Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ଖ୍ରୀଷ୍ଟ ହିଁ ପାପୀର ପ୍ରୟୋଜନ

    ପ୍ରାରମ୍ଭରେ ମନୁଷ୍ୟକୁ ମହତ ଶକ୍ତି ଓ ଗୋଟିଏ ସୁଷମ ମନ ଦ ହୋଇଥିଲା । ଏଣୁସେ ଗୋଟିଏ ସିଦ୍ଧପ୍ରାଣୀ ହୋଇଥିବା ଯୋଗୁଁ ଈଶ୍ବରଙ୍କ ସହିତ ଏକାନ୍ତ ସମ୍ବନ୍ଧ ରଖିପାରିଥିଲା । ତାହାର ଚିନ୍ତାଧାରା ନିର୍ମଳ ଏବଂ ଲକ୍ଷ୍ୟ ପବିତ୍ର ଥିଲା । କିନ୍ତୁ ଈଶ୍ବରାଦେଶର ବିରୁଦ୍ଧାଚରଣ କରିବା ପରିଣାମରେ ତାହାର ଜୀବନର ସକଳ କ୍ଷେତ୍ରରେ ଏକ ବିକୃତ ଅବସ୍ଥା ରାଜ୍ୟ କରିଅଛି ଏବଂ ତାହାର ଅନ୍ତରରେ ପ୍ରେମ ପରିବର୍ତ୍ତେ ସ୍ୱାର୍ଥପରତା ସ୍ଥାନ ପାଇଛି । କ୍ରମଶଃ ତାହାର ସ୍ଵଭାବ ଏପରି ଦୁର୍ବଳତା ଦିଗକୁ ଗତି କଲା ଯେ, ତାହାର ମନ୍ଦ ପ୍ରବୃତ୍ତିକୁ ପ୍ରତିରୋଧ କରିବା ପାଇଁ ନିଜ ଶକ୍ତି ଅକ୍ଷମ ହେଲା । ପରିଣାମରେ ଶୟତାନର ବନ୍ଦୀ ହେଲା । ପରମେଶ୍ଵର ଯେବେ ତାହାର ନୂତନ ଜୀବନ ନିମନ୍ତେ ହସ୍ତକ୍ଷେପ କରି ନ ଥାନ୍ତେ, ସେ ଅନନ୍ତ କାଳ ଏପରି ଅବସ୍ଥାରେ ଜୀବନ ଯାପନ କରିଥାନ୍ତା । ପବିତ୍ର ବାଇବଲ କହେ ଯେ, ମନ୍ଦ ପରୀକ୍ଷକ ଶୟତାନ ପରମେଶ୍ବରଙ୍କ ପ୍ରାଥମିକ ସୃଷ୍ଟି କାଳୀନ ଯୋଜନାକୁ ପରିବର୍ତ୍ତନ କରି, ପୃଥିବୀରେ ମାନବ ସମାଜକୁ ଦୁଃଖ ଓ ନିରାଶାରେ ରଖିବାକୁ ଯୋଜନା କରିଥିଲା । ଆଉ ସେ ସମସ୍ତଙ୍କୁ କହିପାରିଥାନ୍ତା ଯେ, ପରମେଶ୍ବର ଏହି ଉଦ୍ଦେଶ୍ୟରେ ହିଁ ମାନବକୁ ସୃଷ୍ଟି କରିଥିଲେ ।ଖ୍ରୀପ 11.1

    ନିଷ୍ପାପ ଅବସ୍ଥାରେ ମନୁଷ୍ୟ ତାହାଙ୍କ ସହ ଆନନ୍ଦରେ ସମ୍ପର୍କ ରଖି ପାରୁଥିଲା, “ଯେପରି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧି ରୂପ ସମସ୍ତ ଧନ ନିହିତ ଅଛି ।” (କଲସୀ ୨:୩) କିନ୍ତୁ ମାନବ ପାପରେ ପ୍ରବେଶ କରିବା ଦିନୁ, ପବିତ୍ରତାରେ ତାହାର ଆନନ୍ଦ ଉଭେଇଗଲା, ଆଉ ସେ ପରମେଶ୍ଵରଙ୍କଠାରୁ ଲୁଚି ରହିବାକୁ ପସନ୍ଦ କଲା । ଆଜି ସୁଦ୍ଧା ଯାହାର ଅନ୍ତଃକରଣ ନୂତନ ହୋଇନାହିଁ ତାହାର ଅବସ୍ଥା ଏହିପରି ଅଟେ । ଏପରି ଅନ୍ତଃକରଣ ଈଶ୍ବରଙ୍କ ସହ ଏକମତ ନୁହେଁ ଏବଂ ତାହାଙ୍କ ସଙ୍ଗ ସୁଖକର ବୋଲି ମନେ କରେ ନାହିଁ, ଆଉ ତାହାଙ୍କ ସହ ମିଳନରେ ଥିବା ଅବସ୍ଥାଠାରୁ ଗୁପ୍ତରେ ସବୁବେଳେ ରହିବାକୁ ଇଚ୍ଛାକରେ । ସୁତରାଂ ଜଣେ ପାପୀ ଈଶ୍ବରଙ୍କ ଛାମୁରେକଦାପି ସୁଖୀ ବୋଲି ନିଜକୁ ଭାବେ ନାହିଁ । ତାହାକୁ ସ୍ୱର୍ଗକୁ ଯିବାକୁ ଅନୁମତି ଦିଆଗଲେ ସୁଦ୍ଧା ସେ ପସନ୍ଦ କରିପାରେ ନାହିଁ । ଯେଣୁ ସ୍ୱର୍ଗରେ ନିସ୍ବାର୍ଥପର ପ୍ରେମ ରାଜ୍ୟ କରେ । ପ୍ରତ୍ୟେକ ପ୍ରାଣଅସୀମ ପ୍ରେମରେ ଅନୁପ୍ରାଣିତ ହେଲେ, ସ୍ଵର୍ଗ ଏକ ସୁଖମୟ ସ୍ଥାନ ହେବ । ତାହାର ଚିନ୍ତାଧାରା, ତାହାର ଅନୁରାଗ, ତାହାର ଅଭିଳାଷ ସ୍ଵର୍ଗର ବିପରୀତ । ନିଷ୍ପାପୀ ଅଧିବାସୀ ମାନଙ୍କ ମଧ୍ୟରେ ସେ ଜଣେ ବିଦେଶୀ ବୋଲି ଭାବେ ସ୍ଵର୍ଗୀୟ ସଙ୍ଗୀତ ମେଳରେ ତାହାର ରାଗ ଅସୁନ୍ଦର ହୋଇଉଠେ । ଫଳରେ ସେ ସ୍ବର୍ଗକୁ ଏକ କଷ୍ଟକର ସ୍ଥାନ ବୋଲି ବିଚାର କରେ । ଆଉ ସେ ଆନନ୍ଦ ଓ ଆଲୋକଦାତା ଈଶ୍ବରଙ୍କ ସମ୍ମୁଖରୁ ପଳାୟନ କରି ଗୁପ୍ତ ସ୍ଥାନରେ ରହିବାକୁ ଇଚ୍ଛା କରେ । ପରମେଶ୍ବର ଦୁଷ୍ଟକୁ ବାଧ୍ୟବାଧକତାରେ ସ୍ଵର୍ଗରୁ ବିତାଡିତ କରିବାକୁ ଚାହାନ୍ତି ନାହିଁ କିନ୍ତୁ ସ୍ଵର୍ଗୀୟ ପରିବେଶରେ ସେ ଯୋଗ୍ୟ ଅନ୍ୟମାନଙ୍କ ସାଥୀ ହେବାକୁ ଆପଣାକୁ ଅଯୋଗ୍ୟ ମନେ କରେ । ଦୁଷ୍ଟମାନଙ୍କ ନିମନ୍ତେ ଈଶ୍ଵରଙ୍କ ଗୌରବ ଏକ ଗ୍ରାସକାରୀ ଅଗ୍ନିତୁଲ୍ୟ ଅଟେ । ଆଉ ସେମାନେ ବିନାଶ ପନ୍ଥାକୁ ବରଣ କରିଥାନ୍ତି, ଏବଂ ଯେଉଁ ବ୍ୟକ୍ତି ତାହାକୁ ଉଦ୍ଧାର କରିବା ନିମନ୍ତେ ପ୍ରାଣତ୍ୟାଗ କଲେ, ତାହାଙ୍କଠାରୁ ଆପଣମାନଙ୍କୁ ପୃଥକ କରି ରଖିଥାନ୍ତି ।ଖ୍ରୀପ 11.2

    ଆମ୍ଭମାନଙ୍କ ପକ୍ଷେ ପାପମୟ ପଙ୍କରୁ ଉଠି ପଳାୟନ କରିବା ନିତାନ୍ତ ଅସମ୍ଭବ ଅଟେ । ଆମ୍ଭମାନଙ୍କ ହୃଦୟ ମନ୍ଦ, ଏବଂ ଆମ୍ଭେମାନେ ହୃଦୟକୁ ପରିବର୍ତ୍ତନ କରିପାରିବା ନାହିଁ । “ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ ? (ଆୟୁବ ୧୪:୪)” ଯେଣୁ ଶାରୀରିକ ଭାବ ଈଶ୍ବରଙ୍କ ବିରୁଦ୍ଧରେ ଶତୃତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତହେବ ଅସମ୍ଭବ ।” (ରୋମୀ ୮:୭) ଶିକ୍ଷା, ସଂସ୍କୃତି, ଆତ୍ମ ଦମନ, ମାନୁଷିକ ପ୍ରଯତ୍ନ ଏ ସବୁର ଉପଯୁକ୍ତ ସ୍ଥାନ ରହିଛି କିନ୍ତୁ ଏହି କ୍ଷେତ୍ରରେ ଏହି ସବୁ ନିତାନ୍ତ ଅକ୍ଷମ ଅଟନ୍ତି । ସେଗୁଡ଼ିକ ବାହ୍ୟ ଆଚରଣ ଲାଗି ଯଥାର୍ଥ ପନ୍ଥା ନିରୂପଣ କରିଥାନ୍ତି କିନ୍ତୁ ହୃଦୟ ପରିବର୍ତ୍ତନ କ୍ଷେତ୍ରରେ ଏଗୁଡ଼ିକ କିଂ କର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ପତିତ ହୁଅନ୍ତି । ସେମାନେ ତାହା ଶୁଚି କରିପାରନ୍ତି ନାହିଁ, ଯେଣୁ ହୃଦୟଠାରୁ ହିଁ ଜୀବନ ସ୍ରୋତ ପ୍ରବାହିତ ହୋଇଥାଏ । ଅନ୍ତର ମଧ୍ୟରେ ଗୋଟିଏ ବିଶେଷ ଶକ୍ତିନିହିତ ଥିବା ପ୍ରୟୋଜନ, ତାହା ଉର୍ଦ୍ଧ୍ବରୁ ନୂତନ ଜୀବନ ଅଟେ । ଏହି ଶକ୍ତି ମନୁଷ୍ୟକୁ ପାପଠାରୁ ପବିତ୍ରତା ପ୍ରଦାନ କରେ । ସେହି ଶକ୍ତି ଖ୍ରୀଷ୍ଟ ଅଟନ୍ତି । ଆତ୍ମାର ବିଭିନ୍ନ ନିର୍ଜୀବ ଶକ୍ତି ସମୁହକୁ ତାହାଙ୍କ ଅନୁଗ୍ରହ ହିଁ ନବଶକ୍ତି ପ୍ରଦାନ କରେ ଏବଂ ପରମେଶ୍ଵରଙ୍କ ଆଡ଼କୁ ପବିତ୍ରତା ନିମନ୍ତେ ଆକର୍ଷଣ କରିଥାଏ । ଖ୍ରୀପ 12.1

    ତ୍ରାଣକର୍ତ୍ତା କହିଲେ “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖିପାରେ ନାହିଁ ।” (ଯୋହନ ୩:୩) ମନୁଷ୍ୟ ଦେହରେ ସ୍ବଭାବତଃ ଯେଉଁ ଉତ୍ତମ ଭାବ ଗୁପ୍ତ ରହିଛି ତାହାକୁ ଜାଗରିତ କରିବା ଯଥେଷ୍ଟ, ଏହି ଚିନ୍ତାଧାରା ନିତାନ୍ତ ଭ୍ରମାତ୍ମକ ଅଟେ । କିନ୍ତୁ ଶାରୀରିକ ମନୁଷ୍ୟ ଈଶ୍ଵରଙ୍କ ଆତ୍ମାଙ୍କ ବିଷୟ ଗୁଡ଼ିକ ପ୍ରକାଶ କରେ ନାହିଁ, କାରଣ ସେ ସବୁ ତାହା ନିକଟରେ ମୁର୍ଖତା, ପୁଣି ସେ ସବୁକୁ ବୁଝି ପାରେ ନାହିଁ, ଯେଣୁ ସେସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । ” (୧ କରନ୍ତୀ ୨:୧୪) ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ଯେ ମୁଁ ତୁମକୁ କହିଲି ଏଥିରେ ଚମକୃତ ହୁଅନାହିଁ । (ଯୋହନ ୩:୭) ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଏହିପରି ଲେଖାଯାଏ, “ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ ।” (ଯୋହନ ୧:୪) ” ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହାଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।” (ପ୍ରେରିତ ୪:୧୨)ଖ୍ରୀପ 12.2

    ପରମେଶ୍ଵରଙ୍କ ପ୍ରେମିକ ଦୟାଳୁସ୍ଵଭାବ, ବଦାନ୍ୟ ପିତୃତୁଲ୍ୟ କରୁଣାଭାବ ତାହାଙ୍କ ଚରିତ୍ରରେ ଦେବା ଯଥେଷ୍ଟ ନୁହେଁ । ତାହାଙ୍କୁ ପବିତ୍ର ବ୍ୟବସ୍ଥାର ଜ୍ଞାନ, ଏବଂ ନ୍ୟାୟପଣ, ଯାହା ତାହାଙ୍କ ଅନନ୍ତ ପ୍ରେମନୀତି ଉପରେଗଢ଼ା ତାହାଦେଖିବା ଯଥେଷ୍ଟ ନୁହେଁ । ସାଧୁ ପାଉଲ ତାହାସବୁ ସୁବିଚାର ପୂର୍ବକ ଡାକି ଦେଇ କହନ୍ତି; ତେବେ ବ୍ୟବସ୍ଥା ଯେ ଉ ମୁଁ ତାହା ମୁଁ ସ୍ଵୀକାର କରେ” “ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟ ସଙ୍ଗୀତ ଓ ଉତ୍ତମ” “ଯେଣୁ ବ୍ୟବସ୍ଥା ଯେ ଆତ୍ମିକ ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପ୍ରାଣର କ୍ରୀତଦାସ” (ରୋମୀ ୭:୧୬, ୧୨, ୧୪) । ପୁଣି ସେ ଆତ୍ମାର ନୈରାଶ୍ୟ ଓ ଦୁଃଖର ତିକ୍ତତାରେ ଆଉ କହିଲେ, “ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ? ଯୁଗେ ଯୁଗେ ସବୁ ସ୍ଥଳରେ ଭାରାକ୍ରାନ୍ତ ହୃଦୟ ଗୁଡ଼ିକ ଡ଼ାକ ଦେଇ ଆସୁଅଛନ୍ତି । ସମସ୍ତଙ୍କ ନିମନ୍ତେ କେବଳ ଗୋଟିଏ ଉତ୍ତର ରହିଛି, ” ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପଭାର ବହିନେଇ ଯାଆନ୍ତି ।” (ଯୋହନ ୧:୨୯)ଖ୍ରୀପ 12.3

    ଏହି ସତ୍ୟତାକୁ ବିଷଦଭାବେ ବୁଝାଇବା ନିମନ୍ତେ ପରମେଶ୍ବରଙ୍କ ଆତ୍ମା ନାନା ଉପମା କଥାର ବ୍ୟାଖ୍ୟା କରିଅଛନ୍ତି ଏବଂ ଏପରି ସରଳ କରିଅଛନ୍ତି ଯେ, ଆତ୍ମାଗୁଡ଼ିକ ଭାରରୁ ମୁକ୍ତ ହୋଇପାରନ୍ତି । ପବିତ୍ର ବାଇବଲରେ ଏଷୌ ଓ ଯାକୁବ ଏ ଦୁଇ ଭାଇଙ୍କ ଚରିତ୍ରରୁ ଶିକ୍ଷା ଦିଆଯାଏ । ଆପଣା ଭାଇ ଏଷୌକୁ ପ୍ରବର୍ତ୍ତନା କରିବା ପରେ ଯାକୁବ ଆପଣା ପିତୃଗୁହରୁ ପଳାୟନ କଲେ କାରଣ ତାହାଙ୍କ ହୃଦୟ ତାହାଙ୍କୁ ଦୋଷୀ କଲା । ସେ ନିଜକୁ ଏକାକୀ ଓ ତ୍ୟକ୍ତ ବୋଲି ଜାଣିଲେ । ଯାହା ସବୁ ଗୃହରେ ପ୍ରିୟ ବୋଲି ବୁଝୁଥିଲେ, କେବଳ ଗୋଟିଏ ଚିନ୍ତା ତାହା ଉପରେ ଗୁରୁତର ଋପ ପକାଇଥିଲା, ତାହା ପରମେଶ୍ବରଙ୍କୁ ଭୟ ଓ ତାଙ୍କ ବିରୁଦ୍ଧରେ ପାପ । ପରମେଶ୍ବର ତାହାଙ୍କୁ ପରିତ୍ୟାଗ କଲେ । ଦୁଃଖରେ ସେ ଏକାକୀ ଭୂମିରେ ଶୟନ କଲେ । ଚତୁର୍ଦ୍ଦିଗରେ ନିର୍ଜ୍ଜନ ପର୍ବତମାଳା ଏବଂ ଉର୍ଦ୍ଧ୍ବରେ ତାରକାମଣ୍ଡଳ ଆକାଶ । ଶୟନ କରନ୍ତେ ସେ ଏକ ଆଶ୍ଚର୍ଯ୍ୟ ଦର୍ଶନ ପାଇଲେ ଓ ସେ ଦେଖିଲେ ଏକ ସିଡି ତାହାଙ୍କ ଶୟନ କରିବା ସ୍ଥଳରୁ ଉର୍ଦ୍ଧ୍ବକୁ ଉଠିଛି ଏବଂ ତାହା ସ୍ବର୍ଗଦ୍ବାର ସ୍ପର୍ଶ କରୁଛି । ତାହା ଉପରେ ଈଶ୍ବରଙ୍କ ଦୂତଗଣ ଯିବା ଆସିବା କରୁଛନ୍ତି । ଆଉ ଏପରି ସମୟରେ ଉର୍ଦ୍ଧ୍ବରୁ ପରମେଶ୍ଵରଙ୍କ ଗୌରବଯୁକ୍ତ ଏକ ସାନ୍ତ୍ୱନା ଓ ଭରସାବାଣୀ ଶୁଣିବାକୁ ପାଇଲେ । ଯାକୁବଙ୍କ ସନ୍ତପ୍ତ ପ୍ରାଣରେ ତାହା ଭରସା ଓ ସାନ୍ତ୍ୱନାର ସମ୍ବାଦ । ଯାକୁବଙ୍କ ଅନ୍ତଃକରଣରେ ଅଭିଳିଷିତ ବାଞ୍ଛା ପୂରଣ ହେଲା । ସେହି ସମ୍ବାଦ ତ୍ରାଣକର୍ତ୍ତାଙ୍କ ସମ୍ବାଦ ଥିଲା । ବଡ଼ ଆନନ୍ଦରେ ଓ କୃତଜ୍ଞତା ଚି ରେ ସେ ଉଠି ଈଶ୍ବରଙ୍କ ପ୍ରକାଶିତ ମାର୍ଗ ବୁଝିଲେ ଓ ପରମେଶ୍ୱରଙ୍କ ସହ ପାପୀର ପୁନଃ ମିଳନର ତଥ୍ୟ ପ୍ରକାଶିତ ହେଲା । ତାହାଙ୍କ ସ୍ବପ୍ନର ଅଲୌକିକ ସୋପାନ ଯୀଶୁଙ୍କୁ ଦର୍ଶାଏ । ସେ କେବଳ ମାନବ ଓ ଈଶ୍ୱରଙ୍କ ସହ ସମ୍ମିଳନ ସ୍ଥାପନ କରିବାକୁ ଏକମାତ୍ର ମାଧ୍ୟମ ।ଖ୍ରୀପ 13.1

    ଏତାଦୃଶ୍ୟ ଉପମା ସାହାଯ୍ୟରେ ଯୀଶୁ ଆଉ ଜଣେ ଶିଷ୍ୟ ନାଥନିଏଲଙ୍କ ସହ ଆଳାପ କଲାବେଳେ ସେ କହିଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି । ତୁମେମାନେ ସ୍ଵର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖୁବ” (ଯୋହନ ୧:୫୧) ଅନାଜ୍ଞାବହ ହୋଇ ମନୁଷ୍ୟ ଧର୍ମଭ୍ରଷ୍ଟ ହେଲା ଏବଂ ଈଶ୍ବରଙ୍କ ନିକଟରୁ ଦୁରକୁ ଚାଲିଗଲା, ଆଉ ସ୍ବର୍ଗଠାରୁ ପୃଥିବୀ ପୃଥକ ହେଲା । ଏ ଦୁଇ ମଧ୍ୟରେ ଏକ ସୁଗଭୀର ସମ୍ପର୍କ ରହିତ ଗହ୍ୱର ସୃଷ୍ଟି ହେଲା । କିନ୍ତୁ ଖ୍ରୀଷ୍ଟଙ୍କ ଦେଇ ପୃଥିବୀ ଆଉଥରେ ସ୍ବର୍ଗସହ ମିଳିତ ହେଲା । କେବଳ ଖ୍ରୀଷ୍ଟଙ୍କ ଯୋଗ୍ୟତା ହେତୁ ଏହା ସମ୍ଭବ ହେଲା । ଯେଉଁ ସୁଗଭୀର ଗହ୍ୱର ପାପ ସୃଷ୍ଟି କଲା, ତାହା ଉପରେ ଖ୍ରୀଷ୍ଟ ଗୋଟିଏ ପୋଲ ବାନ୍ଧିଦେଲେ, ଯେପରି ସେବକ ଦୂତଗଣ ମନୁଷ୍ୟମାନଙ୍କୁ ସାହାଯ୍ୟ କରିବାକୁ ସଂବନ୍ଧ ରଖୁବା ସମ୍ଭବ ହୋଇପାରିବ । ପତିତ ମାନବର ଦୁର୍ବଳତା ଓ ନିଃସହାୟ ଅବସ୍ଥାରେ ଖ୍ରୀଷ୍ଟ ତାହାକୁ ଅସୀମ ସାହାଯ୍ୟ ଯୋଗାଇବାକୁ ଆକାରଅଟନ୍ତି ।ଖ୍ରୀପ 13.2

    ତାହା ଛଡ଼ା ମାବବର ଉନ୍ନତି ନିମନ୍ତେ ତାହାର ଆଉ ଅନ୍ୟାନ୍ୟ ପ୍ରଗତି ଚେଷ୍ଟା ଅସାରମାତ୍ର । ଯଦି ସେମାନେ ଏହି ସାହାଯ୍ୟ ଓ ଭରସାର ମହାନ ଆଧାରକୁ ଅବହେଳା କରିବେ ତେବେ ସେମାନଙ୍କର ଆଉ ଅନ୍ୟ ସତ୍ୟ ଉପାୟ ରହିବ ନାହିଁ ।” ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧବର ଉର୍ଦ୍ଧ୍ବରୁ ଜୋର୍ତିଗଣର ପିତାଙ୍କଠାରୁ ଆସେ । ଯାହାଙ୍କରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ ।” (ଯାକୁବ ୧ ; ୧୭) ତାହା ଈଶ୍ବରଙ୍କର ଦାନ । ତାହାଙ୍କ ବ୍ୟତୀତ ଅନ୍ୟଠାରେ ସିଦ୍ଧ ଚରିତ୍ର ସମ୍ଭବ ନୁହେଁ । ଏବଂ ଈଶ୍ବରଙ୍କ ନିକଟକୁ ପନ୍ଥା କେବଳ ଖ୍ରୀଷ୍ଟ ଅଟନ୍ତି । ସେ କହନ୍ତି “ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏନାହିଁ ।” (ଯୋହନ ୧୪:୬)ଖ୍ରୀପ 14.1

    ପୃଥିବୀରେ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ପିତା ପରମେଶ୍ବରଙ୍କ କରୁଣ ହୃଦୟ ଅପେକ୍ଷାରେ ରହିଛି । ଏହି ପ୍ରେମ ମୃତ୍ୟୁ ଅପେକ୍ଷା ଶକ୍ତିଶାଳୀ ଅଟେ । ତାହାଙ୍କ ପୁତ୍ରଙ୍କୁ ଦାନ ଦେବାରେ, ଗୋଟିଏ ମାତ୍ର ଦାନରେ ସେ ସ୍ଵର୍ଗର ସମସ୍ତ ଦାନ ଅର୍ପଣ କରି ଅଛନ୍ତି । ତ୍ରାଣକର୍ତ୍ତାଙ୍କର ଜୀବନ ମରଣ, ପ୍ରାର୍ଥନା ଓ ଦୁତମାନଙ୍କ ସେବା ପବିତ୍ର ଆତ୍ମାଙ୍କ ପ୍ରେରଣା, ଏତଦ୍ ବ୍ୟତୀତ ପିତା ସ୍ଵର୍ଗୀୟ ଅଗଣ୍ୟ ପ୍ରାଣୀମାନଙ୍କ ସଙ୍ଗେ ଅନବରତ କାର୍ଯ୍ୟ କରୁଅଛନ୍ତି । ଏ ସମସ୍ତ ମାନବର ମୁକ୍ତି କରଣାର୍ଥେ ସଂପୃକ୍ତ ଅଟନ୍ତି ।ଖ୍ରୀପ 14.2

    ଆହେ ! ଆମ୍ଭେମାନେ ତାହାଙ୍କୁ ଆଶ୍ଚର୍ଯ୍ୟଜନକ ବଳିଦାନ, ଯାହା ସେ ଆମ୍ଭମାନଙ୍କ ନିମନ୍ତେ ସାଧନ କରିଅଛନ୍ତି, ତତ୍ ସମ୍ବନ୍ଧରେ ଅନୁଧ୍ୟାନ କରୁ । ପିଡ଼ିତ ମାନବକୁ ଈଶ୍ଵରଙ୍କ ଗୃହକୁ ଫେରାଇ ଆଣିବା ନିମନ୍ତେ ସ୍ଵର୍ଗର ସକଳ ଚେଷ୍ଟା ଓ ଶକ୍ତିର ଗୁଣ ଉପଲବ୍ଧ କରୁ । ବଳବ ର ପ୍ରବୃତ୍ତି ଏବଂ ଅନ୍ୟକିଛି ଶକ୍ତିଶାଳୀ ପ୍ରତିନିଧି ଦଳ, କୌଣସିମତେ ଏହା ସାଫଲ୍ୟମଣ୍ଡିତ କରିବାକୁ ସକ୍ଷମ ନୁହନ୍ତି । ସୃଷ୍ଟିକର୍ତ୍ତା ଏବଂ ତାଣକର୍ତ୍ତାଙ୍କ ହୃଦୟର ପ୍ରେମରସେବା ଦାନ କରିବାକୁ ଏ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ଦାନ କରୁନାହାନ୍ତି କି ?ଖ୍ରୀପ 14.3

    ଏହା ବ୍ୟତୀତ ପରମେଶ୍ଵରଙ୍କ ପବିତ୍ର ବିଚାର ପାପ ବିରୁଦ୍ଧରେ ସମୁଚିତ ଦଣ୍ଡବିଧାନ ଉଚ୍ଚାରଣ କରି ସାରିଲାଣି । ସୁନିଶ୍ଚିତ ଦଣ୍ଡ, ଆମ୍ଭମାନଙ୍କ ଚରିତ୍ରର ପତିତ ଅବସ୍ଥା, ଅନ୍ତିମ ବିନାଶ ଏବଂ ଶୟତାନର ସେବା ବିରୁଦ୍ଧରେ ଆମ୍ଭମାନଙ୍କୁ ପରମେଶ୍ଵରଙ୍କ ପବିତ୍ର ବାକ୍ୟରେ ସତର୍କବାଣୀ ଦିଆ ହୋଇଅଛି ।ଖ୍ରୀପ 14.4

    ଈଶ୍ବରଙ୍କ ଅନୁଗ୍ରହକୁ ଆମ୍ଭେମାନେ ସମ୍ମାନ ପ୍ରଦର୍ଶନ କରିବା ନାହିଁ କି ? ଆଉ ସେ ଅଧିକ କ’ଣ କରିଥାନ୍ତେ ? ସେ ମହାନ ଆଶ୍ଚର୍ଯ୍ୟ ପ୍ରେମରେ ଆମ୍ଭମାନଙ୍କୁ ପ୍ରେମ କରି ଅଛନ୍ତି ଏଣୁ ଆମ୍ଭେମାନେ ତାହାଙ୍କ ସହ ଯଥାର୍ଥ ସମ୍ବନ୍ଧ ରଖୁ । ଆମ୍ଭେମାନେ ପରିବର୍ତ୍ତିତ ହୋଇ ତାହାଙ୍କତୁଲ୍ୟ ହେଉ । ତାହାଙ୍କ ଦ ସାହାଯ୍ୟରେ ଏବଂ ପରମେଶ୍ଵର ଓ ଦୂତଗଣଙ୍କ ସହଭାଗିତା ପ୍ରାପ୍ତ ହୋଇ ପିତା ଓ ପୁତ୍ରଙ୍କ ସହ ସତ୍ୟ ମିଳନ ଓ ସମ୍ବନ୍ଧ ଲାଭକରୁ ।ଖ୍ରୀପ 14.5

    *****

    Larger font
    Smaller font
    Copy
    Print
    Contents