Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ମନୁଷ୍ୟପ୍ରତି ଈଶ୍ଵରଙ୍କ ପ୍ରେମ

    ପ୍ରକୃତ ଏବଂ ପରମେଶ୍ଵରଙ୍କ ପ୍ରକାଶିତ ବାକ୍ୟ, ଉଭୟେ ଈଶ୍ବରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦିଅନ୍ତି । ସେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ଅଟନ୍ତି ଏବଂ ଜୀବନ ଜ୍ଞାନ ଏବଂ ଆନନ୍ଦର ଆକାର ଅଟନ୍ତି । ଅଭୁତ ଏବଂ ସୌନ୍ଦର୍ଯ୍ୟରେ ଭରା ପ୍ରକୃତିକୁ ଟିକିଏ ନିରୀକ୍ଷଣ କର । ମାନବ ଏବଂ ସକଳ ଜୀବ ଜଗତର ଚମତ୍କାର ପରିବେଶ ଅନୁଧ୍ୟାନ କରି ଦେଖ । ସୂର୍ଯ୍ୟାଲୋକ ଓ ବୃଷ୍ଟିରେ ପୃଥିବୀ ଆହ୍ଲାଦିତ ଏବଂ ସରସ ଦେଖାଯାଏ । ତାହାର ପର୍ବତମାଳା, ସମୁଦ୍ର ବକ୍ଷ ଓ ସମତଳ ପ୍ରଦେଶ ସକଳ ସୃଷ୍ଟିକର୍ତାଙ୍କର ପ୍ରେମର ପରିଚୟ ଦିଅନ୍ତି । କେବଳ ପରମେଶ୍ବର ତାହାଙ୍କ ସୃଷ୍ଟ ପ୍ରାଣୀମାନଙ୍କୁ ଦୈନନ୍ଦିନ ଆହାର ଯୋଗାଇ ଅଭାବ ସବୁ ପୂରଣ କରନ୍ତି । ପବିତ୍ର ବାଇବଲରେ ଜଣେ କବି ଏପରି ସୁନ୍ଦର ଭାଷାରେ ଉଲ୍ଲେଖ କରିଅଛନ୍ତି-ଖ୍ରୀପ 5.1

    “ସମସ୍ତ ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ, ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ । ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂରଣ କରୁଅଛ ।” (ଗୀତସଂହିତା ୧୪୫:୧୫, ୧୬)ଖ୍ରୀପ 5.2

    ପରମେଶ୍ୱର ପ୍ରାରମ୍ଭରେ ମାନବକୁ ସଂପୂର୍ଣ୍ଣ ପବିତ୍ର ଓ ସୁଖୀକରି ସୃଷ୍ଟି କରିଥିଲେ । ସେ ସୃଷ୍ଟିକର୍ତାଙ୍କ ପବିତ୍ର ହସ୍ତରୁ ନିତାନ୍ତ ସରଳ, ନିକ୍ଷୂକ୍ତ ଓ ଆଶୀର୍ବାଦପ୍ରାପ୍ତ ହୋଇ ନିର୍ମିତ ହେଲା । କିନ୍ତୁ ମାନବ, ପିତା ପରମେଶ୍ବରଙ୍କ ପ୍ରେମ ବ୍ୟବସ୍ଥା ଇଂଘନ କରି ପରିଣାମରେ ଦୁଃଖ, କ୍ଳେଶ ଓ ମରଣକୁ ବରଣ କଲା । ପାପୀ ହେଲେ ସୁଦ୍ଧା ମାନବପ୍ରତି ଈଶ୍ବରଙ୍କ ପ୍ରେମ ପ୍ରକାଶିତ ହୁଏ । ପବିତ୍ର ବାକ୍ୟ ବାଇବଲ କହେ “ପରମେଶ୍ଵର ମନୁଷ୍ୟ ହେତୁ ଭୁମିକୁ ଅଭିଶାପ ଦେଲେ” (ଆଦି ୩:୧୭) କଣ୍ଟ। ଓ ଗୋଖରା ଦୁଃଖ କ୍ଳେଶ, ପରିଶ୍ରମ ଓ ଚିନ୍ତା ମାନବର ପତନର ପରିଣାମ ହେଲେ ସୁଦ୍ଧ। ତାହାସବୁ ମାନବର ପ୍ରଶିକ୍ଷଣ ଓ ପରମେଶ୍ଵରଙ୍କ ଆଡ଼କୁ ଆକର୍ଷଣ କରିବା ନିମନ୍ତେ ଉପାୟ ଅଟେ । ଜଗତ ପତିତ ହେଲେ ସୁଦ୍ଧା ସକଳ ଦୁଃଖକଷ୍ଟ, ନିତାନ୍ତ କ୍ଳେଶଜନକ ନୁହେଁ । ପ୍ରକୃତିରେ ଭରସା ଓ ସାନ୍ତ୍ୱନାର ସମ୍ବାଦ ସନ୍ନିବେଶ ରହିଛି । କଣ୍ଟକବନ ସହିତ ମନୋହର ପୁଷ୍ପ ସଂଯୁକ୍ତ ରହିଛି । କଣ୍ଟକଲତା ସଙ୍ଗେ ଗୋଲାପ ଫୁଲ ଶୋଭାପାଏ ।ଖ୍ରୀପ 5.3

    ପରମେଶ୍ୱର ପ୍ରେମ ସ୍ଵରୂପ ଅଟନ୍ତି । ତାହା ପ୍ରତ୍ୟେକ ପୁଷ୍ପ ଓ ତୃଣ ଉପରେ ଲିଖିତ । ମନୋହର ପକ୍ଷୀଗଣ ବାୟୁମଣ୍ଡଳକୁ ସୁମଧୁର ରାବରେ ଭରି ଦେଇଥାନ୍ତି । ବିଭିନ୍ନ କମନୀୟ ପୁଷ୍ପରାଜି ବାୟୁକୁ ସୁବାସିତ ବାସନାରେ ମହକାଇ ଦେଇଥାନ୍ତି । ବନ ପର୍ବତରେ ତୁଙ୍ଗ ବୃକ୍ଷମାଳା ସବୁଜ ଶାଖା ପ୍ରଶାଖାରେ ଶୋଭା ପାଉଅଛି । ଏସବୁ ପିତା ପରମେଶ୍ଵରଙ୍କ ପ୍ରେମର ପରିଚୟ ନୁହେଁ କି ? ଏବଂ ତାହାସବୁ ତାଙ୍କର ସନ୍ତାନଗଣଙ୍କ ମନରେ ଆହ୍ୱାଦ ସୃଷ୍ଟି କରେ ନାହିଁ କି ? ଖ୍ରୀପ 5.4

    ପବିତ୍ର ଈଶ୍ବରଙ୍କ ବାକ୍ୟ, ବାଇବଲ ତାହାଙ୍କ ଚରିତ୍ରର ପରିଚୟ ଦିଏ । ପରମେଶ୍ବର ସ୍ଵୟଂ ତାହାଙ୍କ ମହାନ ପ୍ରେମ ଓ ଦୟାର ପରିଚୟ ଦେଇ ଅଛନ୍ତି । ଜଣେ ତାହାଙ୍କୁ ଭକ୍ତ ଏବଂ ଭାବବାଦୀ ମୋଶା ଏପରି ପ୍ରାର୍ଥନା କରି କହିଲେ “ବିନୟ କରୁଅଛି ତୁମ୍ଭ ମୋତେ ଆପଣା ମହିମା ଦେଖାଅ; ସେ ଉତ୍ତର କଲେ ଆମେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉ ମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦା ପ୍ରଭୁଙ୍କ ନାମ ଘୋଷଣା କରିବା, ଆମ୍ଭେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟାକରୁ ତାହାକୁ ଦୟା କରିବା” ( ଯାତ୍ରା ପୁସ୍ତକ ୩୩: ୧୮, ୧୯) ” ଆଉ ସଦାପ୍ରଭୁ ତାହାଙ୍କ ସମ୍ମୁଖରେ ଦେ ଗମନ କରି ଏହା ଘୋଷଣା କଲେ ସଦାପ୍ରଭୁ ପରମେଶ୍ବର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ, ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା ରକ୍ଷାକାରୀ, ଅପରାଧ ଓ ଆଜ୍ଞା ଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ପୁତ୍ର ପୌତ୍ରାଦି ଉପରେ ପିତୃଗଣର ଅପରାଧର ପ୍ରତିଫଳ ଦାତା” (ଯାତ୍ରା ପୁସ୍ତକ ୩୪: ୬, ୭) ତୁମ୍ଭେ ଯେ କୃପାମୟ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ମହାନ୍” (ୟୁନୁସ ୪:୨) “କାରଣ ସେ ଦୟାରେ ସନ୍ତୁଷ୍ଟ ଥାନ୍ତି ।” (ମିଖା ୭:୧୮)। ଖ୍ରୀପ 5.5

    ସ୍ବର୍ଗ ଓ ବିଶ୍ବମଣ୍ଡଳର ଅଗଣ୍ୟ ଚିହ୍ନ ଓ ଲକ୍ଷଣ ଯୋଗେ ପରମେଶ୍ବର ଆମ୍ଭମାନଙ୍କ ହୃଦୟକୁ ଆବଦ୍ଧ କରିଅଛନ୍ତି । ପାର୍ଥିବ ବନ୍ଧନରେ ଆବଦ୍ଧ ହେଲେ ସୁଦ୍ଧା ପ୍ରକୃତିର ସକଳ ବସ୍ତୁ ଦେଇ ଓ ନାନାବିଧ କୋମଳ ପାର୍ଥିବ ବନ୍ଧନ ସ ସତ୍ୱେ, ପରମେଶ୍ଵର ଆପଣାକୁ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଅନ୍ବେଷଣ କରିଅଛନ୍ତି । ଏହି ସବୁ ଦେଇ ତାହାଙ୍କ ମହାନ ପ୍ରେମର କି ତ ସାକ୍ଷ୍ୟମାତ୍ର ଆମ୍ଭେମାନେ ପାଇଥାଉଁ । ଏହି ସବୁ ପ୍ରେମର ଦୃଶ୍ୟ ସାକ୍ଷ୍ୟ ସକଳ ଉ ମରେ ଶତୃ, ମନୁଷ୍ୟମାନଙ୍କ ଅନ୍ତଃକରଣକୁ ଜଡ ଏବଂ ଅନ୍ଧ କରି ଦେଇଅଛି । ସେମାନେ ଈଶ୍ବରଙ୍କୁ ଭୟ ଦୃଷ୍ଟିରେ ଦେଖନ୍ତି, ଆଉ ପ୍ରେମମୟ ପିତାଙ୍କୁ ଜଣେ କଠୋର ଓ କ୍ଷମାହୀନ ବ୍ୟକ୍ତିବୋଲି କହିଥାନ୍ତି । ସକଳ ଉତ୍ତମତା ଓ ଈଶ୍ୱରଙ୍କ ଶତୃ ପାପାତ୍ମା, ଶୟତାନ କେବଳ ଶୟତାନ ପିତା ଈଶ୍ବରଙ୍କୁ ଜଣେ କଠୋର ଶାସକ ବୋଲି ଦର୍ଶାଇଥାଏ । ଆଉ ତାହାଙ୍କୁ ଜଣେ ତୁର, ନିର୍ଦ୍ଦୟ ଶାସକ ଓ କୃପଣ ମହାଜନ ବୋଲି ଦେଖାଏ । ଶୟତାନ ସର୍ବଦା ହିଂସ୍ରକ ଚକ୍ଷୁରେ ମନୁଷ୍ୟର ଭଲ ଅନୁସନ୍ଧାନ କରିବାକୁ ଈଶ୍ବର ତତ୍ପର ଅଟନ୍ତି ବୋଲି ଭ୍ରମ କଥା କହିଥାଏ । ଏଣୁ ଏହି ଭ୍ରମ ଏବଂ ଅନ୍ଧାରିଆ ଛାୟା ଦୂରକରି ଈଶ୍ଵରଙ୍କ ମହାନ୍ ପ୍ରେମ ପ୍ରକାଶ କରିବା ଉଦ୍ଦେଶ୍ୟରେ ପରମେଶ୍ଵରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ମାନବ ମଧ୍ୟରେ ବାସ କରିବାକୁ ଅବତାର ଗ୍ରହଣ କରି ଆସିଲେ ।ଖ୍ରୀପ 6.1

    ପରମେଶ୍ବରଙ୍କ ପୁତ୍ର ସ୍ଵର୍ଗରୁ ଓହ୍ଲାଇ ଆସିଲେ। ‘କେହି କେବେ ଈଶ୍ବରଙ୍କୁ ଦେଖୁ ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ବିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ, ‘ (ଯୋହନ ୧:୧୮) ମୋହର ପିତାଙ୍କ କର୍ତୃକ ସମସ୍ତ ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି ପୁଣି ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।’ (ମାଥିଉ ୧୧:୨୭) ଥରେ ଯୀଶୁଙ୍କ ଜଣେ ଶିଷ୍ୟ ନିବେଦନ କରି କହିଲେ ‘ପ୍ରଭୁ ପିତାଙ୍କୁ ଆମ୍ଭମାନଙ୍କୁ ଦେଖାଉନ୍ତୁ ।’ ଯୀଶୁ ଉତ୍ତର ଦେଇ କହିଲେ, ‘ହେ ଫିଲିପ୍, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କ’ଣ ମୋତେ ଜାଣିଲ ନାହିଁ ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ ?’ (ଯୋହନ ୧୪, ୮:୯) ଖ୍ରୀପ 6.2

    ତାହାଙ୍କ ଜାଗତିକ କର୍ମର ଅଭିପ୍ରାୟ ସଂବନ୍ଧରେ ଯୀଶୁ କହିଲେ, ‘ମହାପ୍ରଭୁଙ୍କ ଆତ୍ମା ମୋ ଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ ଆଉ। ପ୍ରଭୁଙ୍କ ଅନୁଗ୍ରହବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି ।’ (ଲୁକ ୪:୧୮) ଏହା ତାହାଙ୍କ କାର୍ଯ୍ୟଥିଲା । ସେ ଚତୁର୍ଦ୍ଦିଗରେ ଉତ୍ତମ ଉତ୍ତମ କାର୍ଯ୍ୟ କରି ବୁଲିଲେ, ଅର୍ଥାତ୍ ସେ ଶୟତାନଦ୍ଵାରା ଆକ୍ରାନ୍ତ ସମସ୍ତଙ୍କୁ ସୁସ୍ଥ କଲେ । ସେ ସବୁଦାୟ ଗାଁ ଗହଳରେ ବୁଲି ପ୍ରତ୍ୟେକ ପୀଡ଼ିତ ଗୃହକୁ ଯାଇ ପ୍ରତ୍ୟେକଙ୍କୁ ସୁସ୍ଥ କଲେ । ତାହାଙ୍କୁ କାର୍ଯ୍ୟ ପରିଚୟ ଦେଇଥିଲା ଯେ, ସେ ପରମେଶ୍ବରଙ୍କ ଅଭିଷିକ୍ତ ବ୍ୟକ୍ତିଥିଲେ । ପ୍ରେମ, କୃପା ଏବଂ କରୁଣା ତାହାଙ୍କ ଜୀବନରେ ପ୍ରତ୍ୟେକ କର୍ମର ସାକ୍ଷ୍ୟ ପ୍ରଦାନ କରୁଥିଲା । ମନୁଷ୍ୟ ସନ୍ତାନମାନଙ୍କ ପ୍ରତ୍ୟେକ ଅଭାବ ମୋଚନ କରିବାପାଇଁ ଯୀଶୁ ମନୁଷ୍ୟ ଅବତାର ଗ୍ରହଣ କରିଥିଲେ । ଏପରିକି ନିତାନ୍ତ ଗରୀବ ଲୋକମାନେ ମଧ୍ୟ ତାହାଙ୍କ ନିକଟକୁ ଆସିବାକୁ ଭୟ କରୁ ନଥିଲେ । ଆଉ ଛୋଟ ୨ ପିଲାମାନେ ତାହାଙ୍କ ପାଖକୁଆସିବା ନିମନ୍ତେ ପସନ୍ଦ କରୁଥିଲେ । ସେମାନେ ତାହାଙ୍କ ଆଣ୍ଠୁ ଉପରେ କୁଦାମାରି ଉପରକୁ ଉଠି ତାହାଙ୍କ ସୁନ୍ଦର, କରୁଣ ଚିନ୍ତାଶୀଳ ହିତକାରୀ ମୁଖ ଦେଖିବାକୁ ଭଲ ପାଉଥିଲେ ।ଖ୍ରୀପ 7.1

    ଯୀଶୁଖ୍ରୀଷ୍ଟ ସତ୍ୟକୁ ଘୋଡ଼ାଇ ରଖୁ ନଥିଲେ । କିନ୍ତୁ ତାହା ସେ ପ୍ରେମରେ ପ୍ରକାଶ କରିଥିଲେ । ଲୋକମାନଙ୍କ ସହ କଥୋପକଥନ କରିବା ସମୟରେ ସେ ଖୁବ୍ ଚାତୁର୍ଯ୍ୟ ସହକାରେ ସେମାନଙ୍କ ଦୃଷ୍ଟିକୋଣ ଆକର୍ଷଣ କରିଥିଲେ । ସେ ଅଭଦ୍ର ନ ଥିଲେ କିମ୍ବା ଅଯଥା କଟୁକଥା କହୁ ନଥିଲେ କିମ୍ବା କାହାରିକୁ ବାଧିଲା ପରି କଥା କହୁ ନଥିଲେ । ସେ ମନୁଷ୍ୟର ଦୁର୍ବଳତାକୁ କଦାପି ନିନ୍ଦା କରି ନ ଥିଲେ । ସେ ପ୍ରେମରେ କଥା କହିଲେ ଓ କପଟତା ଅବିଶ୍ୱାସ ଓ ପାପକୁ ପ୍ରକାଶ୍ୟରେ ନିନ୍ଦା କଲେ କିନ୍ତୁ ଏପରି ଭର୍ସନା କଲାବେଳେ ତାହାଙ୍କ ଦୁଇ ଚକ୍ଷୁରୁ ଲୋତକ ଧାର ବହି ଯାଉଥିଲା । ଏପରି ଲୋତକ ଚକ୍ଷୁରେ ଯିରୁଶାଲମ ନଗରୀକୁ ଚେତନା ବାଣୀ ଶୁଣାଇଥିଲେ । ସେ କ୍ରନ୍ଦନ କରିଥିଲେ, କାରଣ ସେ ଏହି ନଗରୀକୁ ପ୍ରେମ କରୁଥିଲେ । ଏହି ମହାନଗରୀ ପଥ, ସତ୍ୟତା ଓ ଜୀବନ ପନ୍ଥାକୁ ନାସ୍ତିକରି ଗ୍ରହଣ କଲାନାହିଁ । ଲୋକେ ଯୀଶୁଙ୍କୁ ଅବହେଳା କରି ନାସ୍ତି କଲେ ସୁଦ୍ଧା, ତ୍ରାଣକର୍ତ୍ତା ରୂପେ ସେ ସେମାନଙ୍କ ପ୍ରତି କରୁଣାଯୁକ୍ତ ହୋଇ ସେମାନଙ୍କ ପ୍ରତି ଦୟା ପ୍ରକାଶ କରିଥିଲେ । ସ୍ଵାର୍ଥତ୍ୟାଗ ଓ ଅନ୍ୟ ମାନଙ୍କ ପ୍ରତି ଚିନ୍ତିତ ହେବା ତାହାଙ୍କ ଜୀବନର ଲକ୍ଷ୍ୟଥିଲା । ପ୍ରତ୍ୟେକ ଆତ୍ମା ତାହାଙ୍କ ଛାମୁରେ ମୂଲ୍ୟବାନ । ସେ ମାନବ ବେଶରେ ଈଶ୍ଵର ଥିଲେ ଏବଂ ଈଶ୍ଵରଙ୍କ ପରିବାରର ପ୍ରତ୍ୟେକଙ୍କ ପ୍ରତି ଅତ୍ୟନ୍ତ ସଦୟ ବ୍ୟବହାର କରିଥିଲେ । ପ୍ରତ୍ୟେକ ମନୁଷ୍ୟଠାରେ ତାହାର ପତିତ ଅବସ୍ଥା ସେ ଦେଖିଲେ ଓ ତାହାକୁ ରକ୍ଷା କରିବା ତାହାଙ୍କ ମାନିଛି ଅବତାରର ଅଭିପ୍ରାୟ ଥିଲା । ଖ୍ରୀଷ୍ଟଙ୍କର ଏହି ପରି ଚରିତ୍ର ତାହାଙ୍କ ଜୀବନରେ ଦେଖାଯାଇଥିଲା । ଏହା ପରମେଶ୍ବରଙ୍କ ଚରିତ୍ରର ପରିଚୟ ଦିଏ । ଖ୍ରୀଷ୍ଟଙ୍କ ଦେଇ ପିତା ପରମେଶ୍ଵରଙ୍କ ହୃଦୟରୁ କରୁଣା ସ୍ରୋତ ପ୍ରବାହିତ ହୁଏ ଓ ମାନବ ସମାଜ ଦିଗକୁ ବହିଯାଏ । ଯୀଶୁ କରୁଣାମୟ ଓ ଦୟାଳୁ ତ୍ରାଣକର୍ତ୍ତା। ସେ ପରମେଶ୍ବର ଥିଲେ ଏବଂ ଦେହବନ୍ତ ହୋଇ ପ୍ରକାଶିତ ହେଲେ । ( ୧ ତୀମଥି ୩:୧୬) ଖ୍ରୀପ 7.2

    “ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କଲେ, ଦୁଃଖଭୋଗ କଲେ ଏବଂ ଆପଣା ପ୍ରାଣ ଦେଲେ । ସେ ଯେ ‘ଦୁଖୀ ମନୁଷ୍ୟ’ ହେଳେ ଯେପରି ଆମ୍ଭେମାନେ ଅନନ୍ତ ଆନନ୍ଦର ସହଭାଗୀ ହୋଇପାରିବ । ପରମେଶ୍ବରଙ୍କ ଏକମାତ୍ର ପୁତ୍ର, ଯେ ଅନୁଗ୍ରହ ଓ ସତ୍ୟତାରେ ପୂର୍ଣ୍ଣ, ତାହାକୁ ସେ ବର୍ଣ୍ଣନାନୀତ ଗୌରବମୟ ଜଗତରୁ ପାପୀଷ୍ଠ ମରଣଶୀଳ ଓ ଅଭିଶପ୍ତ ଇହ-ଜଗତକୁ ଆସିବାକୁ ଅନୁମତି ଦେଲେ । ପିତାଙ୍କ ପ୍ରେମ-କୋଳ ଓ ଦୃତଗଣଙ୍କର ସମ୍ମୁଖ ପରିତ୍ୟାଗ କରି ଲଜ୍ଜା, ଅପମାନ, ନିନ୍ଦା ଓ ମରଣକୁବରଣ କରିବା ନିମନ୍ତେ ସେ ଅନୁମତି ଦେଇଥିଲେ ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୁର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ ।” (ଯିଶାଇୟ ୫୩: ୫ ) ” ତାହାଙ୍କୁ ନିର୍ଜ୍ଜନ ପ୍ରାନ୍ତରରେ ଗେଥସ୍ ମନୀ ବଗିଚାରେ ଏବଂ କୃଶ ଉପରେ ଦେଖ । ଈଶ୍ବରଙ୍କ ନିର୍ଦ୍ଦୋଷ ପୁତ୍ର ଆପଣା ଉପରେ ପାପଭାର ଗ୍ରହଣ କଲେ । ସେ ପିତାଙ୍କ ସମତୁଲ ଥିଲେ ଏବଂ ଆପଣା ଆତ୍ମାରେ ସ୍ୱୟଂ ଅନୁଭବ କଲେ ପାପ ଯୋଗୁଁ ମାନବ ଓ ପରମେଶ୍ବରଙ୍କ ମଧ୍ୟରେ ଗୁରୁତର ଵିଚ୍ଛେଦ ଘଟିଲା । ତାହାଙ୍କ ମୁଖରେ ସେ ଏହିବାଣୀ ଉଚ୍ଚାରଣ କଲେ” “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? (ମାଥିଉ ୨୭:୪୬) ତାହାଥିଲା ପାପର ବୋଝ ଓ ଆତ୍ମାରେ ପିତାଙ୍କଠାରୁ ପୃଥକତା ଈଶ୍ବରଙ୍କ ପୁତ୍ରଙ୍କ ହୃଦୟକୁ ବିଦୀର୍ଣ୍ଣ କରିଥିଲା ।ଖ୍ରୀପ 8.1

    ଏହାର ଉଦ୍ଦେଶ୍ୟ ନୁହେଁ ଯେ, ସେ ପିତାଙ୍କ ହୃଦୟରେ ମାନବ ନିମନ୍ତେ ଏକ କରୁଣଭାବ ସ ।ର କରିବେ, କିମ୍ବା ମାନବକୁ ସୁରକ୍ଷା କରିବା ନିମନ୍ତେ ଇଛୁକ କରିବେ, ଏପରି ନୁହେଁ, “କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବି ନଷ୍ଟ ନ ହୋଇ ଅନନ୍ତ ଜୀବନ ପାଏ,” (ଯୋହନ ୩:୧୬) ପିତା ପରମେଶ୍ବର ଆମ୍ଭମାନଙ୍କୁ ପ୍ରେମ କରନ୍ତି ଏହା ତାହାଙ୍କର ମହାବଳିଦାନ ହେତୁ ନୁହେଁ, କିନ୍ତୁ ସେ ଆମ୍ଭମାନଙ୍କୁ ପ୍ରେମ କରିବା ଯୋଗୁଁ ଏହି ମହାନ୍ ପ୍ରାୟଶ୍ଚିତ କରିବାକୁ ବାଧ୍ୟ ହେଲେ । ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ତାହାଙ୍କର ମହାନ୍ ଅସୀମ ପ୍ରେମ ଏହି ପତିତ ଜଗତରେ ଢ଼ାଳି ଦେଇଥିଲେ । “ଈଶ୍ଵର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ । (୨ କରନ୍ଥୀ ୫:୧୯) ଆପଣା ପ୍ରିୟ ପୁତ୍ରଙ୍କ ସଙ୍ଗେ ପରମେଶ୍ବର ଦୁଃଖଭୋଗ କଲେ । ଗେଥସ୍ ମନୀ ର ଆତ୍ମବେଦନା, କାଲବରୀ ମରଣରେ ଅନନ୍ତ ପ୍ରେମ ଆମ୍ଭମାନଙ୍କ ମୁକ୍ତି ସାଧନ ନିମନ୍ତେ ମୂଲ୍ୟ ପ୍ରଦାନ କରିଥିଲେ ।ଖ୍ରୀପ 8.2

    ଯୀଶୁ କହିଲେ, “ମୁଁ ମୋହର ପ୍ରାଣଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ ।” (ଯୋହନ ୧୦:୧୭) ତାହାର ଅର୍ଥ ଏହି ଯେ, ମୋ ପିତା ତୁମ୍ଭମାନଙ୍କୁ ଏପରି ପ୍ରେମ କରନ୍ତି ଯେ, ସେ ମୋ ଜୀବନକୁ ତୁମ୍ଭମାନଙ୍କ ଉଦ୍ଧାର ନିମନ୍ତେ ପ୍ରଦାନ କରନ୍ତି । ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରତିନିଧି ଏବଂ ଜାମିନ୍ ହେବାଯୋଗୁଁ ଅର୍ଥାତ୍ ମୋର ଜୀବନ ତୁମ୍ଭମାନଙ୍କ ପାପର ମୂଲ୍ୟାର୍ଥେ ଆତ୍ମ ସମର୍ପଣ କରିବାହେତୁ, ତୁମ୍ଭମାନଙ୍କ ପାପଦୋଷ ମୁଁ ନେବାକୁ ସମର୍ଥ ହୋଇଅଛି, ଏଣୁ ପରମେଶ୍ଵର ଯଥାର୍ଥ, ଆଉ ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ଯଥାର୍ଥରେ ପରିତ୍ରାଣ ଲାଭକରିବ ।ଖ୍ରୀପ 9.1

    ଈଶ୍ବରଙ୍କ ପୁତ୍ର ବିନା ଆଉ କେହି ଏପରି ମୁକ୍ତି ସାଧନ କର୍ମ କରିବାକୁ ସକ୍ଷମ ନୁହନ୍ତି, କାରଣ ପିତାଙ୍କ କୋଳସ୍ଥିତ ପୁତ୍ରହିଁ ତାହା ଘୋଷଣା କରି ପାରିଥିଲେ । କେବଳ ସେହି, ଭକ୍ତ ପ୍ରେମର ଦୀର୍ଘ ଓ ପ୍ରସ୍ଥ ଜ୍ଞାତ ଥିଲେ, ଏଣୁ ସେ କେବଳ ଘୋଷଣା କରିବାକୁ ସୁଯୋଗ୍ୟ ଅଟନ୍ତି ।ପାପରେ ପତିତ ମାନବକୁ, ତାହା ପରିବର୍ତ୍ତେ ଖ୍ରୀଷ୍ଟଙ୍କ ଅସୀମ ବଳିଦାନ ବ୍ୟତୀତ ପିତା ଈଶ୍ବରଙ୍କ ପ୍ରେମ ବ୍ୟକ୍ତ କରିବାକୁ ଆଉ କୌଣସି ମାଧ୍ୟମ ଉପଯୁକ୍ତ ନୁହେଁ ।ଖ୍ରୀପ 9.2

    “ପରମେଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଏକମାତ୍ର ପୁତ୍ରଙ୍କୁଦାନ କଲେ ।” ସେ ମନୁଷ୍ୟ ସଙ୍ଗେ ବାସ କରିବେ ତାହା ଉଦ୍ଦେଶ୍ୟରେ ନୁହେଁ କିମ୍ବ। ସେମାନଙ୍କ ପାପଭାର ବହନକରି ଏକ ବଳିଦାନରୂପେ ପ୍ରାଣତ୍ୟାଗ କରିବାପାଇଁ ନୁହେଁ କିନ୍ତୁ ସେ ପତିତମାନବ ଗୋଷ୍ଠୀ ନିମନ୍ତେ ପ୍ରଦାନ କଲେ । ଖ୍ରୀଷ୍ଟ ଆପଣାକୁ ମାନବର ସକଳ ଅଭାବ ଓ ଅନୁରାଗସହ ଅଭିନ୍ନ ବୋଲି ପ୍ରମାଣିତ କରିବା ନିମନ୍ତେ ଅବତାର ଗ୍ରହଣ କଲେ । ସେ ପରମେଶ୍ୱରଙ୍କ ସହ ଅଭିନ୍ନ ଥିଲେ ଏବଂ ମନୁଷ୍ୟ ସନ୍ତାନମାନଙ୍କ ସହ ଅଭିନ୍ନ ଥିବାଯୋଗୁଁ ଏହି ବନ୍ଧନ ଛିନ୍ନ କରିବା ଅସାଧ୍ୟ । ଯୀଶୁ ସେମାନଙ୍କୁ ଭାଇ କହିବାକୁ ଲଜ୍ଜିତ ନୁହନ୍ତି (ଏବ୍ରୀ ୨:୧୧) । ସେ ଆମ୍ଭମାନଙ୍କ ବଳିଦାନ ଆମ୍ଭମାନଙ୍କର ବ୍ୟବସ୍ଥାପକ, ଆମ୍ଭମାନଙ୍କର ଭାଇ ସେ ପିତାଙ୍କ ସିଂହାସନଠାରୁ ମାନବରୂପ ଗ୍ରହଣ କଲେ ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ଉଦ୍ଧାରକର୍ତ୍ତା । ମନୁଷ୍ୟ ପୁତ୍ର ରୂପେ ଥିବେ, ଏହାର ପରିଣାମରେ ମାନବ ପାପରେ ପତିତ ଓ ଧ୍ବଂସଅବସ୍ଥାରୁ ପରମେଶ୍ବରଙ୍କ ପ୍ରେମ ପ୍ରତିବିମ୍ବିତ କରିପାରିବ ଏବଂ ପବିତ୍ରତା ଓ ଆନନ୍ଦର ସହଭାଗୀ ହେବ ।ଖ୍ରୀପ 9.3

    ଆମ୍ଭମାନଙ୍କ ମୁକ୍ତି ନିମନ୍ତେ ପିତା ପରମେଶ୍ଵର ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ସକାଶେ ପ୍ରାଣଦାନ କରିବାକୁ ପ୍ରେରଣ କଲେ, ଏହା ତାହାର ମୂଲ୍ୟ । ଖ୍ରୀଷ୍ଟଙ୍କ ଦେଇ ଆମ୍ଭେମାନେ କିପରି ଉଚ୍ଚୀକୃତ ହୋଇଅଛୁ ତାହା ବୁଝି ପାରିବା । ସାଧୁ ଯୋହନଙ୍କ ପରମେଶ୍ବର ପ୍ରକାଶ କରନ୍ତି ଯେ, ସେ ପିତାଙ୍କ ପ୍ରେମର ଦୀର୍ଘ ପ୍ରସ୍ଥ ଓ ଗଭୀରତା । ତାହା କେବଳ ପତିତ ମାନବର ଉଦ୍ଧାର ନିମନ୍ତେ ଏହି ଦର୍ଶନ ପାଇଁ ସେ ଅତ୍ୟନ୍ତ ସମାଜର ଓ ଭକ୍ତି ସହକାରେ, ତାହା ବୁଝାଇବାକୁ ଉପଯୁକ୍ତ ଭାଷା ନ ପାଇ, ଅକ୍ଷମ ହୋଇ କହନ୍ତି, “ଦେଖ, ପିତା ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ପ୍ରଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ” (୧ ଯୋହନ ୩:୧) ଏହିବାକ୍ୟରୁ ମାନବର ମୂଲ୍ୟ କେଡ଼େ ବଡ଼ ତାହା ବୁଝି ପାରିବା । ଈଶ୍ଵରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରିବା ଯୋଗୁଁ ମାନବ ପାପରେ ପତିତ ହେଲା ଏବଂ ଶୟତାନର ଦାସ ହେଲା। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଯୋଗୁଁ ଖ୍ରୀଷ୍ଟଙ୍କ ମହାନ ପ୍ରାୟଶ୍ଚିତ ରୂପକ ବଳିଦାନରେ ଆଦମ ( ପ୍ରଥମ ମାନବ) ଙ୍କ ସନ୍ତାନମାନେ ଈଶ୍ଵରଙ୍କ ସନ୍ତାନ ହେବାକୁ ପାରନ୍ତି । ମନୁଷ୍ୟ ସ୍ୱଭାବ ଗ୍ରହଣ କରିବା ଯୋଗୁଁ, ଖ୍ରୀଷ୍ଟ ମାନବକୁ ଉଚ୍ଚ ସ୍ତରରେ ରଖନ୍ତି । କିନ୍ତୁ ପତିତ ମାନବ ଖ୍ରୀଷ୍ଟଙ୍କ ସଙ୍ଗେ ସଂପର୍କ ରଖିବାଦ୍ଵାରା ସେମାନେ ଈଶ୍ଵରଙ୍କ ସନ୍ତାନ ବୋଲି କୁହାଯିବ ଯୋଗ୍ୟତା ଲାଭ କରିଥାନ୍ତି ।ଖ୍ରୀପ 9.4

    ଏପରି ପ୍ରେମର ପଟ୍ଟାନ୍ତର ନାହିଁ । ସ୍ୱର୍ଗୀୟ ରାଜାଙ୍କର ସନ୍ତାନ ଗଣ ! କି ମୂଲ୍ୟବାନ ପ୍ରତିଜ୍ଞା ! ଆପଣଙ୍କ ଅନୁଧ୍ୟାନ କରିବା ନିମନ୍ତେ ଗୋଟିଏ ବିଶିଷ୍ଟ ମୂଳପଦ । ଯେଉଁ ଜଗତ ଈଶ୍ବରଙ୍କୁ ପ୍ରେମକରି ଜାଣେ ନାହିଁ, ତାହା ନିମନ୍ତେ ଈଶ୍ବରଙ୍କ କେଡ଼େ ଅତୁଳନୀୟ ପ୍ରେମ ! ଏହି ଶକ୍ତିଶାଳୀ ଚିନ୍ତା ପ୍ରାଣ ଉପରେ ଏକ ଅଦ୍ଭୂତପୂର୍ବ ପ୍ରଭାବ ପକାଇ ଥାଏ । ମନକୁ ଈଶ୍ବରଙ୍କ ଇଚ୍ଛାରେ ମୋହିତ ଓ ବନ୍ଦୀ କରି ପକାଇଥାଏ । ଖ୍ରୀଷ୍ଟଙ୍କ କୃଶର ଆଲୋକର ପବିତ୍ର ଚରିତ୍ର ଅନୁଧ୍ୟାନ କଲେ ଅଧିକରୁ ଅଧିକ ଆମ୍ଭେମାନେ କୃପା, ଦୟା, କ୍ଷମା ସହ ସାକ୍ଷ୍ୟ ଓ ନ୍ୟାୟ ମିଳିତ ଥିବା ଦେଖି ପାରିବା । ଆଉ ଅତି ନିର୍ମଳଭାବେ, ଆମ୍ଭେମାନେ ଏପରି ଏକ ପ୍ରେମର ପ୍ରମାଣ ପାଇବା ଯେ, ତାହା କିପରି କୋମଳ ଅବାଟରେ ପଡ଼ିଥିବା ଜଣେ ଶିଶୁ ପ୍ରତି ମାତାଙ୍କ କରୁଣାଠାରୁ ମଧ୍ୟ ଆହୁରି ଅଧିକ ।ଖ୍ରୀପ 10.1

    *****

    Larger font
    Smaller font
    Copy
    Print
    Contents