Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    କର୍ତବ୍ୟ ଓ ଜୀବନ

    ଏହି ବିଶ୍ବ ମଣ୍ଡଳରେ କେବଳ ପରମେଶ୍ଵର ହିଁ ଜୀବନ, ଆଲୋକ ଓ ଆନନ୍ଦର ଉତ୍ସ ଅଟନ୍ତି । ସୂର୍ଯ୍ୟଠାରୁ ଆଲୋକରେଖା ସଦୃଶ, ଗୋଟିଏ ଜୀବନ୍ତ ଝରଣାଠାରୁ ଉଛୁଳା କଳସ୍ରୋତ ସଦୃଶ, ତାହାଙ୍କଠାରୁ ତାହାଙ୍କ ସୃଷ୍ଟି ପ୍ରାଣୀମାନଙ୍କ ପ୍ରତି ଆଶୀଷ ପ୍ରବାହିତ ହୁଏ । ଯେଉଁ ସ୍ଥାନରେ ଈଶ୍ବରଙ୍କ ଜୀବନ ମନୁଷ୍ୟମାନଙ୍କ ହୃଦୟରେ ଥାଏ, ଏହା ପ୍ରେମ ଓ ଆଶୀର୍ବାଦ ସହିତ ସେମାନଙ୍କଠାରୁ ଅନ୍ୟମାନଙ୍କ ପ୍ରତି ପ୍ରବାହିତ ହୁଏ ।ଖ୍ରୀପ 53.1

    ପତିତ ମାନବମାନଙ୍କୁ ଉର୍ଦ୍ଧ୍ବକୁ ଆକର୍ଷଣ କରିବା ଓ ମୁକ୍ତି ସାଧନ କରିବା ଆମ୍ଭମାନଙ୍କ ତ୍ରାଣକର୍ତ୍ତାଙ୍କ କର୍ତ୍ତବ୍ୟ ଥିଲା । ଅତଏବ ସେ ଆପଣା ପ୍ରାଣକୁ ପ୍ରିୟଜ୍ଞାନ କଲେନାହିଁ । କିନ୍ତୁ କୃଶଦଣ୍ଡ ଭୋଗକଲେ ଓ ଲଜ୍ଜା ଅପମାନକୁ ଅବଜ୍ଞା କଲେ । ଏଣୁ ସୂର୍ଗୀୟ ଦୂତମାନେ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ କର୍ମ ପ୍ରବୃ ଅଟନ୍ତି । ତାହାହିଁ ସେମାନଙ୍କର ଆନନ୍ଦ । ସ୍ୱାର୍ଥ ଜଡ଼ିତ ହୃଦୟ ଏପରି କର୍ମକୁ ନମ୍ରତାର ସେବା କାର୍ଯ୍ୟ ବୋଲି କହନ୍ତି କିନ୍ତୁ ନିଷ୍ପାପି ଦୂତଗଣ ଏହିପରି ଦୀନ, ସମାଜରେ ନୀଚ ଶ୍ରେଣୀୟ ଲୋକମାନଙ୍କର ସେବା କରନ୍ତି । ଖ୍ରୀଷ୍ଟଙ୍କର ସ୍ବାର୍ଥହୀନ ପ୍ରେମ ସ୍ଵର୍ଗୀୟ ଆନନ୍ଦର ତେଜ ଅଟେ । ସୁତରାଂ ଖ୍ରୀଷ୍ଟଙ୍କ ଅନୁଗାମୀମାନେ ଖ୍ରୀଷ୍ଟଙ୍କର ଏପରି ମନୋଭାବ ନେଇ କାର୍ଯ୍ୟ କରନ୍ତି । ଖ୍ରୀପ 53.2

    ଖ୍ରୀଷ୍ଟଙ୍କ ପ୍ରେମ ହୃଦୟ ରାଜ୍ୟ ଅଧିକାର କଲେ, ତାହା ମଧୁର ସୁବାସ ତୁଲ୍ୟ ଗୁପ୍ତ ରିଖିପାରିବା ନାହିଁ । ତାହାର ପବିତ୍ର ପ୍ରଭାବ, ଯେଉଁମାନଙ୍କ ସଙ୍ଗେ ସେ ବସବାସ କରୁଛି, ସେମାନେ ତାହା ଅନୁଭବ କରିପାରିବେ । ହୃଦୟରେ ଖ୍ରୀଷ୍ଟଙ୍କ ଆତ୍ମା ମରୁଭୂମିରେ ଶୀତଳ ଜଳର ଉତ୍ସ ସଦୃଶ ଅଟେ । ଯେଉଁମାନେ ଜୀବନଜଳ ପାନ କରିବାକୁ ଇଚ୍ଛା କରୁଛନ୍ତି ଓ ତାହା ବିନା ବିନାଶ ହେବାକୁ ଯାଉଛନ୍ତି ସେମାନଙ୍କୁ ସତେଜ କରିବ ।ଖ୍ରୀପ 53.3

    ଯେଉଁମାନଙ୍କଠାରେ ଖ୍ରୀଷ୍ଟଙ୍କ ପ୍ରେମ ଥାଏ ସେମାନେ ଖ୍ରୀଷ୍ଟଙ୍କ ସଦୃଶ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, ମନୁଷ୍ୟ ଜାତିକି ଆଶୀର୍ବାଦ ଓ ଉର୍ଦ୍ଧ୍ବକୁ ଉଠାଇବାକୁ କାର୍ଯ୍ୟ କରନ୍ତି । ସ୍ଵର୍ଗୀୟ ପିତା ଯେଉଁମାନଙ୍କର ଯତ୍ନ ନିଅନ୍ତି ଏହା ପ୍ରେମ, ଦୟା ଓ ସହାନୁଭୂତି ସହିତ ସେମାନଙ୍କ ନିକଟକୁ ପଥ କଢ଼ାଇ ନେବ ।ଖ୍ରୀପ 53.4

    ପରିତ୍ରାଣକର୍ତ୍ତାଙ୍କ ଜୀବନ ଏହି ଜଗତରେ ସହଜ ଓ ନିଜ ସୁବିଧା ପାଇଁ ନ ଥିଲା କିନ୍ତୁ ପତିତମାନବର ମୁକ୍ତି ନିମନ୍ତେ ଦୃଢ଼ ପ୍ରୟାସୀ ହୋଇ, ବିଶ୍ବସ୍ତ ଓ ଅବିଶ୍ରାନ୍ତ ଭାବରେ ଚେଷ୍ଟା କରିଥିଲେ । କନ୍ମଠାରୁ କାଲବରୀ ପର୍ଯ୍ୟନ୍ତ ସେ କଠୋର ସ୍ଵାର୍ଥତ୍ୟାଗ କରି ପଦବ୍ରଜରେ ଅନ୍ୟମାନଙ୍କୁ ସୁରକ୍ଷା କରିବା ନିମନ୍ତେ କଳାତିପାତ କରିଥିଲେ । ସେ କହିଲେ “ମନୁଷ୍ୟପୁତ୍ର ମଧ୍ୟ ସେବ; ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ବରୁପେ ପ୍ରାଣ ଦେବାକୁ ଆସିଅଛନ୍ତି ।” (ମାଥିଉ ୨୦:୨୮) ଏହାଥିଲା ତାହାଙ୍କ ଜୀବନର ଏକ ମହତ୍ ଲକ୍ଷ୍ୟ । ଆଉ ପ୍ରତ୍ୟେକ ବିଷୟ ଦ୍ବିତୀୟ ଶ୍ରେଣୀର ଓ ଅଧୀକ ଥୁଲା । ଈଶ୍ଵରଙ୍କ ଇଚ୍ଛା ସାଧନ କରିବା ତାହାଙ୍କର ଭୋଜନ ଓ ପାନ ଥିଲା ଓ ତାହାଙ୍କ କାର୍ଯ୍ୟ ସମାପ୍ତ କରିବାକୁ ସେ ବ୍ରତୀଥିଲେ । ସ୍ଵାର୍ଥ ଏବଂ ସ୍ୱାର୍ଥପରତା ତାହାଙ୍କ କାର୍ଯ୍ୟରେ ଅତି ଦୂରରେ ଥିଲେ ।ଖ୍ରୀପ 53.5

    ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ଅନୁଗ୍ରହର ଅଂଶୀ ହୁଅନ୍ତି, ସେମାନେ ସର୍ବପ୍ରକାର ସ୍ଵାର୍ଥତ୍ୟାଗ କରିବାକୁ ପ୍ରସ୍ତୁତ ଅଟନ୍ତି, ଯେପରି ଅନ୍ୟମାନେ ଖ୍ରୀଷ୍ଟଙ୍କ କୃଶ ଓ ପ୍ରେମର ଅଂଶୀଦାର ହେବେ । ସେମାନେ ଯଥାସାଧ୍ୟ ଜଗତରେ ଅନ୍ୟମାନଙ୍କୁ ସୁଖୀ କରିବାକୁ ଯତ୍ନ କରନ୍ତି । ମନୁଷ୍ୟମାନଙ୍କ ଏପରି ମନୋଭାବ ପ୍ରକୃତରେ ପରିବର୍ତ୍ତିତ ଜୀବନର ପରିଚାୟକ ଅଟେ । ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ, ସେ ଅନ୍ୟମାନଙ୍କୁ ଜଣାଇଦେବ ଯେ, ସେ କିପରି ଜଣେ ଅମୂଲ୍ୟ ବନ୍ଧୁଙ୍କୁ ଲାଭ କରିପାରିଛି । ରକ୍ଷାକାରୀ ଓ ପବିତ୍ର ସତ୍ୟ ତାହା ହୃଦୟରେ ବନ୍ଦହୋଇ ରହିପାରେନା । ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ଧାର୍ମିକତା ରୂପ ବସ୍ତ୍ର ପରିଧାନ କରୁ, ଯଦି ଖ୍ରୀଷ୍ଟଙ୍କ ଆତ୍ମାଙ୍କ ଦ୍ଵାରା ହୃଦୟରେ ଆନନ୍ଦ ପାଉ, ତେବେ ଆମ୍ଭେମାନେ ନୀରବ ହୋଇ ରହିପାରିବୁ ନାହିଁ । ଆମ୍ଭେମାନେ ଯଦି ଈଶ୍ବର ଉତ୍ତମ ବୋଲି ଆସ୍ବାଦନ କରିଅଛୁ, ଓ ଦେଖିଅଛୁ ଆମ୍ଭମାନଙ୍କୁ କିଛି କହିବାକୁ ପଡ଼ିବ । ଫିଲିପ୍‌ପୀ ସଦୃଶ ସେ ଯେତେବେଳେ ତ୍ରାଣକର୍ତ୍ତାଙ୍କୁ ଦେଖିଲେ ସେହିପରି ଆମ୍ଭେମାନେ ମଧ୍ୟ ତାହାଙ୍କ ସମ୍ମୁଖକୁ ଆସିବା ପାଇଁ ଅନ୍ୟମାନଙ୍କୁ ନିମତ୍ରଣ କରିବୁ । ସେମାନଙ୍କୁ ଖ୍ରୀଷ୍ଟଙ୍କର ଆକର୍ଷଣ କରିବା ସ୍ଵଭାବକୁ ଦେଖାଇବୁ । ସେ ଅଦୃଶ୍ୟ ମହାନ୍ ଶକ୍ତିର ବାସ୍ତବତା ଅଟନ୍ତି । ଯୀଶୁଙ୍କ ପଥରେ ଚାଲିବାକୁ ଏକ ଆନ୍ତରିକ ଇଚ୍ଛା ସେମାନଙ୍କଠାରେ ସୃଷ୍ଟି ହୁଏ। ଯେଉଁମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ ଅଛନ୍ତି, ସେମାନେ ଯେପରି ଦେଖିପାରନ୍ତି “ଏହି ଦେଖି, ଈଶ୍ଵରଙ୍କ ମେଷଶାବକ, ଯେ ଜଗତର ପାପଭାର ବହିନେଇ ଯାଆନ୍ତି ।” (ଯୋହନ ୧:୨୯)ଖ୍ରୀପ 54.1

    ଅନ୍ୟମାନଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ କାର୍ଯ୍ୟ କଲେ ପ୍ରତିକ୍ରିୟାରେ, ଆମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବା । ପରିତ୍ରାଣ ଯୋଜନା କାର୍ଯ୍ୟର କିଛି ଅଂଶ ଆମ୍ଭମାନଙ୍କୁ ଦେବା ଈଶ୍ଵରଙ୍କ ଯୋଜନା ଥିଲା । ସ୍ୱର୍ଗୀୟ ପ୍ରକୃତିର ଅଂଶୀଦାର ହେବା ନିମନ୍ତେ ସେ ମନୁଷ୍ୟମାନଙ୍କୁ ସୁଯୋଗ ଦାନ କରିଅଛନ୍ତି । ଫଳରେ ସେ ତାହାଙ୍କ ଆଶୀର୍ବାଦ ସହ ମାନବଙ୍କ ମଧ୍ୟରେ ବ ନ କରେ । ଏହା ସର୍ବୋକୃଷ୍ଟ ସମ୍ମାନ, ମହା ଆନନ୍ଦ, ଯାହା ଈଶ୍ଵର ମନୁଷ୍ୟମାନଙ୍କୁ ଦାନ କରନ୍ତି । ‘ସୁତରାଂ’ ଯେଉଁମାନେ ଏହି ପ୍ରେମ କାର୍ଯ୍ୟରେ ଭାଗ ନିଅନ୍ତି, ସେମାନେ ସୃଷ୍ଟିକର୍ତ୍ତାଙ୍କର ନିକଟତର ହୋଇଥାନ୍ତି ।ଖ୍ରୀପ 54.2

    ଏହି ସୁସମାଚାରଘୋଷଣା କରିବା କାର୍ଯ୍ୟ ଓ ସକଳ ପ୍ରେମର ସେବାକାର୍ଯ୍ୟ ସ୍ବର୍ଗୀୟ ଦୂତମାନଙ୍କ ହସ୍ତରେ ଈଶ୍ବର ସମର୍ପଣ କରିପାରିଥାଆନ୍ତେ । ସେ ମଧ୍ୟ ଏହି କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଅନ୍ୟ ଉପାୟ ଅବଲମ୍ବନ କରିପାରିଥାଆନ୍ତେ କିନ୍ତୁ ତାହାଙ୍କ ଅସୀମ ପ୍ରେମ ଯୋଗୁଁ ସେ ଆମ୍ଭମାନଙ୍କୁ ସହକର୍ମୀ ଭାବରେ ମନୋନୀତ କରିଅଛନ୍ତି । ତାହାଙ୍କ ସଙ୍ଗେ ଖ୍ରୀଷ୍ଟଙ୍କ ସହିତ ଓ ଦୂତମାନଙ୍କ ସହିତ ଆମ୍ଭେମାନେ ଯେପରି ତତ୍ ସମ୍ବନ୍ଧୀୟ କଲ୍ୟାଣ, ଆନନ୍ଦ, ଆତ୍ମିକ ପ୍ରେରଣା ନିସ୍ବାର୍ଥପର ସେବାରୁ ପ୍ରାପ୍ତ ହୋଇପାରୁ । ଖ୍ରୀଷ୍ଟଙ୍କ ଦୁଃଖଭୋଗ ହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସମବେଦନାର ସହଭାଗିତା ପ୍ରାପ୍ତ ହୋଇଅଛୁ । ଅନ୍ୟମାନଙ୍କ ନିମନ୍ତେ ପ୍ରତ୍ୟେକ ନିସ୍ୱାର୍ଥପର କାର୍ଯ୍ୟ, ଦାତାର ହୃଦୟରେ ବଦାନ୍ୟ ଭାବ ବୃଦ୍ଧି କରେ ଓ ଜଗତର ପ୍ରାଣକର୍ତ୍ତାଙ୍କ ନିକଟରେ କରେ, କାରଣ, “ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ବାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ ।” (୨ କରନ୍ଥୀ ୮:୯) ଏହିପରି ଭାବ ଆମ୍ଭମାନଙ୍କ ସୃଷ୍ଟିରେ କେବଳ ସ୍ଵର୍ଗୀୟ ଉଦ୍ଦେଶ୍ୟପୂର୍ଣ୍ଣ କରିପାରିବା, ସେହିପରି ଜୀବନ ଆମ୍ଭମାନଙ୍କ ନିମନ୍ତେ ଆଶୀର୍ବାଦ ହୋଇପାରେ ।ଖ୍ରୀପ 54.3

    ଖ୍ରୀଷ୍ଟଙ୍କ ନମୁନା ପ୍ରକାରେ ଯେବେ ତୁମ୍ଭେମାନେ କାର୍ଯ୍ୟ କରିବାକୁ ଯବାନ ହୁଅ ଓ ତାହାଙ୍କ ଶିଷ୍ୟମାନଙ୍କ ସଦୃଶ ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମା ଲାଭକର, ତେବେ ତୁମ୍ଭେ ଏହି ଈଶ୍ଵରୀୟ କର୍ତ୍ତବ୍ୟରେ ଗଭୀର ଅନୁଭବ ଓ ଉଚ୍ଚତର ଜ୍ଞାନ ପ୍ରାପ୍ତ ହେବ ଏବଂ ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ହେବ । ତୁମ୍ଭେ ଈଶ୍ବରଙ୍କ ସହିତ କଥାବାର୍ତ୍ତା । କରିବ, ତୁମ୍ଭର ବିଶ୍ବାସ ସବଳ ହେବ ଓ ତୁମ୍ଭର ପ୍ରାଣ ପ୍ରାଣକୂପଠାରୁ ଗଭୀର ଅନୁଭୂତି ଲାଭ କରିବ । ତତ୍ପରେ ବିରୋଧତା ଓ ତାଡ଼ନା ଗୁଡ଼ିକ ତୁମ୍ଭକୁ ବାଇବଲ ଓ ପ୍ରାର୍ଥନା ଆଡ଼କୁ ଆକର୍ଷଣ କରିବ । ତୁମ୍ଭେ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ବୃଦ୍ଧି ପ୍ରାପ୍ତ ହେବ ଓ ସୁବିସ୍ତୃତ ଅନୁଭୂତି ଲାଭ କରିବ ।ଖ୍ରୀପ 55.1

    ଅନ୍ୟମାନଙ୍କ ନିମନ୍ତେ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା, ଗଭୀରତା, ସ୍ଥିରତା ଓ ଚରିତ୍ରରେ ଖ୍ରୀଷ୍ଟଙ୍କ ସଦୃଶ ସୌନ୍ଦର୍ଯ୍ୟତା ଦାନକରେ, ଶାନ୍ତି ଓ ସୁଖ ବ୍ୟକ୍ତିଙ୍କ ଜୀବନରେ ଆଣିଦିଏ । ଉଚ୍ଚାକାଂକ୍ଷା ଗୁଡିକ ଉଚ୍ଚୀକୃତ ହୁଅନ୍ତି । ଆଳସ୍ୟତା ଓ ସ୍ୱାର୍ଥପରତାର ସ୍ଥାନ ନଥାଏ । ଯେଉଁମାନେ ଏହି ଖ୍ରୀଷ୍ଟିୟ ହନୁଗ୍ରହ ଗୁଡ଼ିକୁ ଏହିପରି ଭାବେ ବ୍ୟବହାର କରନ୍ତି, ସେମାନେ ବୃଦ୍ଧିପ୍ରାପ୍ତ ହେବେ ଓ ଈଶ୍ବରଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ବଳିଷ୍ଠ ହେବେ । ସେମାନେ ନିର୍ମଳ ଆତ୍ମିକ ଅନୁଭୂତି, ବୃଦ୍ଧିପ୍ରାପ୍ତ ବିଶ୍ବାସ ପାଇବେ ଓ ପ୍ରାର୍ଥନାଶୀଳ ଜୀବନରେ ବୃଦ୍ଧି ପାଇବେ । ସେମାନଙ୍କଠାରେ ଈଶ୍ଵରଙ୍କ ଆତ୍ମାର ପ୍ରଭାବ ପଡ଼ିବ ଓ ଆତ୍ମା ଈଶ୍ବରଙ୍କ ସାନ୍ନିଧ୍ୟ ଲାଭ କରିବ । ଯେଉଁମାନେ ଅନ୍ୟମାନଙ୍କ ନିମନ୍ତେ ନିସ୍ୱାର୍ଥପର କାର୍ଯ୍ୟରେ ମନୋନିବେଶ କରିବେ, ନିଶ୍ଚୟରେ ସେମାନେ ନିଜ ପରିତ୍ରାଣ ନିମନ୍ତେ କାର୍ଯ୍ୟ କରୁଅଛନ୍ତି ।ଖ୍ରୀପ 55.2

    ଅନୁଗ୍ରହରେ ବୃଦ୍ଧି ପାଇବାର ଏକମାତ୍ର ପଥ ହେଲା ଖ୍ରୀଷ୍ଟ ଯେଉଁକାର୍ଯ୍ୟ ବିନା ପକ୍ଷପାତରେ କରିବାକୁ ଆମ୍ଭମାନଙ୍କୁ କହିଛନ୍ତି ସେହିପରି କାର୍ଯ୍ୟ କରିବା । ଆମ୍ଭମାନର ଶକ୍ତି ଓ ସାଧ୍ୟ ଅନୁସାରେ ଅନ୍ୟମାନଙ୍କର ମଙ୍ଗଳ ଓ ସାହାର୍ଯ୍ୟ କରିବା । ବ୍ୟାୟାମ କରିବା ଦ୍ଵାରା ଶକ୍ତି ଆସେ । କାର୍ଯ୍ୟ ତତ୍ପରତା ଜୀବନର ସ୍ଵାସ୍ଥ୍ୟତା । ଅନୁଗ୍ରହରୁ ପ୍ରାପ୍ତ ଖ୍ରୀଷ୍ଟିୟ ଆଶୀର୍ବାଦ ଜୀବନରେ ଲାଭକରି ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ ନକଲେ, ସେମାନେ ଜୀବନରେ ଭୋଜନ ପାନ କରି କର୍ତ୍ତବ୍ୟ ହୀନହୋଇ ବ ବା ବ୍ୟକ୍ତିଙ୍କ ସଙ୍ଗେ ସମାନ । ଆଧ୍ୟାତ୍ମିକ ଓ ପ୍ରାକୃତିକ ଜଗତରେ, ଏହାର ଫଳ ସର୍ବଦା ଅବନତି ଓ କ୍ଷତିକାରକ ଅଟେ । ଯେଉଁ ବ୍ୟକ୍ତି ତାହାର ଅଙ୍ଗ ପ୍ରତ୍ୟଙ୍ଗକୁ ବ୍ୟବହାର କରିବାକୁ ଅସ୍ୱୀକାର କରେ ତେବେ ତାହାର ଅଙ୍ଗପ୍ରତ୍ୟଙ୍ଗ ସକଳ ଅକର୍ମଣ୍ୟ ହୋଇଯାନ୍ତି । ସେହିପରି ଖ୍ରୀଷ୍ଟିୟାନ ଯେ କି ଈଶ୍ବରଦ ଶକ୍ତିକି ବ୍ୟବହାର ନ କରେ, କେବଳ ଯେ ସେ ଖ୍ରୀଷ୍ଟଙ୍କ ନିକଟକୁ ବୃଦ୍ଧି ପାଇବ ନାହିଁ ତାହା ନୁହେଁ, କିନ୍ତୁ ଯେଉଁ ଶକ୍ତି ତାହାରି ଏଥିପୂର୍ବେ ଥିଲା, ତାହା ସେ ହରାଇବ ।ଖ୍ରୀପ 55.3

    ମନୁଷ୍ୟମାନଙ୍କ ପରିତ୍ରାଣ ନିମନ୍ତେ ଈଶ୍ଵର ମଣ୍ଡଳୀକୁ ପ୍ରତିନିଧି ସ୍ବରୂପେ ନିଯୁକ୍ତ କରିଅଛନ୍ତି। ଏହାର କାର୍ଯ୍ୟ, ସମଗ୍ର ଜଗତକୁ ସୁସମାଚାର ବହନ କରିନେବା ଏବଂ ଏହି ନୈତିକ ଦାୟୀତ୍ବ ଖ୍ରୀଷ୍ଟିୟାନମାନଙ୍କ ଉପରେ ନ୍ୟସ୍ତ । ପ୍ରତ୍ୟେକ ବ୍ୟକ୍ତିକୁ ତାହାର ସୁଯୋଗ ଓ ଯୋଗ୍ୟତାନୁସାରେ, ପରିତ୍ରାଣକର୍ତ୍ତାଙ୍କ କାର୍ଯ୍ୟ ପୂର୍ଣ୍ଣ କରିବାକୁ ହେବ । ଖ୍ରୀଷ୍ଟଙ୍କ ପ୍ରେମ ଯାହା ଆମ୍ଭମାନଙ୍କ ପ୍ରତି ପ୍ରକାଶିତ। ହୋଇଅଛି, ଯେଉଁମାନେ ଖ୍ରୀଷ୍ଟଙ୍କୁ ଜାଣି ନାହାନ୍ତି, ସେମାନଙ୍କ ନିକଟରେ ଆମ୍ଭମାନଙ୍କୁ ଋଣୀ କରିଦିଏ । ଈଶ୍ଵର ଆଲୋକ ଦାନ କରିଅଛନ୍ତି, ତାହା କେବଳ ଆମ୍ଭମାନଙ୍କ ନିମନ୍ତେ ନୁହେଁ, ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ଉପରେ ମଧ୍ୟ ପକାଇବାକୁ ହେବ ।ଖ୍ରୀପ 56.1

    ଯଦି ଖ୍ରୀଷ୍ଟଙ୍କର ଅନୁଗାମୀମାନେ କର୍ତ୍ତବ୍ୟ ପ୍ରତି ଜାଗ୍ରତ ହେବେ, ବିଜାତୀୟମାନଙ୍କ ଦେଶରେ ଯେଉଁଠାରେ ଗୋଟିଏ ଆତ୍ମା ଲାଭ ହେଉଛି, ସେଠାରେ ହଜାର ହଜାର ଆତ୍ମା ଲାଭ ହୋଇପାରିବ । ସମସ୍ତେ ଏହିପରି କାର୍ଯ୍ୟ କରି ନ ପାରନ୍ତି କିନ୍ତୁ ସେମାନେ ସେମାନଙ୍କର ଅର୍ଥ, ସହାନୁଭୂତି ଓ ପ୍ରାର୍ଥନା ସହିତ ଏହି କାର୍ଯ୍ୟ କରିପାରିବେ । ଖ୍ରୀଷ୍ଟିୟାନ ଦେଶମାନଙ୍କରେ ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମା ଲାଭ କରିବା ନିମନ୍ତେ ଆଉ ଅନେକ ଉପାୟମାନ ରହିଛି ।ଖ୍ରୀପ 56.2

    ଆମ୍ଭମାନଙ୍କୁ ଅଖ୍ରୀଷ୍ଟିୟ ଦେଶକୁ ଯିବାକୁ ପଡ଼ିବ ନାହିଁ କିମ୍ବା ଗୃହର ସଂକୀର୍ଣ୍ଣ ପରିବେଶ ତ୍ୟାଗ କରିବା ଉଚିତ୍ ନୁହେଁ । ଏପରିସ୍ଥଳେ କର୍ତ୍ତବ୍ୟପରାୟଣ ହେବାକୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ ରହିଛି । ଆମ୍ଭେମାନେ ଗୃହ ବେଷ୍ଟନୀ ମଣ୍ଡଳୀରେ, ଯେଉଁମାନଙ୍କ ସହିତ ଆମ୍ଭେମାନେ ବ୍ୟବସାୟ କରୁ, ସେମାନଙ୍କ ମଧ୍ୟରେ ମଧ୍ୟ କାର୍ଯ୍ୟ କରିପାରିବା ।ଖ୍ରୀପ 56.3

    ଆମ୍ଭମାନଙ୍କ ତ୍ରାଣକର୍ତ୍ତାଙ୍କର ଅଧିକାଂଶ ସମୟ ଏହି ପୃଥିବୀରେ ସହିଷ୍ଣୁତାର ସହିତ ବଢ଼େଇ ଶାଳରେ ଅତିବାହିତ ହୋଇଥିଲା । ସେବାକାରୀ ଦୃତଗଣ ପ୍ରଭୁଙ୍କର ଏପରି କର୍ମ କ୍ଷେତ୍ରରେ ତାହାଙ୍କ ସଙ୍ଗେ ସଙ୍ଗେ ଥିଲେ। ସେ ବିଶ୍ବସ୍ତ ଭାବରେ ତାହାଙ୍କର ଅବତୀର୍ଣ୍ଣ ହେବାର ଅଭିପ୍ରାୟ ସାଧାରଣ କର୍ମକ୍ଷେତ୍ରରେ ଦର୍ଶାଇଥିଲେ । ଏହିପରି ଭାବେ ସେ ରୋଗୀମାନଙ୍କୁ ସୁସ୍ଥ କଲେ ଓ ଗାଲିଲୀ ସମୁଦ୍ରରେ ଝଡ଼ ତୋଫାନିଆ ପାଗରେ ଗମନାଗମନ କରିଥିଲେ । ସୁତରାଂ ଆମ୍ଭେମାନେ ଜୀବନର ଅତି ଛୋଟ କାମରେ ମଧ୍ୟ ଯୀଶୁକ ସଙ୍ଗେ କାର୍ଯ୍ୟ କରିପାରୁ । ଖ୍ରୀପ 56.4

    ପ୍ରେରିତ ପାଉଲ କୁହନ୍ତି, ” ହେ ଭାଇମାନେ, ପ୍ରତ୍ୟେକ ଜଣ ଯେ ଅବସ୍ଥାରେ ଆହୁତ ହୋଇଅଛି, ସେ ଈଶ୍ବରଙ୍କ ସହଭାଗିତାରେ ସେହି ଅବସ୍ଥାରେ ଥାଉ ।” (୧ କରନ୍ଥୀ ୭:୨୪) କୌଣସି ବ୍ୟବସାୟୀ ତାହାଙ୍କ ବ୍ୟବସାୟ କ୍ଷେତ୍ରରେ ପ୍ରଭୁଙ୍କ ମହିମା ନିମନ୍ତେ ବିଶ୍ବସ୍ତ ଭାବେ କାର୍ଯ୍ୟ କରିପାରିବ । ଯୀଶୁଙ୍କର ଜଣେ ପ୍ରକୃତ ଅନୁଗମନକାରୀ ସେ ତାହାରି ଧର୍ମ ସବୁ କ୍ଷେତ୍ରରେ ବ୍ୟବହାର କରିଥାଏ ଓ ଖ୍ରୀଷ୍ଟଙ୍କ ଚରିତ୍ର ଦର୍ଶାଇଥାଏ । କଳକାରଖାନାରେ କାରୀଗର ଯନ୍ତ୍ରପାତିର ବ୍ୟବହାର ଯୀଶୁଙ୍କ ନିମନ୍ତେ ବଡ଼ ବିଶ୍ବସ୍ତ ଭାବେ କରିବ । ଯେଉଁମାନେ ଆପଣମାନଙ୍କୁ ଖ୍ରୀଷ୍ଟଙ୍କର ବୋଲି କହନ୍ତି, ସେମାନେ ସମସ୍ତ କ୍ଷେତ୍ରରେ ଉତ୍ତମ କର୍ମ କରି ସୃଷ୍ଟିକର୍ତ୍ତା ଓ ତ୍ରାଣକର୍ତ୍ତାଙ୍କର ମହିମା ପ୍ରକାଶ କରିପାରିବେ । ଖ୍ରୀଷ୍ଟଙ୍କୁ ସେବା କରିବା କ୍ଷେତ୍ରରେ ଅନେକେ ବାହାନା କରିଥାନ୍ତି । କାରଣ ସେମାନେ କହନ୍ତି ଅନ୍ୟମାନଙ୍କଠାରେ ଏହାଠାରୁ ଅନେକ ଉତ୍ତମ ଗୁଣ ଓ ସୁବିଧା ରହିଛି, ସେମାନେ କରିପାରିବେ କିନ୍ତୁ ତାହା ଠିକ୍ ନୁହେଁ । କେହି କେହି ବୃଥାରେ କହିଥାନ୍ତି ଯେ, କେତେକ ଧୀ-ଶକ୍ତି କେବଳ ବିଶିଷ୍ଟ ଲୋକମାନଙ୍କୁ ଦ ହୁଏ ଓ ଅନ୍ୟମାନେ ଏହି ସେବା କର୍ମରେ ଯୋଗ ଦେବାକୁ ଉପଯୁକ୍ତ ବ୍ୟକ୍ତି ବିବେଚିତ ହୁଅନ୍ତି ନାହିଁ । ପ୍ରଭୁଙ୍କ ଦୃଷ୍ଟାନ୍ତ କଥାରେ ଏହା କୁହାଯାଏ ନାହିଁ । ଯେତେବେଳେ ଗୃହକର୍ତ୍ତା ଦାସମାନଙ୍କୁ ଆହ୍ବାନ କଲେ, ସେ ପ୍ରତ୍ୟେକଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରଦାନ କଲେ ।ଖ୍ରୀପ 56.5

    ପ୍ରେମ ମନୋଭାବ ନେଇ ଆମ୍ଭେମାନେ ଆପଣା ଆପଣା ଅତି କ୍ଷୁଦ୍ର କର୍ମ ସୁଦ୍ଧା କରିପାରିବା, “ପ୍ରଭୁଙ୍କ ଉଦ୍ଦେଶ୍ୟରେ” (କଲସୀ ୩:୨୩) ଈଶ୍ଵରଙ୍କ ପ୍ରେମ ହୃଦୟରେ ଥିଲେ, ତାହା ଜୀବନରେ ପ୍ରକାଶିତ ହେବ । ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ ବେଷ୍ଟନ କରିବ ଓ ଆମ୍ଭମାନଙ୍କ ପ୍ରଭାବ ଉଚ୍ଚୀକୃତହେବ ଓ ଆଶୀର୍ବାଦ ପ୍ରାପ୍ତ ହେବ ।ଖ୍ରୀପ 57.1

    ଈଶ୍ବରଙ୍କ କାର୍ଯ୍ୟ କରିବା ପାଇଁ ତୁମ୍ଭେ ଏକ ବଡ଼ ସୁଯୋଗର ଅପେକ୍ଷା କରିବା ଅନୁଚିତ କିମ୍ବା ଜଗତ ତୁମ ବିଷୟରେ କ’ଣ ବିଚାର କରେ ତାହା ଚିନ୍ତା କରିବା ଅନର୍ଥକ ଅଟେ । ଯେବେ ତୁମ୍ଭର ଦୈନିକ ଜୀବନ ନିର୍ମଳତା ଓ ବିଶ୍ଵସ୍ତତାର ସାକ୍ଷ୍ୟ ଦିଏ ଓ ଲୋକେ ବିଶ୍ବାସ କରନ୍ତି ଯେ, ତୁମ୍ଭର ସେବକ କର୍ମ ସେମାନଙ୍କ ମଙ୍ଗଳଜନକ, ତେବେ ତୁମ୍ଭର ପରିଶ୍ରମ ଆଦୌ ବ୍ୟର୍ଥ ନୁହେଁ।ଖ୍ରୀପ 57.2

    ଯୀଶୁଙ୍କର ଅତି ଦରିଦ୍ର ଓ ବିନମ୍ର ଶିଷ୍ୟ ସୁଦ୍ଧା ଅନ୍ୟର ମଙ୍ଗଳକରି ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦ ସ୍ଵରୂପ ହୋଇପାରିବ । ଅଜ୍ଞାତଭାବେ ସେମାନଙ୍କ ଆଶୀର୍ବାଦର ଲହରୀ ଚତୁର୍ଦ୍ଦିଗରେ ବ୍ୟାପକ ହେବ ଓ ସେମାନଙ୍କ ପୁରସ୍କାର ପ୍ରଭୁଙ୍କ ଅନ୍ତିମ ଦିନ ନ ଆସିବା ପର୍ଯ୍ୟନ୍ତ ଅଜ୍ଞାତ ରହିଥିବ ସେମାନଙ୍କ ବିଚାରରେ ସେମାନଙ୍କ କର୍ତ୍ତବ୍ୟ ଅତି ନଗଣ୍ୟ ବୋଲି ବିବେଚିତ ହୁଏ । ସେମାନେ କୌଣସି ପ୍ରକାଶ୍ୟ ପ୍ରତିଫଳ ଆଶା କରିନଥାନ୍ତି । ସେମାନେ ନୀରବରେ ଆଗରେ ବଢ଼ି ଚାଲନ୍ତି ଓ ଈଶ୍ବରଙ୍କ କାର୍ଯ୍ୟ ବଡ଼ ବିଶ୍ବସ୍ତ ଭାବେ କରିଥାନ୍ତି । ସେମାନଙ୍କ ସେବକପଣ ନିଶ୍ଚଳ ନୁହେଁ । ସେମାନଙ୍କ ନିଜ ଆତ୍ମା ଖ୍ରୀଷ୍ଟଙ୍କ ପ୍ରତିମୁର୍ତ୍ତିରେ ଦିନକୁ ଦିନ ବୃଦ୍ଧି ପାଇବ । ସେମାନେ ଇହ ଜୀବନରେ ଈଶ୍ବରଙ୍କ ସହିତ କାର୍ଯ୍ୟକରି ଓ ବୃହ ର କର୍ତ୍ତବ୍ୟ ନିମନ୍ତେ ଆପଣମାନଙ୍କୁ ସୁଯୋଗ୍ୟ କରୁଅଛନ୍ତି । ଏହିପରି ଭାବରେ ସେମାନେ ପ୍ରଭୁଙ୍କ ପ୍ରକାଶ୍ୟ ଆନନ୍ଦ ଜୀବନରେ ଲାଭ କରିପାରିବେ ।ଖ୍ରୀପ 57.3

    *****

    Larger font
    Smaller font
    Copy
    Print
    Contents