ୟ ଅନୁଭୂତି ପାଇଥିଲେ ତାହା ଆମ୍ଭେମାନେ ପାଠକଲେ ସେମାନଙ୍କ ଆଲୋକ ପ୍ରେମ ଓ ଆଶିଷରେ ଆନନ୍ଦପ୍ରାପ୍ତ ହେବା ଓ ସେମାନେ ଅନୁଗ୍ରହପ୍ରାପ୍ତ ହୋଇ ଯେଉଁ କାର୍ଯ୍ୟ କଲେ ତାହା ବୁଝିପାରିବା । ସେମାନଙ୍କର ପ୍ରାପ୍ତ ଈଶ୍ବର ଦ ଜ୍ଞାନ ଆମ୍ଭମାନଙ୍କ ହୃଦୟକୁ ଆଲୋକିତ କରିବ । ଈଶ୍ଵରଙ୍କ ପଶ୍ଚାତ୍ ଅନୁଗମନ କରିବାକୁ ଓ ତାହାଙ୍କ ସଦୃଶ ଚରିତ୍ର ଗଢ଼ିବାକୁ ଆମ୍ଭେମାନେ ଉତ୍ସାହିତ ହେବା ।ଖ୍ରୀପ 59.5

    ଯୀଶୁ ବାଇବଲର ପୁରାତନ ଓ ନୂତନ ନିୟମ ସମ୍ବନ୍ଧରେ କହନ୍ତି, ଏହା ନୂତନ ନିୟମରେ କେତେ ସତ୍ୟ ଅଟେ, “ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ହେଉଅଛି ।” (ଯୋହନ ୫: ୩ ୯) ମୁକ୍ତିଦାତାଙ୍କ ଉପରେ ଆମ୍ଭମାନଙ୍କର ଅନନ୍ତ ଜୀବନର ଭରସା କେନ୍ଦ୍ରୀଭୂତ ହୋଇଅଛି । ହଁ, ସମଗ୍ର ବାଇବଲ ଧର୍ମଶାସ୍ତ୍ର ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସାକ୍ଷ୍ୟଦିଏ । ପ୍ରଥମ ଗ୍ରନ୍ଥରେ ସୃଷ୍ଟି ବିବରଣ ସମ୍ବନ୍ଧରେ କୁହାଯାଏ, “ଯାହା ସୃଷ୍ଟି ହେଲା, ତହିଁରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନୁ ସୃଷ୍ଟ ନୋହିଲା ।” (ଯୋହନ ୧:୩) ପୁଣ ଧର୍ମଶାସ୍ତ୍ରରେ ଅନ୍ତିମ ପ୍ରତିଜ୍ଞା, “ଦେଖ, ମୁଁ ଶୀଘ୍ର ଆସୁଅଛି ।” ( ପ୍ରକାଶିତ ବାକ୍ୟ ୨ ୨:୧୨) ଆମ୍ଭେମାନେ ତାହାଙ୍କ କାର୍ଯ୍ୟ ସମ୍ବନ୍ଧରେ ପାଠ କରୁଅଛୁ ଓ ତାହାଙ୍କ ସ୍ବର ଶୁଣୁଅଛୁ । ଯେବେ ତୁମ୍ଭେ ତ୍ରାଣକର୍ତ୍ତାଙ୍କ ସହିତ ପରିଚିତ ହେବାକୁ ଇଚ୍ଛାକର ତେବେ ପବିତ୍ର ଶାସ୍ତ୍ର ପାଠ କର ।ଖ୍ରୀପ 60.1

    ଈଶ୍ବରଙ୍କ ବାକ୍ୟଦ୍ୱାରା ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କର । ତାହା ଜୀବନ୍ତ ଜଳ ତୁମ୍ଭର ଜ୍ଵଳନ୍ତ ତୃଷାକୁ ନିବାରଣ କରିବ । ସେଗୁଡ଼ିକ ସ୍ଵର୍ଗରୁ ଜୀବନ୍ତ ଆହାର । ଯୀଶୁ କହନ୍ତି, “ମନୁଷ୍ୟ ପୁତଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନକଲେ ତୁମ୍ଭମାନଙ୍କଠାରେ ଜୀବନ ନାହିଁ ।” “ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ ।” (ଯୋହନ ୬:୫୩, ୬୩) ଯାହା ଆମ୍ଭେମାନେ ଭୋଜନ ଓ ପାନକରୁ, ତଦ୍ବାରା ଆମ୍ଭମାନଙ୍କ ଶରୀର ଗଠିତ ହୁଏ; ଏଣୁ ପ୍ରାକୃତିକ ଅବସ୍ଥାରେ ଯାହା, ଆତ୍ମିକ ଅବସ୍ଥାରେ ମଧ୍ୟ ତଦ୍ରୁପ ଘଟିଥାଏ । ଯାହା ଆମ୍ଭେମାନେ ଚିନ୍ତା କରୁ ଓ ଅନୁଧ୍ୟାନ କରୁ, ତାହା ଆତ୍ମିକ ଜୀବନକୁ ବଳ ଓ ସତେଜତା ପ୍ରଦାନ କରେ ।ଖ୍ରୀପ 60.2

    ମୁଭିସାଧନର ବିଷୟବସ୍ତୁ ସ୍ଵର୍ଗୀୟ ଦୂତମାନେ ଦର୍ଶନ କରିବାକୁ ଇଚ୍ଛା କରନ୍ତି । ଏହା ମୁକ୍ତିପ୍ରାପ୍ତ ଲୋକମାନଙ୍କର ଯୁଗେ ଯୁଗେ ଅନନ୍ତକାଳ ନିମନ୍ତେ ଶିକ୍ଷା କରିବାକୁ ବିଜ୍ଞାନ ଓ ସଂଗୀତ ସ୍ଵରୂପ ଅଟେ । ସୁତରାଂ ଏହା ବିର୍ତ୍ତମାନ ଚିନ୍ତାଶୀଳ ଭାବେ ଶିକ୍ଷା କରିବାକୁ ସମୟ ନୁହେଁ କି ? ଯୀଶୁଙ୍କର ଅସୀମ ଅନୁଗ୍ରହ ଓ ପ୍ରେମ, ଆମ୍ଭମାନଙ୍କ ବଦଳରେ ତାହାଙ୍କର ବଳିଦାନ, ଅତି ଗୁରୁତର ଓ ଗମ୍ଭୀର ପ୍ରତିଫଳନ ନିମନ୍ତେ ଆହ୍ବାନ କରେ । ଆମ୍ଭମାନଙ୍କ ପ୍ରିୟ ମୁକ୍ତିକର୍ତ୍ତା ଓ ମଧ୍ୟସ୍ଥଙ୍କ ଚରିତ୍ର ଆମ୍ଭେମାନେ ଅନୁଧ୍ୟାନ କରିବା ବିଧେୟ । ତାହାଙ୍କର ଅବତାରର ଅଭିପ୍ରାୟ ଯେ, ସେ ଆପଣା ଲୋକମାନଙ୍କୁ ପାପରୁ ଉଦ୍ଧାର କରିବାକୁ ଆସିଲେ, ତାହା ନିତ୍ୟ ଅନୁଷ୍ଠାନ କରିବା ଆମ୍ଭମାନଙ୍କର ପ୍ରୟୋଜନ । ଆମ୍ଭେମାନେ ଏପରି ଭାବରେ ସ୍ଵର୍ଗୀୟ ବିଷୟବସ୍ତୁ ଗମ୍ଭୀରଭାବେ ଧ୍ୟାନ କଲେ, ଆମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ଦିନକୁଦିନ ସବଳ ହେବ ଓ ଆମ୍ଭମାନଙ୍କ ପ୍ରାର୍ଥନା ଗ୍ରହଣଯୋଗ୍ୟ ହେବ କାରଣ ତାହା ସହିତ ଅଧିକରୁ ଅଧିକ ପ୍ରେମ ଓ ବିଶ୍ବାସ ମିଶ୍ରିତ ହୁଏ । ସେଗୁଡ଼ିକ ଆଗ୍ରହପୂର୍ଣ୍ଣ ଓ ବୁଦ୍ଧିମନ୍ତ ହେବ । ଯୀଶୁଙ୍କ ପ୍ରତି ଦୃଢ଼ ବିଶ୍ୱାସ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ପ୍ରତ୍ୟେହ ତାହାଙ୍କ ଶାନ୍ତିରେ ଅନ୍ୟମାନଙ୍କୁ ରକ୍ଷା କରିବାକୁ-ଜଗତରୁ ଈଶ୍ଵରଙ୍କ ନିକଟକୁ ତୁମ୍ଭର ଜୀବନ୍ତ ଅନୁଭୂତି ବୃଦ୍ଧି ପାଇବ ।ଖ୍ରୀପ 60.3

    ତ୍ରାଣକର୍ତ୍ତାଙ୍କର ସଂସିଦ୍ଧ ଜୀବନ ଅନୁଧ୍ୟାନ କଲେ ଆମ୍ଭେମାନେ ସମ୍ପୂର୍ଣ୍ଣରୂପେ ପରିବର୍ତ୍ତନ। ହେବା ପାଇଁ ଓ ତାହାଙ୍କ ପ୍ରତିମୂର୍ତ୍ତରେ ନୂତନୀକୃତ ଓ ଶୁଚି ହେବାପାଇଁ ଇଚ୍ଛା ପ୍ରକାଶ କରିବା । ତାହାଙ୍କ ସଦୃଶ ହେବା ନିମନ୍ତେ ଆତ୍ମା କ୍ଷୁଧିତ ଓ ତୃଷିତ ହେବ । ଯେତେ ଅଧିକ ଆମେ ଯୀଶୁଙ୍କ ବିଷୟରେ ଚିନ୍ତା କରିବା, ସେତେ ଅଧିକ ଆମ୍ଭେମାନେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା ଓ ପୃଥିବୀରେ ତାହାଙ୍କୁ ପ୍ରକାଶ କରିବା ।ଖ୍ରୀପ 61.1

    ବାଇବଲ କେବଳ ବିଜ୍ଞ ପଣ୍ଡିତମାନଙ୍କ ନିମନ୍ତେ ଲିଖିତ ନୁହେଁ, ବିପରୀତରେ ଏହା ସାଧାରଣ ଲୋକମାନଙ୍କ ନିମନ୍ତେ ଲେଖାଯାଇଥିଲା । ଏଥିରେ ପରିତ୍ରାଣ ନିମନ୍ତେ ମହାନ ସତ୍ୟତା ମଧ୍ୟାନ୍ନ ସଦୃଶ ପରିଷ୍କାର କରାଯାଇଛି, ଏଣୁ ନିଜ ସ୍ୱାର୍ଥ ଓ ବଗିଚାରେ ନଗଲେ କେହି କେବେ ହେଲେ ପଥରୁ ବିଚ୍ୟୁତ ହେବେ ନାହିଁ । ଧର୍ମଶାସ୍ତ୍ରର ଶିକ୍ଷା ନିମନ୍ତେ ଅନ୍ୟର ସାକ୍ଷ୍ୟ ପ୍ରୟୋଜନ ନୁହେଁ । କିନ୍ତୁ ନିଜ ନିମନ୍ତେ ଈଶ୍ବରଙ୍କ ବାକ୍ୟ ଅଧ୍ୟୟନ କରିବା ଉଚିତ୍ । ଆପମାନଙ୍କ ଚିନ୍ତାର ବିଷୟ ଯଦି ଆମେ ଅନ୍ୟ ଉପରେ ଦେଉ ତେବେ ଆମ୍ଭେମାନେ ନିଜେ ପଙ୍ଗୁ ହେବା ଓ ଆମ୍ଭମାନଙ୍କର ଶକ୍ତି ଓ ଚିନ୍ତାଧାରା ଦୁର୍ବଳ ହୋଇଯିବ । ମନର ଉତ୍ତମ ଶକ୍ତି, ଉପଯୁକ୍ତ ବ୍ୟାୟାମ ଅଭାବରେ ସଂକୀର୍ଣ୍ଣ ହୋଇଯିବ ଓ ଈଶ୍ବରଙ୍କ ବାକ୍ୟର ଗଭୀର ଅର୍ଥ ବୁଝିବାକୁ ଅକ୍ଷମ ହୋଇଯିବ । ଶାସ୍ତ୍ରସଙ୍ଗେ ଶାସ୍ତ୍ରକୁ ତୁଳନା କରି ବାଇବଲ ପାଠକଲେ, ମାନସିକ ଶକ୍ତି ବୃଦ୍ଧି ପାଇ ଆତ୍ମିକ ଜ୍ଞାନର ପରିସର ବିସ୍ତୃତ ହେବ ।ଖ୍ରୀପ 61.2

    ଧର୍ମଶାସ୍ତ୍ର ପଠନ ଜ୍ଞାନଶକ୍ତିକୁ ସର୍ବାପେକ୍ଷା ସବଳ କରେ । ଚିନ୍ତାଧାରାକୁ ଉନ୍ନତ କରିବା ନିମନ୍ତେ ଓ ଅନ୍ୟାନ୍ୟ ଜ୍ଞାନେନ୍ଦ୍ରିୟ ଗୁଡ଼ିକୁ ଉତ୍ତେଜନା ପ୍ରଦାନ କରିବାକୁ ବାଇବଲ ସଦୃଶ ଆଉ ଅନ୍ୟ କୌଣସି ପୁସ୍ତକ ସକ୍ଷମ ନୁହେଁ । ଉଚିତ୍ ଧାରାରେ ପ୍ରଭୁଙ୍କ ବାକ୍ୟ ଧ୍ୟାନକଲେ ମନୁଷ୍ୟର ପ୍ରଜ୍ଞାଶକ୍ତିର ଦୀର୍ଘ, ପ୍ରସ୍ଥ, ଚରିତ୍ରର ଗାମ୍ଭୀର୍ଯ୍ୟତା, ଲକ୍ଷ୍ୟର ସ୍ଥିରତା ଏପରି ବୃଦ୍ଧି ପାଇବ ଯେ, ତାହା ଆଧୁନିକ ଯୁଗରେ ନିତାନ୍ତ ବିରଳ ହେବ ।ଖ୍ରୀପ 61.3

    କିନ୍ତୁ ଧର୍ମଶାସ୍ତ୍ରକୁ ତରତର ହୋଇ ପାଠକଲେ ସେଥିରୁ ଅଳ୍ପ ଲାଭ ମିଳିଥାଏ । ଜଣେ ସମଗ୍ର ବାଇବଲ ପାଠକରି ମଧ୍ୟ ତାହାର ଗଭୀର ଓ ଗୁପ୍ତ ଭାବ ହୃଦୟଙ୍ଗମ କରିବାକୁ ଅକ୍ଷମ ହୁଏ । ଗୋଟିଏ ପାଠ୍ୟାଂଶ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରିବା ଯାଏ ଧ୍ୟାନ କରିବା ଓ ତାହାଦେଇ ତାହାର ପରିତ୍ରାଣ ଯୋଜନା ପ୍ରମାଣିତ ହେବା, ବହୁ ଅଧ୍ୟାୟ କୌଣସି ଉଦ୍ଦେଶ୍ୟ ନ ରଖି ପାଠକରିବା ଓ ସଠିକ୍ ଶିକ୍ଷା ଲାଭ ନ କରିବାଠାରୁ ବହୁ ଗୁଣରେ ଫଳପ୍ରଦ ଅଟେ । ତୁମ୍ଭର ବାଇବଲ ତୁମ୍ଭ ସଙ୍ଗେ ରଖ । ସୁଯୋଗ ମିଳିଲେ ପାଠକର । ପ୍ରଭୁଙ୍କ ବାକ୍ୟ ତୁମ୍ଭ ସ୍ମୃତିରେ ବାନ୍ଧିରଖ । ରାସ୍ତାଦେଇ ଗମନ କଲାବେଳେ ଗୋଟିଏ ଅଂଶ ପାଠକର, ଏହା ଉପରେ ଧ୍ୟାନିକର ଓ ମନ ମଧ୍ୟରେ ରଖିପାର ।ଖ୍ରୀପ 61.4

    ବିଶ୍ଵସ୍ତ ଭାବେ ଚେଷ୍ଟା ଓ ବିନା ପ୍ରାର୍ଥନାରେ ଆମ୍ଭେମାନେ ପ୍ରକୃତ ଜ୍ଞାନ ବାଇବଲରୁ ପ୍ରାପ୍ତ ହୋଇପାରିବା ନାହିଁ । ବାଇବଲରେ କେତେ ଅଂଶ ବୁଝିବାକୁ ବଡ଼ ସରଳ ବୋଧହୁଏ, କେତେକାଂଶରେ ତାହାର ଅର୍ଥ ପ୍ରଥମରେ ବୁଝିହୁଏ ନାହିଁ । ବାଇବଲର ଅଂଶ ବାଇବଲର ଅଂଶସଙ୍ଗେ ତୁଳନା କରି ନାଠ କରିବା ଉଚିତ୍ । ସୁତରାଂ ପ୍ରାର୍ଥନା ସହ ଏହି ଶାସ୍ତ୍ର ପାଠକର ଓ ଧ୍ୟାନକର । ଏପରି ଧ୍ୟାନକଲେ ବହୁ ମଙ୍ଗଳପ୍ରାପ୍ତ ହୁଏ । ଯେପରି ଜଣେ ଖଣି ମାଲିକ ଭୂମିରେ ଲୁକ୍କାୟିତ ଭାବେ ଥିବା ବହୁମୂଲ୍ୟ ଧାତୁ ଆବିଷ୍କାର କଲେ, ସେହିପରି ଯେଉଁମାନେ ଈଶ୍ଵରଙ୍କ ବାକ୍ୟକୁ କଠିନ ପରିଶ୍ରମ ସହ ଗୁପ୍ତଧନ ସଦୃଶ ଅନ୍ୱେଷଣ କରନ୍ତି, ସେମାନେ ବହୁମୂଲ୍ୟ ସତ୍ୟର ସନ୍ଧାନ ପାଇଲେ, ଯାହା ଜଣେ ଉଦାସୀନ ଅନ୍ୱେଷଣ କାରୀଙ୍କଠାରୁ ଲୁକ୍କାୟିତ ଭାବରେ ଥାଏ । ଅନୁପ୍ରେରଣାର ବାକ୍ୟ ହୃଦୟରେ ଧ୍ୟାନକଲେ ତାହା ଜୀବନର ଝରଣାଠାରୁ ପ୍ରବାହିତ ଝର ସଦୃଶ ହେବ ।ଖ୍ରୀପ 62.1

    ପ୍ରାର୍ଥନା ବିନା କେବେହେଁ ବାଇବଲ ପାଠ କରିବା ଉଚିତ୍ ନୁହେଁ । ତାହାର ପୃଷ୍ଟା ଖୋଲିବା ପୂର୍ବରୁ ପବିତ୍ର ଆତ୍ମାଙ୍କଠାରୁ ଆଲୋକ ଭିକ୍ଷା କରିବା ଏକାନ୍ତ ପ୍ରୟୋଜନ । କାରଣ ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନାକାରୀଙ୍କ ନିମନ୍ତେ ଈଶ୍ଵର ପ୍ରଦାନ କରିଅଛନ୍ତି । ନାଥନଏଲ ନାମକ ଜଣେ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସନ୍ତେ, ଯାଣୁ ତାହାକୁ ସମ୍ବୋଧନ କରି କହିଲେ, ” ଏହି ଦେଖ, ଜଣେ ପ୍ରକୃତ ଇଶ୍ରାୟେଲିୟ ଲୋକ, ତାହାଙ୍କଠାରେ ଛଳନା ନାହିଁ ।” ନିଅନିୟେଲ କହିଲେ, “ଆପର ମୋତେ କିପରି ଚିହ୍ନିଲେ ।” ଯୀଶୁ କହିଲେ “ଫିଲିପ୍‌ପୀ ତୁମ୍ଭକୁ ଡାକିବା ପୂର୍ବେ, ତୁମ୍ଭେ ଯେତେବେଳେ ଡିମ୍ବୁରି ଗଛତଳେ ଥିଲେ ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି ।” (ଯୋହନ ୧:୪୭, ୪୮) ଯୀଶୁ । ଆମ୍ଭମାନଙ୍କୁ ଗୁପ୍ତ ସ୍ଥାନରେ ପ୍ରାର୍ଥନା କରିବାବେଳେ ଦେଖନ୍ତୁ, ଯଦି ଆମ୍ଭେମାନେ ସତ୍ୟତା କ’ଣ ତାହା ଅନୁସନ୍ଧାନ କରିବାକୁ ଇଚ୍ଛାକରୁ । ଯେଉଁମାନେ ହୃଦୟର ନମ୍ରତା ସହକାରେ ସ୍ଵର୍ଗୀୟ ପରିଚାଳନା ନିମନ୍ତେ ଖୋଜନ୍ତି, ଆଲୋକର ଦୁତମାନେ ସେମାନଙ୍କ ସହିତ ରହିବେ । ଖ୍ରୀପ 62.2

    ପବିତ୍ର ଆତ୍ମା ପରିତ୍ରାଣକର୍ତ୍ତାଙ୍କୁ ଉଚ୍ଛୀକୃତ ଓ ଗୌରବାନ୍ବିତ କରନ୍ତି । ଖ୍ରୀଷ୍ଟଙ୍କୁ ଉପସ୍ଥାପନ କରିବା, ତାହାଙ୍କ ଧାର୍ମିକତାର ଶୁଦ୍ଧତାକୁ ଦେଖାଇବା ଓ ତାହାଙ୍କ ଦ୍ବାରା ଯେଉଁ ମହାନ ପ୍ରାଣକାର୍ଯ୍ୟ ସାଧିତ ହୋଇଛି ତାହା ପ୍ରକାଶ କରିବା, ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଅଟେ । ଯୀଶ୍ର କହନ୍ତି, “କାରଣ ସେ ମୋ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ ।” (ଯୋହନ ୧୬:୧୪) ସତ୍ୟମୟ ଆତ୍ମା ସ୍ଵର୍ଗୀୟ ସତ୍ୟର ପ୍ରକୃତ ଶିକ୍ଷକ । ଏଥିରୁ ଆମ୍ଭେମାନେ ବୁଝିପାରୁ ଯେ, ଈଶ୍ବର ମାନବ ସମାଜକୁ କିପରି ପ୍ରେମ କରନ୍ତି ଯେଣଉ ସେ ଆପଣା ପୁତ୍ରଙ୍କୁ ସେମାନଙ୍କ ଲାଗି ପ୍ରାଣଦାନ କରିବା ନିମନ୍ତେ ପ୍ରେରଣ କଲେ ଓ ଏହି ପବିତ୍ର ଆତ୍ମାଙ୍କୁ ମନୁଷ୍ୟ ନିମନ୍ତେ କ୍ରମାଗତ ଅବିଚ୍ଛିନ୍ନ ଶିକ୍ଷକରୂପେ ନିଯୁକ୍ତ କରିଅଛନ୍ତି ।ଖ୍ରୀପ 62.3

    *****

    Larger font
    Smaller font
    Copy
    Print
    Contents