Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ବିଶ୍ବାସ ଓ ଗ୍ରହଣ

    ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭର ବିବେକ ତ୍ବରାନିତ ହେଲେ ତୁମ୍ଭେ ତୁମ୍ଭ ପାପୀଷ୍ଠ ସ୍ଵଭାବରେ କିଛି ମନ୍ଦ ସ୍ଵଭାବ, ତାହାର ଶକ୍ତି, ଦୋଷ କିମ୍ବା ମନସ୍ତାପ ଏସବୁକୁ ଘୃଣା ଚକ୍ଷୁରେ ଦେଖିଥାଅ । ତୁମ୍ଭେ ଅନୁଭବ କରିବ ଯେ, ପାପ ତୁମ୍ଭ ଓ ପରମେଶ୍ଵରଙ୍କ ମଧ୍ୟରେ ବିଶେଷ ଅନ୍ତରାୟର କାରଣ ଅଟେ ଏବଂ ଫଳରେ ତୁମେ ମନ୍ଦ ଶକ୍ତିର ବନ୍ଧନରେ ପତିତ ହୋଇଅଛ । ସେହି ବନ୍ଧନରୁ ଉଦ୍ଧାରପାଇବା ନିମନ୍ତେ ତୁମ୍ଭେ ଯେତେ ଚେଷ୍ଟା କଲେ ମଧ୍ୟ କିଛି କରିପାରି ନଥାଅ । ତୁମ୍ଭ ପ୍ରବର୍ତ୍ତନା ସବୁ ଅନିର୍ମଳ ଓ ହୃଦୟ ଅପରିଷ୍କୃତ । ଆଉ ତୁମ୍ଭର ଜୀବନ ସ୍ୱାର୍ଥପରତା ଓ ପାପରେ ପରିପୂର୍ଣ୍ଣ ବୋଲି ଦେଖିପାରିବ । କ୍ଷମା ପାଇବାକୁ, ପରିଷ୍କୃତ ହେବାକୁ ଓ ମୁକ୍ତ ହେବାକୁ ଇଚ୍ଛା ପ୍ରକାଶ କରିଥାଅ । ଈଶ୍ବରଙ୍କ ସହିତ ସମରୂପ, ତାହାଙ୍କ ସମତୁଲ୍ୟ ହେବା ନିମନ୍ତେ ତୁମେ କ’ଣ କରିବ ?ଖ୍ରୀପ 34.1

    ତୁମ୍ଭଙ୍କୁ ଶାନ୍ତି ଦରକାର, ଆତ୍ମାରେ ସ୍ବର୍ଗୀୟ ପାପକ୍ଷମା, ଶାନ୍ତି ଓ ପ୍ରେମ ଦରକାର । ତାହା ପ୍ରଚୁର ଅର୍ଥରେ କ୍ରୟକରି ହୁଏ ନାହିଁ । ବିଦ୍ୟାରେ, ଜ୍ଞାନରେ ତାହା ଲାଭ କରି ହୁଏନା କିମ୍ବା ତୁମ୍ଭ ଆତ୍ମା ଭରସାରେ ଓ ଚେଷ୍ଟାରେ ତାହା ପ୍ରାପ୍ତ ହୋଇ ପାରେନା କିନ୍ତୁ ଈଶ୍ବର ତୁମ୍ଭଙ୍କୁ ଅନୁଗ୍ରହରେ ପ୍ରଦାନ କରନ୍ତି । ଯାହାର କିଛି ଅର୍ଥ ନାହିଁ ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର, ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ ।” (ଯିଶାଇୟ ୫୫:୧ ) |ଯେବେ ଇଚ୍ଛାକର ତାହା ତୁମ୍ଭର, କିନ୍ତୁ ହସ୍ତ ଆଗକୁ ବଢ଼ାଇ ନିଜର କର । ପ୍ରଭୁ କହନ୍ତି, ” ଆସ ଆମ୍ଭେମାନେ ଉତ୍ତର ପ୍ରତ୍ୟୁ ର କରୁଁ, ତୁମ୍ଭମାନଙ୍କ ପାପ ସିନ୍ଦୁର ବର୍ଣ୍ଣକରି ହେଲେ ହେଁ ହିମପରି ଶୁକ୍ଳବର୍ଣ୍ଣ ହେବ, ସେ ସବୁ ଲୋହିତ ବର୍ଣ୍ଣପରି ରଙ୍ଗ ହେଲେ ହେଁ ମେଷ ଲୋମପରି ହେବ ।”(ଯିଶାଇୟ ୧ :୧୮) । ” ଆମ୍ଭ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା । ” (ଯିହିଜିଜଲ୍ ୩୬:୨୬)ଖ୍ରୀପ 34.2

    ତୁମ୍ଭେ ପାପ ସ୍ବୀକାର କରିସାରିବା ପରେ ତାହା ଦୂରକୁ ଫିଙ୍ଗି ଦିଅ । ତୁମ୍ଭେ ଈଶ୍ବରଙ୍କୁ ତାହା ଦେବାକୁ ଦୃଢ଼ ସଂକଳ୍ପ କରିଅଛ ବର୍ତ୍ତମାନ ତାହାଙ୍କ ନିକଟକୁ ଯାଅ ଓ ନିବେଦନ କର, ସେ ଯେପରି ନୂତନ ଅନ୍ତଃକରଣ ତୁମ୍ଭକୁ ଦେବେ । ତାହା ବିଶ୍ବାସ କର କାରଣ ସେ ତାହା ପ୍ରତିଜ୍ଞା କରିଅଛନ୍ତି । ଯୀଶୁଖ୍ରୀଷ୍ଟି ଏହି ଜଗତରେ ଥିଲାବେଳେ ଶିଷ୍ୟମାନଙ୍କୁ କହିଥିଲେ, ଯେଉଁ ଦାନ ଈଶ୍ଵର ଆମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରନ୍ତି ତାହା ପାଇବାକୁ ବିଶ୍ଵାସ କରୁ ଓ ତାହା ଆମ୍ଭମାନଙ୍କର ଅଟେ । ଯେଉଁମାନେ ଯୀଶୁଙ୍କ ଶକ୍ତିରେ ବିଶ୍ୱାସ କଲେ, ସେ ସେମାନଙ୍କୁ ସୁସ୍ଥ କଲେ ଓ ଯାହା ମାଗିଲେ ସେମାନଙ୍କୁ ସେ ତାହା ଦେଲେ, ଯାହା ସେମାନେ ଦେଖି ନଥିଲେ । ବିଶ୍ଵାସ କରିବା ଯୋଗୁଁ ତାହାଙ୍କ ଶକ୍ତିରେ ସେ ସେମାନଙ୍କୁ ଦେଲେ । ସେମାନଙ୍କ ପାପ ମଧ୍ୟ କ୍ଷମା କଲେ । ପକ୍ଷାଘାତୀ ରୋଗୀକୁ ସୁସ୍ତ କରିବା ସମୟରେ ସେ ପ୍ରକାଶ୍ୟରେ ଏହା କହିଥିଲେ, “କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟ ପୁତ୍ରଙ୍କର ଯେ ଅଧିକାର ଅଛି ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକି କହିଲେ, ଉଠ, ନିଜ ଘଟିଆ ଘେନି ଆପଣା ଘରକୁ ଚାଲିଯାଅ (ମାଥିଉ ୯:୬) ସେହିପରି ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରକ ଯୋହନ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟ କର୍ମ ସମ୍ବନ୍ଧରେ କହନ୍ତି ” କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ବାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏ ନିମନ୍ତେ ଏ ସମସ୍ତ ଲେଖାଯାଇଅଛି ।” (ଯୋହନ ୨୦:୩୧)ଖ୍ରୀପ 34.3

    ବାଇବଲରେ ଆମ୍ଭେମାନେ ଦେଖୁବାକୁ ପାଉଁ ଯେ, ଯୀଶୁ ବଡ଼ ସରଳ ଭାବରେ ରୋଗୀମାନଙ୍କୁ ସୁସ୍ଥ କରିବା ସଙ୍ଗେ ସେମାନଙ୍କର ପାପ ମଧ କ୍ଷମା କରିଥିଲେ । ବେଥସଦା ପୁଷ୍ପରିଣୀରେ ଣେ ଅଠତିରିଶ ବର୍ଷର ରୋଗୀକୁ ଯୀଶୁ ସୁସ୍ଥ କଲେ । ଅଠତିରିଶ ବର୍ଷ ପର୍ଯ୍ୟନ୍ତ ତାହାର ଅଙ୍ଗ ପ୍ରତ୍ୟଙ୍ଗ ଅକର୍ମଣ୍ୟ ହୋଇ ଯାଇଥିଲା, କିନ୍ତୁ ଯୀଶୁ ତାହାକୁ ଆଦେଶ ଦେଲେ “ଉଠ, ତୁମ୍ଭର ଶଯ୍ୟା ତୋଳି ଚାଲ” ସେ ରୋଗୀ କହିପାରିଥାନ୍ତା, ପ୍ରଭୋ, ଆପଣ ମୋତେ ସୁସ୍ଥକଲେ ମୁଁ ଆପଣଙ୍କ କଥା ମାନିବି । ନା, ସେ ଯୀଶୁଙ୍କ କଥାରେ ବିଶ୍ଵାସ କଲେ ଓ ସୁସ୍ଥହେଲେ ଏବଂ ସେ ସେହିକ୍ଷଣି ଚେଷ୍ଟାକଲେ, ସେ ଚାଲିବାକୁ ଇଚ୍ଛାକଲେ ଏବଂ ସେ ଚାଲିଲେ । ସେ ପ୍ରଭୁଙ୍କ ବାକ୍ୟାନୁଯାୟୀ କାର୍ଯ୍ୟ କଲେ ଏଣୁ ପରମେଶ୍ବର ତାହାଙ୍କୁ ଶକ୍ତି ଦେଲେ, ସେ ସୁସ୍ଥ ହେଲେ ।ଖ୍ରୀପ 35.1

    ଏହିପରି ତୁମ୍ଭେ ମଧ୍ୟ ଜଣେ ପାପୀ ଅଟ । ତୁମ୍ଭ ଅତୀତ ପାପ ନିମନ୍ତେ ପ୍ରାୟଶ୍ଚିତ କରିପାର ନାହିଁ, ତୁମ ହୃଦୟ ପରିବର୍ତ୍ତନ କରିପାର ନାହିଁ ଏବଂ ଆପଣାକୁ ପବିତ୍ର କରିବାକୁ ତୁମ୍ଭେ ଅକ୍ଷମ ଅଟ । କିନ୍ତୁ ପରମେଶ୍ବର ତାହା ସବୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭ ନିମନ୍ତେ କରିବାକୁ ପ୍ରତିଜ୍ଞା ଦାନ କରନ୍ତି । ତୁମ୍ଭେ ସେହି ପ୍ରତିଜ୍ଞା ଉପରେ କେବଳ ବିଶ୍ଵାସ କର । ତୁମ୍ଭେ ପାପ ସ୍ବୀକାର କରି ଆପଣାକୁ ଈଶ୍ଵରଙ୍କୁ ଦିଅ । ତୁମ୍ଭେ ତାହା ପ୍ରକୃତରେ କଲେ, ଈଶ୍ବର ତାହାଙ୍କ ବାକ୍ୟ ତୁମ୍ଭ ନିମନ୍ତେ ସଫଳ କରିବେ । ତୁମ୍ଭେ ଏହି ପ୍ରତିଜ୍ଞା ଉପରେ ବିଶ୍ୱାସ କଲେ, ବିଶ୍ବାସ କର ଯେ, ତୁମ୍ଭେ କ୍ଷମା ପାଇଲ ଓ ପରିଷ୍କୃତ ହେଲ। ପରମେଶ୍ବର ବାସ୍ତବତା ଯୋଗାନ୍ତି । ସେ ପକ୍ଷାଘାତୀ ରୋଗୀକି ଯେପରି ସୁସ୍ଥ କଲେ ଏବଂ ସେ ଚାଲିବାକୁ ଯେପରି ଶକ୍ତି ପାଇଲେ, ସେ ବିଶ୍ୱାସ କଲେ ଓ ସୁସ୍ଥ ହେଲେ ସେହିପରି ତୁମ୍ଭେ ମଧ୍ୟ ବିଶ୍ଵାସ କଲେ ସୁସ୍ଥ ହୋଇପାରିବ ।ଖ୍ରୀପ 35.2

    ତୁମ୍ଭେ ଅଙ୍ଗ ପ୍ରତ୍ୟଙ୍ଗରେ ଆରୋଗ୍ୟ ହେବା ଅନୁଭୂତି ପ୍ରାପ୍ତ ହେବାଯାଏ ଅପେକ୍ଷା ।କରିନାହିଁ କିନ୍ତୁ କୁହ, ମୁଁ ବିଶ୍ବାସ କରୁଛି, ତାହା ସତ୍ୟ । ତାହା ମୁଁ ଅନୁଭୂତି ପାଇବା ଯୋଗୁଁ ନୁହେଁ କିନ୍ତୁ ପରମେଶ୍ବର ତାହା ପ୍ରତିଜ୍ଞା କରିଅଛନ୍ତି ।ଖ୍ରୀପ 35.3

    ଯୀଶୁ କହନ୍ତି, “ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନାକର ଓ ମାଗ, ସେସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ ।” (ମାର୍କ ୧୧:୨୪) ଏହି ପ୍ରତିଜ୍ଞା ସଫଳତା ନିମନ୍ତେ ଗୋଟିଏ ଚୁକ୍ତି ରହିଛି, ଯେପରି ଆମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ପ୍ରାର୍ଥନା କରିବା। ପରମେଶ୍ବରଙ୍କ ଇଚ୍ଛା ଯେ, ଆମ୍ଭେମାନେ ପାପରୁ ମୁକ୍ତିଲାଭ କରିବୁ, ତାହାଙ୍କ ସନ୍ତାନଗଣ ହେବୁ ଓ ପବିତ୍ର ଜୀବନଯାପନ କରିବୁ । ଏଣୁ ଆମ୍ଭେମାନେ ଏହି ଆଶୀର୍ବାଦ ପ୍ରାପ୍ତ ହେବା ଏବଂ ଈଶ୍ବରଙ୍କୁ ଧନ୍ୟବାଦ ଦିଅ ଯେ, ତାହା ସବୁ ଆମ୍ଭେମାନେ ପ୍ରାପ୍ତ ହେଲୁ । ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯିବା ଓ ପରିଷ୍କୃତ ହେବା ଓ ବ୍ୟବସ୍ଥା ସମ୍ମୁଖରେ ଲଜ୍ୟା କିମ୍ବା ଦୁଃଖ ବିନା ଠିଆ ହେବା । “ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ ।” (ରୋମୀ ୮:୧) ସେମାନେ ଶାରୀରିକ ଭାବେ ଆଚରଣ କରନ୍ତି ନାହିଁ କିନ୍ତୁ ଆମ୍ବିକ ଭାବରେଆଚରଣ କରିଥାନ୍ତି ।ଖ୍ରୀପ 35.4

    ଏଥିଉତ୍ତରରେ ତୁମ୍ଭେମାନେ ଆଉ ଆପଣାର ନୁହଁ କିନ୍ତୁ ଏକ ବିଶେଷ ମୂଲ୍ୟରେ କ୍ରୟ କରାଯାଇଅଛି । ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃ ପୁରୁଷମାନଙ୍କଠାରୁ ପ୍ରାପ୍ତପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୁପା କି ସୁନାପରି କ୍ଷୟଣୀୟ ବସ୍ତୁଦ୍ଵାରା ମୁକ୍ତ ନହୋଇ ବରଂ ନିଖୁଣ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ ।” (୧ ପିତର ୧ :୧୮, ୧୯) ତୁମ୍ଭେ କେବଳ ଈଶ୍ୱରଙ୍କଠାରେ ସରଳତାରେ ବିଶ୍ବାସ କରିବା ଫଳରେ ପବିତ୍ର ଆତ୍ମା ତୁମ୍ଭ ହୃଦୟରେ ଗୋଟିଏ ନୂତନ ଜୀବନ ଦେବେ । ତୁମ୍ଭେଜଣେ ଈଶ୍ବରଙ୍କ ପରିବାରରେ ଜାତ ହେବା ସନ୍ତାନ ଅଟ । ସେ ଯେପରି ଆପଣା ସନ୍ତାନ ଯୀଶୁଙ୍କୁପ୍ରେମ କରନ୍ତି ସେହିପରି ସେ ତୁମ୍ଭକୁ ପ୍ରେମ କରିବେ ।ଖ୍ରୀପ 36.1

    ବର୍ତ୍ତମାନ ତୁମ୍ଭେ ଆପଣାକୁ ଯୀଶୁଙ୍କୁ ପ୍ରଦାନ କରିଅଛ, ଆଉ ପଶ୍ଚାତ୍ ଗମନ କର ନାହିଁ । ତାହାଙ୍କଠାରୁ ଆପଣାକୁ ପୃଥକ କରନାହିଁ ଏବଂ ଦିନକୁ ଦିନ କହ, ମୁଁ ଖ୍ରୀଷ୍ଟଙ୍କର, ମୁଁ ତାହାଙ୍କୁ ଆପଣାକୁ ଦେଇଅଛି ଏବଂ ତାହାଙ୍କୁ ମାଗ, ସେ ତୁମ୍ଭକୁ ତାହାଙ୍କର ଆତ୍ମାଙ୍କୁ ଦାନ କରିବେ । ତାହାଙ୍କ ଅନୁଗ୍ରହରେ ସେ ତୁମ୍ଭକୁ ଧରି ରଖିବେ । ତୁମ୍ଭେ ଯେପରି ଈଶ୍ୱରଙ୍କଠାରେ ବିଶ୍ଵାସ କରିବାଯୋଗୁଁ ତାହାଙ୍କର ସନ୍ତାନ ହୋଇଅଛ, ସେହିପରି ତୁମ୍ଭେ ତାହାଙ୍କଠାରେ ଜୀବନଯାପନ କରିବା ବିଧେୟ । ଭକ୍ତ ପାଉଲ କହନ୍ତି, “ଅତଏବ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହ ଭାଗିତାରେ ଆଚରଣ କର । (କଲସୀ ୨:୬)ଖ୍ରୀପ 36.2

    କେହି କେହି ବିଚାର କରିଥାନ୍ତି ଯେ, ସେମାନେ ପରୀକ୍ଷା କାଳରେ ଅଛନ୍ତି । ତାହାଙ୍କ ଆଶୀର୍ବାଦ ଦାବୀ କରିବା ପୂର୍ବରୁ ପ୍ରମାଣ କରିବାକୁ ହେବ ଯେ, ସେମାନେ ପରିବର୍ତ୍ତିତ ହୋଇଅଛନ୍ତି । କିନ୍ତୁ ସେମାନେ ଏବେ ମଧ୍ୟ ତାହାଙ୍କର ଆଶିଷ ଦାବୀ କରିପାରନ୍ତି । ସେମାନେ ଈଶ୍ବରଙ୍କ ଅନୁଗ୍ରହର ଅଧୀନ ଅଟନ୍ତି । ଖ୍ରୀଷ୍ଟଙ୍କର ଆତ୍ମା ସେମାନଙ୍କ ଦୁର୍ବଳତାର ପ୍ରତିକାର କରନ୍ତି ଓ ମନ୍ଦର ପ୍ରତିରୋଧ କରନ୍ତି । ଆମ୍ଭେମାନେ ଯେପରି ଅଛୁ ଠିକ୍ ସେହି ଅବସ୍ଥାରେ ଖ୍ରୀଷ୍ଟଙ୍କ ନିକଟକୁ ଆସୁ, ସେ ତାହା ଚାହାନ୍ତି । ପାପୀଷ୍ଠ, ନିଃସହାୟ ଏବଂ ପରାଧୀନ ହେଲେ ସୁଦ୍ଧା ଆମ୍ଭେମାନେ ଆମ୍ଭମାନଙ୍କର ସକଳ ଦୁର୍ବଳତା, ପାପୀଷ୍ଟତା, ଭୁଲଭ୍ରାନ୍ତି ସହ ତାହାଙ୍କ ଚରଣ ତଳକୁ ଆସି ଅନୁଶୋଚନା କରିବା ବାଞ୍ଛାନୀୟ । ସେ ଆପଣା ପ୍ରେମମୟ ବାହୁରେ ଆଲିଙ୍ଗନ କରିବେ ଓ ତାହାଙ୍କ ଗୌରବ ଆମ ଚତୁଦ୍ଧିଗରେ ଘେରି ରହିବ । ସେ କ୍ଷତ ବନ୍ଧନ କରି ସମସ୍ତ ଅଶୁଚିତାରୁ ପରିଷ୍କାର କରିବେ ।ଖ୍ରୀପ 36.3

    ଏହିଠାରେ ସହସ୍ର ସହସ୍ର ଲୋକେ ବିଫଳ ହୋଇଥାନ୍ତି । ସେମାନେ ବିଶ୍ବାସ କରନ୍ତିଯେ, ଯୀଶୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ଦିଅନ୍ତି ନାହିଁ । ସେମାନେ ଈଶ୍ବରଙ୍କ ବାକ୍ୟ ଅନୁଯାୟୀ ବିଶ୍ବାସ କରନ୍ତି ନାହିଁ । ପ୍ରତ୍ୟେକ ପାପକ୍ଷମା ବିନାମୂଲ୍ୟରେ ଦିଆଯାଏ । ଈଶ୍ଵରଙ୍କ ପାପକ୍ଷମା ତୁମପ୍ରତି ସତ୍ୟ ନୁହେଁ, ଏହି ସନ୍ଦେହି ମନରୁ ଦୂରକର । ଏହା ପ୍ରତ୍ୟେକ ଅନୁତପ୍ତ ଆଜ୍ଞାଲଙ୍ଘନକାରୀ ପକ୍ଷେ ବ୍ୟବହାର୍ଯ୍ୟ । ପ୍ରତ୍ୟେକ ବିଶ୍ବାସୀମାନଙ୍କୁ ସେବାକାରୀ ଦୁତମାନଙ୍କ ଦ୍ଵାରା ବଳ ଏବଂ ଅନୁଗ୍ରହ ଖ୍ରୀଷ୍ଟ ଯୋଗାଇ ଦିଅନ୍ତି । ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ଆପଣା ପ୍ରାଣ ଦେଲେ ସୁତରାଂ କେହି ଏପରି ପାପୀ ନୁହନ୍ତି ଯେ, ସେମାନେ ଶକ୍ତି, ନିର୍ମଳତା ଓ ଧାର୍ମିକତା ପ୍ରାପ୍ତ ହେବେନାହିଁ କିନ୍ତୁ ଯୀଶୁ ଅପେକ୍ଷାରେ ଅଛନ୍ତି, ଯେପରି ସେ ସେମାନଙ୍କ ସକଳ ଦାଗଯୁକ୍ତ ଓ ପାପରେ କଳୁଷିତ ପୋଷାକ ସବୁ ନେଇ ଧାର୍ମିକତା ଶୁକ୍ଲବସ୍ତ୍ର ପ୍ରଦାନ କରିବେ । ସମସ୍ତେ ଯେପରି ନମରି ବ ବେ ଏହା ଈଶ୍ବରଙ୍କ ଇଚ୍ଛା ।ଖ୍ରୀପ 36.4

    ସମସ୍ତ ମାନବ ପରସ୍ପର ସହିତ ବ୍ୟବହାର କରିବା ସଦୃଶ ପରମେଶ୍ଵର ଆମ୍ଭମାନଙ୍କ ସଙ୍ଗେ ବ୍ୟବହାର କରନ୍ତି ନାହିଁ । ତାହାଙ୍କର ଚିନ୍ତାଧାରା ଅନୁଗ୍ରହ, ପ୍ରେମ ଓ କରୁଣ ଦୟାରେ ପରିପୂର୍ଣ୍ଣ । ସେ କହନ୍ତି, ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଙ୍କଳ୍ପ ପରିତ୍ୟାଗ କରୁ; ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ, ଆଉ ସେ ଆମ୍ଭମାନଙ୍କର ପରମେଶ୍ଵରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ । ” ଆମ୍ଭେ ତୁମ୍ଭର ଅଧର୍ମ ସବୁ ନିବିଡ଼ କୁହୁଡିର ନ୍ୟାୟ ଓ ତୁମ୍ଭର ପାପ ସବୁ ମେଘ ପରି ମାର୍ଜନା କରିଅଛୁ; ଆମ୍ଭ ନିକଟକୁ ଫେରିଆସ; କାରଣ ଆମ୍ଭେ ତୁମ୍ଭଙ୍କୁ ମୁକ୍ତ କରିଅଛୁ ।” (ଯିଶାଇୟ ୫୫:୭; ୪୪: ୨ ୨) ।ଖ୍ରୀପ 37.1

    ” ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି: ଏଥିପାଇଁ ତୁମ୍ଭେମାନେ ଫେରି ବ ।” (ଯିହିଦିକଲ ୨୦:୩୨) ପରମେଶ୍ଵରଙ୍କ ନିଶ୍ଚିତ ପ୍ରତିଜ୍ଞା ବାକ୍ୟ ସବୁ ଗୋପନରେ ନେଇଯିବା, ଶୟିତାନର ଆନ୍ତରିକ କାମନା । ସେ ଇଚ୍ଛାକରେ ଯେପରି ପ୍ରତ୍ୟେକ ଆଶାକଣିକା ଓ ପ୍ରତ୍ୟେକ ଆଲୋକରେଖା ଆତ୍ମାଠାରୁ ଅପହରଣ କରିନେବ । କିନ୍ତୁ ତାହାକୁ ଏପରି କରିବାକୁ ଅନୁମତି ଦିଅନାହିଁ । ମନ୍ଦ ପରୀକ୍ଷାକର କଥାରେ। କାନ ଦିଅନାହିଁ କିନ୍ତୁ କୁହ, ମୁଁ ଯେପରି ବ ବି ସେଥିପାଇଁ ଯୀଶୁ ପ୍ରାଣଦାନ କଲେ, ସେ ମୋତେ ପ୍ରେମ କରନ୍ତି । ତାହାଙ୍କ ଇଚ୍ଛା ଯେ, ମୁଁ ଯେପରି ବିନଷ୍ଟ ନ ହେବି । ମୋର ଜଣେ ଅତି ଦୟାଳୁ ସ୍ଵର୍ଗୀୟ ପିତା ଅଛନ୍ତି ତାହାଙ୍କ ପ୍ରେମ ମୁଁ ବୁଝି ନ ପାରିଲେ ସୁଦ୍ଧା, କିମ୍ବା ତାହାଙ୍କ ଆଶୀର୍ବାଦକୁ ଅପବ୍ୟବହାର କଲେ ସୁଦ୍ଧା, ତଥାପି ମୁଁ ଉଠି ପିତାଙ୍କ ନିକଟକୁ ଯାଇ କହିବି, “ମୁଁ ତୁମ୍ଭ ଓ ସ୍ବର୍ଗ ବରୁଦ୍ଧରେ ପାପ କରିଅଛି, ଏଣୁ ତୁମ୍ଭର ପୁତ୍ର ବୋଲି ଗଣିତ ହେବାକୁ ଯୋଗ୍ୟ ନୁହେଁ, ମୋତେ ଜଣେ ମୂଲିଆ ସଦୃଶ ରଖ ।” ଏହି ଦୁଷ୍ଟାନ୍ତରେ ତୁମ୍ଭେ ଦେଖିବ ଯେ, ଅପବ୍ୟୟୀ ପୁତ୍ର ପିତାଙ୍କ ଗୃହରେ ଗୃହୀତ ହେଲେ ।” ସେ ବହୁ ଦୂରରେ ଥାଉ ଥାଉ ତାହାଙ୍କ ପିତା ତାହାଙ୍କୁ ଦେଖିଲେ ଏବଂ ଦୟାରେ ବିଚଳିତ ହେଲେ, ଦୋଡ଼ିଯାଇ ତାହାଙ୍କୁ ଆଲିଙ୍ଗନ କଲେ । (ଲୁକ ୧୫:୧୮ । ୨୦)ଖ୍ରୀପ 37.2

    ଏହି ଦୃଷ୍ଟାନ୍ତ ବାକ୍ୟରେ ସ୍ବର୍ଗୀୟ ପିତାଙ୍କ ଦୟା ଓ କରୁଣା ହୃଦୟସ୍ପର୍ଶୀ ହେଲେ ସୁଦ୍ଧା, ସେ ଭାବବାଦୀଙ୍କ ଦ୍ବାରା ଏପରି ଘୋଷଣା କରନ୍ତି, “ହଁ ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମକରି ଆସିଅଛୁ । ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ ।(ଯିଶମିୟ ୩୧:୩) ପାପୀ ଈଶ୍ଵରଙ୍କୁ ଗୃହରୁ ଅତି ଦୂରରେ ରହି ତାହାର ସମ୍ପତ୍ତି ସବୁ ଦୂରବିଦେଶରେ ଅପବ୍ୟୟ କଲେ ହେଁ, ପିତାଙ୍କର ହୃଦୟ ତାହା ନିମନ୍ତେ ଅତିଶୟ ସ୍ନେହ ମମତାରେ ଭରି ରହିଥିଲା । ପରମେଶ୍ବରଙ୍କ ନିକଟକୁ ଫେରିଯିବାକୁ ପ୍ରତ୍ୟେକେ, ଆତ୍ମାରେ ଜାଗରିତ ହେବା,ଈଶ୍ଵରଙ୍କ ଆତ୍ମାକଙ୍କ ମୃଦୁ ପ୍ରେରଣା ମାତ୍ର । ଏପରି କି ସେ ପଥଭ୍ରଷ୍ଟ ବ୍ୟକ୍ତି କି ପିତାଙ୍କ ପ୍ରେମିକ ହୃଦୟ ନିକଟକୁ ଆଣୁଅଛନ୍ତି ।ଖ୍ରୀପ 37.3

    ପବିତ୍ର ବାଇବଲ ଧର୍ମଶାସ୍ତ୍ରରେ ଏପରି ଭୁରି ଭୁରି ପ୍ରତିଜ୍ଞା ବାକ୍ୟ ଶୁଣି ତୁମେ ତାହାଙ୍କୁ ସନ୍ଦେହ କର କି ? ଜଣେ ଦରିଦ୍ର ପାପୀ ଈଶ୍ବରଙ୍କ ନିକଟକୁ ଫେରିବାକୁ ଇଚ୍ଛା ପ୍ରକାଶ କଲେ ଓ ପାପ ପରିତ୍ୟାଗ କରିବାକୁ ଦୃଢ଼ ସଂକଳ୍ପ କଲେ, ପ୍ରଭୁ ତାହାଙ୍କୁ ନାସ୍ତି କରନ୍ତି କି ? ତାହା ବିଶ୍ବାସ ତୁମ୍ଭେ କର କି ? ଏପରି ଚିନ୍ତାଧାରା ସବୁ ତୁମ୍ଭେ ଦୂରରେ ରଖ । ଏହିପରି ଭାବେ ସ୍ଵର୍ଗୀୟ ପିତାଙ୍କୁ ବିଚାର କଲେ, ତାହା ତୁମ୍ଭ ପକ୍ଷରେ ବିଶେଷ କ୍ଷତିକାରକ ହେବ । ସେ ପାପକୁ ଘୃଣା କରନ୍ତି କିନ୍ତୁ ପାପୀଙ୍କୁ ପ୍ରେମ କରନ୍ତି । ଏଣୁ ସେ ଯୀଶୁଖ୍ରୀଷ୍ଟଙ୍କ ଦେଇ ଆପଣାକୁ ଦାନ କଲେ, ଯେପରି ସମସ୍ତ ଜଗତବାସୀ ପ୍ରାଣଜ୍ଞାନ ପ୍ରାପ୍ତ ହେବେ ଓ ଗୌରବଯୁକ୍ତ ସ୍ବର୍ଗରେ ଅନନ୍ତ ଐଶ୍ବର୍ଯ୍ୟାରେ ରହିବେ । ଆମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ସେ ଏପରି ସୁମିଷ୍ଟ ବଚନରେ ଘୋଷଣା କରନ୍ତି, ” ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାଶୋରି ପାରିବ ? ହଁ, ଏମାନେ ପାଶୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାଶୋରିବା ନାହିଁ ।” (ଯିଶାଇୟ ୪୯:୧୫)ଖ୍ରୀପ 38.1

    ଯଦି ତୁମ୍ଭେ ସନ୍ଦେହ କର ଓ ଭୟପ୍ରାପ୍ତ ହୁଅ ତେବେ ଉର୍ଦ୍ଧ୍ବକୁ ଦେଖ । ଯୀଶୁ ସର୍ବଦା ଜୀବିତ ଓ ତୁମ୍ଭ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି । ତାହାଙ୍କ ପ୍ରିୟପୁତ୍ରଙ୍କ ନିମନ୍ତେ ଈଶ୍ବରଙ୍କ ଠାରେ ଧନ୍ୟବାଦୀ ହୁଅ ଓ ବୁଝ ଯେ ସେ ବୃଥାରେ ତୁମ୍ଭ ନିମନ୍ତେ ଆପଣା ପ୍ରାଣ ଦେଇନାହାନ୍ତି । ପବିତ୍ର ଆତ୍ମା ତୁମ୍ଭକୁ ନିମନ୍ତ୍ରଣ କରୁଅଛନ୍ତି, ବର୍ତମାନ । ତୁମ୍ଭର ହୃଦୟ ନେଇ ଯୀଶୁଙ୍କ ପାଖକୁ ଆସ ଓ ତାହାଙ୍କ ଆଶିଷ ସବୁ ଦାବୀ କରି । ଖ୍ରୀପ 38.2

    ଏହିସବୁ ପ୍ରତିଜ୍ଞା ବାକ୍ୟ ଗୁଡ଼ିକ ପାଠ କଲାବେଳେ, ସ୍ମରଣରେ ରଖ ଯେ, ତାହା ସବୁ ଅକଥନୀୟ ପ୍ରେମ ଓ ଦୟାର ପ୍ରକାଶନ ମାତ୍ର । ଅସୀମ ପ୍ରେମର ମହାନ୍ ହୃଦୟ ଅକଥନୀୟ ସହାନୁଭୂତି ସହିତ ପାପୀ ପ୍ରତି ଆକର୍ଷିତ । “ତାହାଙ୍କ ଅନୁଗ୍ରହ ବିଧ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମାପ୍ରାପ୍ତ ହୋଇଅଛୁ ।” (ଏଫିସୀ ୧ :୭) ହଁ କେବଳ ତୁମ୍ଭେ ବିଶ୍ବାସ କର ଈଶ୍ଵର ହିଁ ତୁମ୍ଭର ସାହାଯ୍ୟକାରୀ । ସେ ମାନବଠାରେ ନୈତିକ ପ୍ରତିମୂର୍ତ୍ତି ପୁନର୍ବାର ଉଦ୍ଧାର କରିବାକୁ ଇଚ୍ଛୁକ । ତାହାଙ୍କ ନିକଟକୁ ତୁମ୍ଭେ ପାପ ସ୍ବୀକାର ଓ ଅନୁତାପ ପୂର୍ବକ ଫେରିଲେ, ସେ ତୁମ୍ଭ ନିକଟକୁ ଅନୁଗ୍ରହ ଓ ପାପ କ୍ଷମା ସହଫେରିବେ ।ଖ୍ରୀପ 38.3

    *****

    Larger font
    Smaller font
    Copy
    Print
    Contents