Loading...
Larger font
Smaller font
Copy
Print
Contents
  • Results
  • Related
  • Featured
No results found for: "".
  • Weighted Relevancy
  • Content Sequence
  • Relevancy
  • Earliest First
  • Latest First
    Larger font
    Smaller font
    Copy
    Print
    Contents

    ଶିଷ୍ୟତ୍ବର ପରୀକ୍ଷା

    “ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି; ପୁରାତନ ବିଷୟ ସବୁ ଲୋକ ପାଇଅଛି ।” ( ୨ କରନ୍ଥୀ ୫:୧୭)ଖ୍ରୀପ 39.1

    ପ୍ରକୃତରେ ଜଣେ ବ୍ୟକ୍ତି ତାହାର ସମ୍ପୂର୍ଣ୍ଣ ପରିବର୍ତ୍ତନର ସମୟ, ସ୍ଥାନ, କିମ୍ବା ପରିବେଶ। ସଠିକ୍ ଭାବେ କହି ନ ପାରନ୍ତି କିନ୍ତୁ ଏହା ପ୍ରମାଣ କରେ ନାହିଁ ଯେ, ସେ ଜଣେ ଅପରିବର୍ତ୍ତିତ ବ୍ୟକ୍ତି । ଖ୍ରୀଷ୍ଟ ନୀକଦୀମକୁ କହିଥିଲେ, “ବାୟୁ ଯେଉଁ ଦିଗରେ ଇଚ୍ଛାକରେ ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ, ତାହା ଜାଣନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ।” (ଯୋହନ ୩:୮) ବାୟୁ ପରି ଆତ୍ମାରୁ ଜାତ ପ୍ରତ୍ୟେକ ବ୍ୟକ୍ତି ବାୟୁ ସଦୃଶ ହେଲେ ମଧ୍ୟ, ତାହାର ପ୍ରଭାବ ସହଜରେ ଦେଖାଯାଏ ଓ ଅନୁଭବ କରିହୁଏ । ସେହି ପରି ପରମେଶ୍ଵରଙ୍କ ଆତ୍ମା ମନୁଷ୍ୟମାନଙ୍କ ହୃଦୟରେ କାର୍ଯ୍ୟ କରନ୍ତି । ନୂତନୀକରଣ ଶକ୍ତି କୌଣସି ମାନୁଷିକ ଚକ୍ଷୁ ଦର୍ଶନକରି ପାରେନା, କିନ୍ତୁ ଆତ୍ମାରେ ଏକ ନୂତନ ଜୀବନ ଜାତକରେ । ତାହା ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଏକ ନୂତନ ପ୍ରାଣୀ । ପବିତ୍ର ଆତ୍ମାର କାର୍ଯ୍ୟ ନୀରବ ଓ ଅଦୃଶ୍ୟ କିନ୍ତୁ ତାହାର ପ୍ରଭାବ ଗୁଡ଼ିକ ପ୍ରକାଶିତ । ମନୁଷ୍ୟର ଅନ୍ତଃକରଣ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ନୂତନୀକୃତ ହେଲେ, ଜୀବନତାହାଙ୍କ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଏ । ଆମ୍ଭମାନଙ୍କ ହୃଦୟ ପରିବର୍ତ୍ତନ କରିବାକୁ କିମ୍ବା ଈଶ୍ବରଙ୍କ ସହିତ ମିଳିତ ହେବାକୁ ଆମ୍ଭେମାନେ ଅକ୍ଷମ । ସୁତରାଂ ଆମ୍ଭମାନଙ୍କ ଉତ୍ତମ କର୍ମ ଉପରେ ନିର୍ଭର କରିବା ଅନୁଚିତ; ଆମ୍ଭମାନଙ୍କର ଜୀବନ ଦେଖାଇଦେବ ଯେ, ଈଶ୍ବରଙ୍କ ଅନୁଗ୍ରହ ଆମ ମଧ୍ୟରେ ବାସ କରୁଛି କି ନାହିଁ । ଚରିତ୍ରରେ, ଅଭ୍ୟାସରେ ଓ କର୍ତବ୍ୟରେ ଏକ ପରିବର୍ତନ ପରିଲକ୍ଷିତ ହେବ । ଏପରି ଦୁଇ ପ୍ରକାର ଜୀବନର ପାର୍ଥକ୍ୟ ଲକ୍ଷ୍ୟକରି ପାରିବା, ଯାହା ପୂର୍ବରେ ଥିଲା ଓ ବର୍ତମାନ ରହିଛି । ସମୟ ସମୟରେ ଭଲ ଓ ମନ୍ଦ କାର୍ଯ୍ୟଦ୍ବାରା ଚରିତ୍ର ପ୍ରକାଶିତ ହୁଏନାହିଁ କିନ୍ତୁ । ଅଭ୍ୟାସଗତ କାର୍ଯ୍ୟ ଓ କଥା ଦ୍ୱାରା ହିଁ ପ୍ରକାଶିତ ହୋଇଥାଏ । । ଖ୍ରୀଷ୍ଟଙ୍କର ନୂତନୀକରଣ ଶକ୍ତି ବ୍ୟତୀତ ଆଉ ଅନ୍ୟ ବାହ୍ୟ ଶୋଭନୀୟ ଆଚରଣ ଦେଖାଯାଇଥାଏ, ଏହା ସତ୍ୟ ଅଟେ । ପ୍ରେମ ପ୍ରଭାବ, ମମତା ଓ ଅନ୍ୟକୁ ଆଦର ପ୍ରଦର୍ଶନ କରିବା ମନୋଭାବ ଦେଇ ଏକ ସୁନିୟନ୍ତ୍ରିତ ଜୀବନ ମଧ୍ୟ ଗଢ଼ି ଉଠିଥାଏ । ଆପଣାର ଆତ୍ମ ମର୍ଯ୍ୟାଦା ସୁରକ୍ଷା କରିବାକୁ ଅନେକେ ମନ୍ଦଶକ୍ତିକୁ ଏଡ଼ାଇ ଚାଲନ୍ତି । ସ୍ୱାର୍ଥପର ହୃଦୟ ଉଦାରକର୍ମ ଗୁଡ଼ିକ ମଧ୍ୟ କରିଥାଏ । ତେବେ ଆମ୍ଭେମାନେ କିପରି ଜାଣିବା ଯେ, କାହା ପକ୍ଷରେ ଆମ୍ଭେମାନେ ଅଛୁ ?ଖ୍ରୀପ 39.2

    କାହାର ହୃଦୟ ଅଛି ? କାହା ସହିତ ଆମର ଚିନ୍ତା ସକଳ ରହିଛି ? କାହା ସହିତ କଥାବାର୍ତ୍ତା । କରିବା ଆମ୍ଭେ ଭଲ ପାଉ ? କାହାପ୍ରତି ଆମେ ପ୍ରେମଭାବ ପ୍ରକାଶ କରିଥାଉଁ ଓ କାହାଠାରେ ଆମ୍ଭମାନଙ୍କ ଶକ୍ତି ପ୍ରୟୋଗ କରିଥାଉ ? ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ, ତେବେ ଆମ୍ଭମାନଙ୍କର ଚିନ୍ତା ସକଳ ତାହାଙ୍କ ସହିତ ଅଛି ଓ ଆମ୍ଭମାନଙ୍କର ସୁମଧୁର ଚିନ୍ତା ସକଳ ତାହାଙ୍କର ଅଟେ । ଯାହା ସବୁ ଆମ୍ଭମାନଙ୍କର ଅଛି, ସେସବୁ ତାହାଙ୍କ ପ୍ରତି ପବିତ୍ର । ତାହାଙ୍କର ପ୍ରତିମୂର୍ତ୍ତି ଗ୍ରହଣ କରିବାକୁ, ତାହାଙ୍କର ଇଚ୍ଛା ଆକାଂକ୍ଷା ପାଳନ କରିବାକୁ ଓ ସମସ୍ତ ବିଷୟରେ ତାହାଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛାକରୁ । ଯେଉଁମାନେ ଯୀଶୁଙ୍କର ନୂତନ ସୃଷ୍ଟି ଅଟନ୍ତି, ସେମାନେ ପବିତ୍ର ଆତ୍ମାଙ୍କ ଫଳ ଫଳିଥାନ୍ତି ଯଥା— ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା , ପରୋପକାରୀତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା ଓ ଆତ୍ମ ସଂଯମ । (ଗାଲତୀ ୫: ୨୨) ସେମାନେ ପୂର୍ବ ଜୀବନ ଅନୁଯାୟୀ ସ୍ୱାର୍ଥ ପ୍ରେମରେ କାର୍ଯ୍ୟ କରି ନଥାନ୍ତି କିନ୍ତୁ ପରମେଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ଵାସ କରନ୍ତି ଓ ତାହାଙ୍କ ପଛେ ପଛେ ଚାଲନ୍ତି । ତାହାଙ୍କ ଚରିତ୍ର ପ୍ରତିବିମ୍ବିତ କରନ୍ତି ଓ ତାହାଙ୍କ ସଦୃଶ ଆପଣାକୁ ନିର୍ମଳ କରିଥାନ୍ତି । ଯାହାକୁ ଦିନେ ସେମାନେ ଘୃଣା କରିଥିଲେ ତାହାଙ୍କୁ ସେମାନେ ପ୍ରେମକରନ୍ତି । ସ୍ୱାର୍ଥାନ୍ଧ ଓ ଅଭିମାନୀ ଲୋକେ ଅନ୍ତଃକରଣରେ ନତ ଓ ନମ୍ର ନୁହଁନ୍ତି । ଆତ୍ମଶ୍ମାଘୀ ଓ ଦାମ୍ଭିକ ବ୍ୟକ୍ତି ଗୁରୁଗମ୍ଭୀର ଓ ନିୟମାବଦ୍ଧ ହୁଏ । ମଦ୍ୟପାୟୀ ମଦ୍ୟ ପାନରୁ ବିରତ ହୁଏ, ଅମିତବ୍ୟୟୀ ଓ ବ୍ୟଭିଚାରୀ, ନିର୍ମଳ ସ୍ୱଭାବ ଧାରଣ କରେ ଜାଗତିକ ଅସାର ଅଭ୍ୟାସ ଓ ରୁପଚାତୁରୀ ପରିତ୍ୟକ୍ତହୁଏ । ଖ୍ରୀଷ୍ଟିୟାନମାନେ “ବାହ୍ୟରୂପ ” ପରିତ୍ୟାଗ କରି ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ, ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହାହିଁ ଧାରଣ କରନ୍ତି ।” (୧ ପିତର ୩:୩, ୪)ଖ୍ରୀପ 39.3

    ଜୀବନରେ ସଂସ୍କାର ନ ଆସିଲେ, ପ୍ରକୃତ ଅନୁତାପର ପ୍ରମାଣ ମିଳେନାହିଁ । ପ୍ରତିଜ୍ଞାର ପୁନରୁଦ୍ଧାର କଲେ ମଧ୍ୟ, ସେ ଯାହା ଅପହରଣ କରିଥିଲା ତାହାଙ୍କୁ ଫେରାଇ ଦିଅ, ପାପ ସ୍ବୀକାର କର, ଈଶ୍ବର ଓ ସହମାନବଙ୍କୁ ପ୍ରେମକର, ପାପୀ ଯେପରି ନିଶ୍ଚିତ ହେବ ଯେ ସେ ମୃତ୍ୟୁରୁ ଜୀବନ ପଥକୁ ଆସିଛି ।ଖ୍ରୀପ 40.1

    ଆମ୍ଭେମାନେ ଜୀବନରେ ଅଧିକାଂଶ ସମୟରେ ଭୁଲ୍ କରୁ, କାରଣ ଆମ୍ଭେମାନେ ପାପୀ । ଯଦି ଖ୍ରୀଷ୍ଟଙ୍କ ନିକଟକୁ ଆସି ତାହାଙ୍କ ଅନୁଗ୍ରହ, କ୍ଷମାର ଅଂଶୀ ହେଉ ତେବେ ହୃଦୟରେ ପ୍ରେମ ଜାଗରିତ ହୋଇଉଠେ । ପ୍ରତ୍ୟେକ ଭାର ହାଲୁକା ହୁଏ କାରଣ ଖ୍ରୀଷ୍ଟଙ୍କ ଯୁଆଳି ସହଜ । କର୍ତବ୍ୟ ଆହ୍ଲାଦଜନକ ହୁଏ ଓ ସ୍ଵାର୍ଥ ତ୍ୟାଗ ଆନନ୍ଦ ଦିଏ । ଯେଉଁ ପଥ ଅନ୍ଧକାରାଚ୍ଛନ୍ନ ବୋଲି ମନେ ହେଉଥିଲା, ଧାର୍ମିକତାରୁପକ ସୂର୍ଯ୍ୟ କିରଣରେ ତାହା ଆଲୋଳିତ ହୁଏ ।ଖ୍ରୀପ 40.2

    ଖ୍ରୀଷ୍ଟଙ୍କ ଅନୁଗମନକାରୀମାନଙ୍କ ଚରିତ୍ରରେ ପ୍ରେମଭାବ ପ୍ରକାଶ ପାଏ, ଯେଣୁ ଖ୍ରୀଷ୍ଟ ତାହାଙ୍କ ଭକ୍ତଠାରେ ଈଶ୍ବରଙ୍କ ଇଚ୍ଛା ସାଧନ କରିବାକୁ ଭଲ ପାଆନ୍ତି । ଈଶ୍ଵରଙ୍କ ପ୍ରେମ ତାହାଙ୍କ ମହିମାର ଉତ୍ସାହ, ତ୍ରାଣକର୍ତ୍ତାଙ୍କର ଜୀବନରେ ନିୟନ୍ତ୍ରଣକାରୀ ଶକ୍ତିଥିଲା । ସୌନ୍ଦର୍ଯ୍ୟମୟ ଏବଂ ଉଛୁକ ପ୍ରେମ ତାହାଙ୍କ ସକଳ କର୍ମକୁ ଉଦାରମୟ କରୁଥିଲା । ଈଶ୍ଵର ପ୍ରେମସ୍ଵରୂପ ଅଟନ୍ତି । ଅପବିତ୍ର ହୃଦୟରୁ ଏପରି ପବିତ୍ର ପ୍ରେମ ନିସୃତ ହୁଏନାହିଁ, ଯୀଶୁଙ୍କ ଅଧୀକୃତ ଜୀବନରେ ଏପରି ପ୍ରମ ପରିଲକ୍ଷିତ ହୁଏ, ” ଆମ୍ଭେମାନେ ପ୍ରେମ କରୁ କାରଣ ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରଥମରେ ପ୍ରେମ କଲେ । ( ୧ ମ ଯୋହନ ୪:୧୯) ହୃଦୟରେ ଈଶ୍ବରଙ୍କ ମହିମା ନୂତନୀକୃତ ହେଲେ, ପ୍ରତ୍ୟେକକର୍ମ ଶୃଙ୍ଖଳାରେ ସାଧିତ ହୁଏ । ଏପରି ପ୍ରେମ ଚରିତ୍ର ଗଠନ କରେ, ସକଳ ପ୍ରବୃତିକୁ ନିୟନ୍ତ୍ରଣ କରେ । ଶତ୍ରୁତା ଭାବ ତ୍ୟାଗ କରେ, ମମତାକୁ ଜଗାଏ । ଏହି ପ୍ରେମ ଆତ୍ମାରେ ପ୍ରୀତିକର ହେଲେ, ଜୀବନକୁ ମଧୁମୟ କରେ ଓ ଚତୁର୍ଦ୍ଦିଗରେ ବିଶୁଦ୍ଧ ପ୍ରଭାବ ବିସ୍ତାର କରେ ।ଖ୍ରୀପ 40.3

    ଯେଉଁମାନେ ନୂତନଭାବେ ଈଶ୍ଵରଙ୍କ ଅନୁଗ୍ରହ ଉପରେ ଭରସା କରି ଅଛନ୍ତି, ସେହିପରି ଈଶ୍ଵରଙ୍କ ସନ୍ତାନମାନଙ୍କ ପକ୍ଷେ ଦୁଇଟି ଭୁଲ୍ ପ୍ରତି ସତର୍କ ରହିବା ଦରକାର । ପ୍ରଥମଟି ଏହି ଯେ, ସେମାନେ ଆପଣାମାନଙ୍କ କର୍ମ ଉପରେ ନିର୍ଭର କରି, ଈଶ୍ବରଙ୍କ ସହିତ ମିଳିତ ହେବାକୁ ବିଶ୍ୱାସକରନ୍ତି । ଯେଉଁମାନେ ନିଜର କର୍ମଦ୍ଵାରା ବ୍ୟବସ୍ଥା ପାଳନ କରି ପବିତ୍ର ହେବାକୁ ଚେଷ୍ଟା କରୁଅଛନ୍ତି, ସେମାନେ ଏକ ଅସମ୍ଭବ କାର୍ଯ୍ୟ କରିବାକୁ ପ୍ରୟାସ କରୁଛନ୍ତି । ଖ୍ରୀଷ୍ଟଙ୍କ ବ୍ୟତୀତ ଯାହାସବୁ ମନୁଷ୍ୟ କରେ, ସେସବୁ ସ୍ଵାର୍ଥ ଓ ପାପରେ କଳୁଷିତ ହୁଏ । ଏହା କେବଳ ଖ୍ରୀଷ୍ଟଙ୍କ ଅନୁଗ୍ରହ, ବିଶ୍ବାସ ଦେଇ ଆମ୍ଭମାନଙ୍କୁ ପବିତ୍ର କରିପାରେ ।ଖ୍ରୀପ 41.1

    ଅନ୍ୟଟି ମଧ୍ୟ କୌଣସିମତେ ଉଣା ବିପଦପୂର୍ଣ୍ଣ ନୁହେଁ, ତାହାହେଲା, ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ ରିଖିଲେ ବ୍ୟବସ୍ଥା ପାଳନ କରିବା ଦରକାର ନାହିଁ । କେବଳ ବିଶ୍ବାସ ଦ୍ଵାରା ଆମ୍ଭେମାନେ ଖ୍ରୀଷ୍ଟଙ୍କ ଅନୁଗ୍ରହର ଅଂଶୀଦାର ହୋଇପାରିବା ଓ ଆମ୍ଭମାନଙ୍କ କର୍ମର ପରିତ୍ରାଣ ସହିତ କୌଣସି ସମ୍ପର୍କ ନାହିଁ ।ଖ୍ରୀପ 41.2

    କିନ୍ତୁ ବର୍ତମାନ ଲକ୍ଷ୍ୟକର ଆଜ୍ଞାବହତା କେବଳ ବାହ୍ୟ ସ୍ବୀକୃତି ନୁହେଁ କିନ୍ତୁ ତାହା ପ୍ରେମର ସେବା ମାତ୍ର । ଈଶ୍ବରଙ୍କ ବ୍ୟବସ୍ଥା ତାହାଙ୍କ ଅବିକଳ ପ୍ରକୃତିର ପ୍ରକାଶନ । ଏହା ପ୍ରେମର ଗୋଟିଏ ମହାନ୍ ନିୟମର ଅନ୍ତର୍ଭୁକ୍ତ । ତେଣୁ ଏହା ସ୍ଵର୍ଗ ଓ ପୃଥିବୀରେ ତାହାଙ୍କ ଶାସନର ମୂଳଦୁଆ ଅଟେ । ” ଯଦି ଆମ୍ଭମାନଙ୍କ ହୃଦୟ ଈଶ୍ବରଙ୍କ ସାଦୃଶ୍ୟରେ ନୂତନୀକୃତ ହୁଏ, ଯଦି ସ୍ଵର୍ଗୀୟ ପ୍ରେମ ଆତ୍ମାରେ ରୋପିତ ହୁଏ, ତେବେ ଜୀବନରେ କ’ଣ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରାଯିବନାହିଁ ? ଯେତେବେଳେ ପ୍ରେମର ନୀତି ହୃଦୟରେ ରୋପଣ କରାଯାଏ, ମନୁଷ୍ୟ ଯେତେବେଳେ। ତାହାର ସୃଷ୍ଟିକର୍ତ୍ତାଙ୍କ ସାଦୃଶ୍ୟରେ ନୂତନୀକୃତ ହୁଏ, ସେତେବେଳେ ନୂତନ ନିୟମର ପ୍ରତିଜ୍ଞ।ପୂର୍ଣ୍ଣହୁଏ । ” ଆମେ ସେମାନଙ୍କ ସହିତ ଯେଉଁ ନିୟମସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି ସେମାନଙ୍କ ମନରେ ସେହିସବୁ ଲେଖିବ ।” ( ଏବ୍ରୀ ୧୦:୧୬) ଯଦି ହୃଦୟରେ ବ୍ୟବସ୍ଥା ଲିଖିତ ହୁଏ, ତେବେ ସେ ଜୀବନକୁ ନିୟନ୍ତ୍ରଣ କରିବ ନାହିଁ କି ? ଆଜ୍ଞାବହତା- ସେବା ଓ ପ୍ରେମରେ ଆନୁଗତ୍ୟ ଏହା ଶିଷ୍ୟତ୍ଵର ପ୍ରକୃତ ଚିହ୍ନ । ଶାସ୍ତ୍ର ଏହିପରି କହେ, “କାରଣ ଈଶ୍ଵରଙ୍କୁ ପ୍ରେମ କରିବା ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା ଆଉ ତାହାଙ୍କ ଆଜ୍ଞାସବୁ ଭାରରୂପ ନୁହେଁ ।” ତାହାଙ୍କ ଆଜ୍ଞା ପାଳନ ନକରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ ।” (୧ ଯୋହନ ୫:୩; ୨:୪) ଆଜ୍ଞାବହତାରୁ ମୁକ୍ତ କରିବା ପରିବର୍ତ୍ତେ , କେବଳ ବିଶ୍ଵାସ, ଖ୍ରୀଷ୍ଟଙ୍କ ଅନୁଗ୍ରହର ଅଂଶଦାର ଆମ୍ଭମାନଙ୍କୁ କରେ, ଯାହା ଆମ୍ଭମାନଙ୍କୁ ଆଜ୍ଞାବହତା ପ୍ରଦାନ କରେ । ଖ୍ରୀପ 41.3

    ଆସ୍ତମାନଙ୍କ ଆଜ୍ଞାବହତା ଦ୍ଵାରା ଆମ୍ଭେମାନେ ପରିତ୍ରାଣ ଅର୍ଜନ କରିପାରିବା ନାହିଁ, ଯେଣୁ ପରିତ୍ରାଣ ଈଶ୍ୱରଙ୍କ ବିନାମୂଲ୍ୟର ଦାନ ଏବଂ ତାହା ବିଶ୍ବାସରେ ପାଇପାରିବା । କିନ୍ତୁ ଆଜ୍ଞାବହତା ବିଶ୍ବାସର ଫଳ ଅଟେ । “ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ ! ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖିନାହିଁ, କି ଅବା ତାହାଙ୍କୁ ଜାଣିନାହିଁ ।” (୧ ଯୋହନ ୩:୫, ୬) ଏଠାରେ ସତ୍ୟ ପରୀକ୍ଷା ହୁଏ । ଯେବେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଉ ଓ ଈଶ୍ୱରଙ୍କର ପ୍ରେମ ଆମ୍ଭମାନଙ୍କଠାରେ ବାସକରେ । ତେବେ ଆମ୍ଭମାନଙ୍କ ସମବେଦନା, ଚିନ୍ତାଧାରା, ଉଦ୍ଦେଶ୍ୟ, କାର୍ଯ୍ୟାବଳୀ ଈଶ୍ବରଙ୍କ ବ୍ୟବସ୍ଥାର ଶିକ୍ଷାନୁସାରେ ଈଶ୍ଵରଙ୍କଇଚ୍ଛା ସହିତ ସମ୍ମିଳିତ ହୁଏ । “ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନକରୁ; ଯେ ଧର୍ମାଚରଣକରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ ।” (୧ ଯୋହନ ୩:୭) ସିନୟ ପର୍ବତରେ ପରମେଶ୍ବରଙ୍କ ଦଶଆଜ୍ଞା ଯେପରି ଦ ହୋଇଅଛି, ତଦନୁଯାୟୀ ଧାର୍ମିକତାକୁ ବ୍ୟାଖ୍ୟା କରାଯାଇଅଛି ।ଖ୍ରୀପ 41.4

    ଖ୍ରୀଷ୍ଟଙ୍କଠାରେ ଯେଉଁ ନାମଧାରୀ ବିଶ୍ବାସ ଖ୍ରୀଷ୍ଟଙ୍କ ବାଧ୍ୟତାରୁ ମୁକ୍ତ କରେ ତାହା ବିଶ୍ବାସ ନୁହେଁ କିନ୍ତୁ ଉଦ୍ଧତ ବିଶ୍ୱାସ । “ଅନୁଗ୍ରହରେ ତୁମ୍ଭେମାନେ ବିଶ୍ଵାସଦ୍ବାରା ପରିତ୍ରାଣ ପାଇଅଛ । “କିନ୍ତୁ କର୍ମବିନୁ ବିଶ୍ବାସ ମୃତ ।” (ଏଫିସୀ ୨:୫; ଯାକୁବ ୨:୧୭) ଯୀଶୁଖ୍ରୀଷ୍ଟ ସ୍ବର୍ଗରୁ ଏହି ପୃଥିବୀକି ଆସିବା ପୂର୍ବେ ତାହାଙ୍କ ସମ୍ବନ୍ଧରେ ସେ କହିଲେ- ” ହେ ମୋହର ପରମେଶ୍ବର, ତୁମ୍ଭରଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ ।” (ଗୀତସଂହିତା ୪୦:୮) ଓ ସ୍ୱର୍ଗାରୋହଣ କରିବା କିଛି ସମୟ ପୂର୍ବେ ସେ ଘୋଷଣା କଲେ- “ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିରହୋଇ ରହିଥାଏ ସେ ପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ ।” (ଯୋହନ ୧୫:୧୦) ଧର୍ମଶାସ୍ତ୍ର କହେ, ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ ।” ” ଯେ ତାହାଙ୍କଠାରେ ରହେ ବୋଲି କହେ, ତାହାର ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ ।” (୧ ଯୋହନ ୨:୩, ୬) “କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି ।” ( ୨ ପିତର ୧: ୨୧)ଖ୍ରୀପ 42.1

    ଅନନ୍ତ ଜୀବନ ଲାଭ କରିବା ନିମନ୍ତେ ଚୁକ୍ତି କେବଳ ଗୋଟିଏ-ପୂର୍ବରେ ଯାହା ଥିଲା ବର୍ତମାନ ମଧ୍ୟ ତାହା ରହିଛି । ଆଦି ପିତାମାତା ପାପରେ ପତିତ ହେବା ପୂର୍ବେ ପାରଦିଶରେ ଯାହାଥିଲା- ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହତା, ସମ୍ପୂର୍ଣ୍ଣ ଧାର୍ମିକତା । ଯେବେ ଅନନ୍ତ ଜୀବନ ଆଉ ଅନ୍ୟକିଛି ନିମ୍ନ ଶ୍ରେଣୀୟ ଚୁକ୍ତିରେ ଦ ହୁଏ ତେବେ ସମୁଦାୟ ବିଶ୍ଵ ମଣ୍ଡଳରେ ସୁଖ ବିପଦଜନକ ହେବ । ପାପ ନିମନ୍ତେ ପଥ ଖୋଲା ହେବ, ଫଳରେ ଦୁଃଖକଷ୍ଟ ସବୁ ଚିରସ୍ମରଣୀୟ ହେବ ।ଖ୍ରୀପ 42.2

    ପାପରେ ପତିତ ହେବା ପୂର୍ବେ ଆଦିପିତା ଆଦମ, ପରମେଶ୍ବରଙ୍କ ବ୍ୟବସ୍ଥା ପାଳନକରି ଧାର୍ମିକ ଚରିତ୍ର ଗଠନ କରିବାକୁ ସୁଯୋଗ ପାଇଥିଲେ କିନ୍ତୁ ପାପରେ ପତିତ ହେବା ଯୋଗୁଁ, ଆମ୍ଭମାନଙ୍କ ସ୍ୱଭାବ ପାପୀଷ୍ଠ ହେଲା ଏବଂ ଆମ୍ଭେମାନେ ଆପଣମାନଙ୍କୁ ଧାର୍ମିକ କରିପାରିବା ନାହିଁ । ସୁତରାଂ ପାପରେ ଅପବିତ୍ର ଥିବାହେତୁ ଈଶ୍ବରଙ୍କ ପବିତ୍ର ବ୍ୟବସ୍ଥାକୁ ସତ୍ୟରେ ପାଳନ କରିପାରିବା ନାହିଁ । ଈଶ୍ଵରଙ୍କ ଏହି ପବିତ୍ର ବ୍ୟବସ୍ଥାର ଦାବୀ ଅନୁସାରେ ଆମ୍ଭମାନଙ୍କଠାରେ ନିଜର ଧାର୍ମିକତା ନାହିଁ । ଏଣୁ ଖ୍ରୀଷ୍ଟ ଏଥିରୁ ଉଦ୍ଧାର ପାଇବା ପାଇଁ ଏକ ପନ୍ଥା ସୃଷ୍ଟି କରିଅଛନ୍ତି । ସେ ଆମ୍ଭମାନଙ୍କ ସଦୃଶ ଏହି ପୃଥିବୀରେ ପରୀକ୍ଷା ଓ ପ୍ରଲୋଭନ ମଧ୍ୟରେ ବାସ କଲେ । ସେ ନିଷ୍ପାପ ଜୀବନଯାପନ କଲେ । ସେ ଆମ୍ଭମାନଙ୍କ ନିମନ୍ତେ ପ୍ରାଣତ୍ୟାଗ କଲେ ଓ ବର୍ତ୍ତମାନ ଆମ୍ଭମାନଙ୍କର ପାପ ସକଳ ନେଇ ଧାର୍ମିକ ପ୍ରଦାନ କରନ୍ତି । ଯଦି ତୁମେ ନିଜକୁ ତାହାଙ୍କୁ ଦେବ ଓ ପରିତ୍ରାଣକର୍ତ୍ତା ବୋଲି ତାହାକୁ ଗ୍ରହଣ କରିବ, ଯେତେ ବଡ଼ ପାପୀ ତୁମ୍ଭ ହୁଅନା କାହିଁକି, ତାହାଙ୍କ ନିମନ୍ତେ ତୁମ୍ଭେ ଧାର୍ମିକ ଗଣିତ ହେବ । ତୁମ୍ଭ ଚରିତ୍ର ବଦଳରେ ଖ୍ରୀଷ୍ଟଙ୍କ ଚରିତ୍ର ତୁମ୍ଭର ହେବ ଓ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଗୃହୀତ ହେବ, ଯେପରି ତୁମ୍ଭେ କିଛି ପାପ କରି ନାହିଁ ।ଖ୍ରୀପ 43.1

    ଅଧିକନ୍ତୁ, ଖ୍ରୀଷ୍ଟ ହୃଦୟ ପରିବର୍ତନ କରିବାକୁ ସକ୍ଷମ ଅଟନ୍ତି । ସେ ବିଶ୍ବାସରେ ତୁମ୍ଭହୃଦୟରେ ବାସ କରନ୍ତି । ଏପରି ସମ୍ପର୍କ ତୁମ୍ଭେ ଖ୍ରୀଷ୍ଟଙ୍କ ସଙ୍ଗେ ସଦାସର୍ବଦା ବିଶ୍ବାସରେ ରଖି ତୁମ୍ଭର ଇଚ୍ଛା ଶକ୍ତିକି ସର୍ବଦା ତାହାଙ୍କଠାରେ ଅର୍ପଣ କରିପାରିବ । ଏପରି କରୁଥିବା ପର୍ଯ୍ୟନ୍ତ ଖ୍ରୀଷ୍ଟ ତୁମ୍ଭଠାରେ ତାହାଙ୍କ ଇଚ୍ଛା ଓ ସନ୍ତୋଷ ଅନୁସାରେ ଇଚ୍ଛା କରିବାକୁ ଶକ୍ତି ଦେବେ । ଅତଏବ ତୁମ୍ଭେ କହିପାରିବ, “ମୁଁ ଖ୍ରୀଷ୍ଟଙ୍କ ସହିତ କୃଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋଠାରେ ଜୀବିତ ଅଛନ୍ତି; ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ବାସରେ, ଅର୍ଥାତ୍ ଈଶ୍ବରଙ୍କ ଯେଉଁ ପୁତ୍ର ମୋତେ ପ୍ରେମକରି ମୋ ନିମନ୍ତେ ଆପଣାକୁ ଉସର୍ଗ କଲେ, ତାହାଙ୍କଠାରେ ବିଶ୍ବାସକରି ଯାପନ କରୁଅଛି ।” (ଗାଲତୀ ୨:୨୦) ଏଣୁ ଯୀଶୁଖ୍ରୀଷ୍ଟ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, କିନ୍ତୁ ତୁମ୍ଭେମାନେ ବକ୍ତା ନୁହେଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି ସେ ବକ୍ତା ଅଟନ୍ତି । ଯେଣୁ ଖ୍ରୀଷ୍ଟ ତୁମ ସଙ୍ଗେ କାର୍ଯ୍ୟ କରୁଥିବା ଯୋଗୁଁ ଉତ୍ତମ କାର୍ଯ୍ୟ କରିବାକୁ ତୁମ୍ଭେ ମନ ବଳାଇବ-ଧାର୍ମିକତା ଓ ଆଜ୍ଞାବହତାର କାର୍ଯ୍ୟ ।ଖ୍ରୀପ 43.2

    ତେଣୁ ଗର୍ବି ହୋଇ ଦର୍ପ କରିବା ପାଇଁ ଆଉ କିଛି ନାହିଁ । ଆତ୍ମ ବଡ଼ିମା କରିବା ନିମନ୍ତେ ଆଉ କୌଣସି ସ୍ଥାନ ନାହିଁ । କେବଳ ଖ୍ରୀଷ୍ଟ ଆମ୍ଭମାନଙ୍କର ଦର୍ପର କାରଣ, ସେ ଆମ୍ଭମାନଙ୍କୁ ଧାର୍ମିକତା ଅର୍ପଣ କରି ଅଛନ୍ତି ଓ ତାହାଙ୍କ ଆତ୍ମାଙ୍କ ଦ୍ଵାରା ଆମ୍ଭମାନଙ୍କ ଠାରେ କାର୍ଯ୍ୟ କରନ୍ତି ।ଖ୍ରୀପ 43.3

    ଯେତେବେଳେ ଆମ୍ଭେ ବିଶ୍ଵାସ କଥା କହୁଁ, ସେତେବେଳେ ଗୋଟିଏ ପୃଥକ କଥା ଆମ୍ଭମାନଙ୍କ ମନରେ ରଖିବା ଉଚିତ୍ । ଗୋଟିଏ ପ୍ରକାର ଧର୍ମଗତ ରହିଛି ଯାହା ବିଶ୍ଵାସଠାରୁ ସଂପୂର୍ଣ୍ଣ ପୃଥକ । ଈଶ୍ବର ବାସ୍ତବତା ଏବଂ ତାହାଙ୍କର ଶକ୍ତି, ତାହାଙ୍କ ବାକ୍ୟରେ ସତ୍ୟତା, ଏହା ସବୁ ନିରାଟ ସତ୍ୟ ଅଟେ । ଶୟତାନ କିମ୍ବା ତାହାର ସକଳ ଦୂତଗଣ ଅନ୍ତରରେ ଏହି ବାସ୍ତବତାକୁ ନାସ୍ତିକରି ପାରନ୍ତି ନାହିଁ । ପବିତ୍ର ବାଇବଲ କହେ “ଭୂତମାନେ ମଧ୍ୟ ବିଶ୍ଵାସ କରି ଥରହର ହୁଅନ୍ତି ।” (ଯାକୁବ ୨:୧୯) କିନ୍ତୁ ଏହା ବିଶ୍ବାସ ନୁହେଁ। ପରମେଶ୍ବରଙ୍କ ବାକ୍ୟକୁ ବିଶ୍ବାସକରିବା ଓ ଆଜ୍ଞାବହ ହେବା, ଆପଣା ହୃଦୟ ତାହାଙ୍କୁ ଅର୍ପଣ କରିବା ଏବଂ ସକଳ ମମତା ତାହାଙ୍କ ସହିତ ଯୁକ୍ତ କରିବା ସେଠାରେ ବିଶ୍ବାସ ଅଛି ଯେଉଁ ବିଶ୍ବାସ ପ୍ରେମ ଦ୍ଵାରା କାର୍ଯ୍ୟ କରେ ଏବଂ ଆତ୍ମାକୁ ନିର୍ମଳ କରେ, ଏହି ବିଶ୍ବାସ ଦେଇ ହୃଦୟ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ନୂତନୀକୃତ ହୁଏ । ଯେଉଁ ହୃଦୟ ନୂତନୀକୃତ ନୁହେଁ, ତାହା ପରମେଶ୍ବରଙ୍କ ବ୍ୟବସ୍ଥାର ଆଜ୍ଞାବହ ନୁହେଁ, ପ୍ରକୃତରେ ହୋଇପାରେନା । ବର୍ତମାନ ଈଶ୍ଵରଙ୍କ ପବିତ୍ର ବିଧି ଉପରେ ଆନନ୍ଦକରେ, ଗୀତରଚକଙ୍କ ସଙ୍ଗେ ଘୋଷଣା କରି କହୁ, “ମୁଁ ତୁମ୍ଭର ବ୍ୟବସ୍ଥାକୁ କେମନ୍ତ ପ୍ରିୟ ମଣେ, ତାହା ଦିନ ଯାକ ମୋହର ଧ୍ୟାନ । (ଗୀତ ସଂହିତା ୧୧୯ :୯୭) ଆଉ ବ୍ୟବସ୍ଥାର ଧାର୍ମିକତା ଆମ୍ଭମାନଙ୍କର ହୁଏ “ଯେପରି ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉଁ ଯେ ଆମ୍ଭେମାନେ ।” (ରୋମୀ ୮:୪)ଖ୍ରୀପ 43.4

    ଏପରି ଅନେକେ ଅଛନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କର ପ୍ରେମରେ କ୍ଷମା କଥା ଜାଣନ୍ତି ଓ ପ୍ରକୃତରେ ସେମାନେ ଈଶ୍ଵରଙ୍କ ସନ୍ତାନ ସନ୍ତତି ହେବାକୁ ଚାହାନ୍ତି ତଥାପି ସେମାନେ ଅନୁଭବ କରନ୍ତି ଯେ, ସେମାନଙ୍କର ଚରିତ୍ର ସିଦ୍ଧ ନୁହେଁ, ଜୀବନ ତୃଟିପୂର୍ଣ୍ଣ ଓ ସେମାନେ ସନ୍ଦେହ କରନ୍ତି ଯେ ସେମାନଙ୍କ ହୃଦୟ ପବିତ୍ର ଆତ୍ମାଙ୍କ ଦ୍ଵାରା ନୂତନୀକୃତ ହୋଇଛି ନା ନାହିଁ । ସେମାନଙ୍କୁ ମୁଁ କହେ, ନିରାଶାରେ ପଛଘୁ । ଦିଅନାହିଁ । ଆମ୍ଭେମାନେ ଅଧୁକାଂଶ ସମୟରେ ଖ୍ରୀଷ୍ଟଙ୍କ ଚରଣ ତଳେ ନତ ମସ୍ତକ ହୋଇ, ଲୋତକ ସହ କ୍ରନ୍ଦନ କରିବା ଉଚିତ୍, ଆମ୍ଭମାନଙ୍କ ଭୁଲ୍ ଭ୍ରାନ୍ତି ନିମନ୍ତେ ହତୋତ୍ସାହ ହେବାର କୌଣସି କାରଣ ନାହିଁ । ଶତୃଦ୍ଵାରା ପରାଜିତ ହେଲେ ମଧ୍ୟ ଆମ୍ଭେମାନେ ଈଶ୍ବରଙ୍କ ଦ୍ବାରା ବିତାଡ଼ିତ, ପରିତ୍ୟକ୍ତ, ଅଗ୍ରାହ୍ୟ ନୋହୁ । ଖ୍ରୀଷ୍ଟ ଈଶ୍ବରଙ୍କ ଦକ୍ଷିଣ ପାଖରେ ଅଛନ୍ତି, ଯେ କି ଆମ୍ଭମାନଙ୍କ ନିମନ୍ତେ ମଧ୍ୟସ୍ତତା କରନ୍ତି । ପ୍ରିୟତମ ଯୋହନ କହିଲେ, “ଏ ନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଚାମୁରେ ଆମ୍ଭମାନଙ୍କ ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁଖ୍ରୀଷ୍ଟ ।” (୧ ଯୋହନ ୨:୧) ଖ୍ରୀଷ୍ଟଙ୍କର ବାକ୍ୟ ଭୁଲିଯାନ୍ତୁ ନାହିଁ, ପିତା ସ୍ଵୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି । ତୁମ୍ଭକୁ ତାହାଙ୍କ ପାଖକୁ ନେବାକୁ ସେ ଇଚ୍ଛା କରନ୍ତି ଯେପରି ତାହାଙ୍କ ପବିତ୍ରତା ଓ ନିର୍ମଳତା ତୁମ୍ଭଠାରେ ପ୍ରତିବିମ୍ବିତ ହେବ । ଯଦି ତୁମ୍ଭେ ନିଜକୁ ତାହାଙ୍କଠାରେ ସମର୍ପଣ କରିବ, ତୁମ୍ଭଠାରେ ସେ ଯେଉଁ ଉତ୍ତମ କର୍ମ ଆରମ୍ଭ କରିଅଛନ୍ତି, ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ସେ ତୁମ୍ଭକୁ ଆଗକୁ କଢ଼ାଇ ନେବେ । ଏଣୁ ନିରନ୍ତର ପ୍ରାର୍ଥନା କର ଆଉ ଅଧିକଭାବେ ବିଶ୍ବାସ କର । ଆମ୍ଭେମାନେ ନିଜଶକ୍ତି ଉପରେ ଯେପରି ନିର୍ଭର ନ କରୁ, ଆସନ୍ତୁ ଆମ୍ଭେମାନେ ମୁକ୍ତିଦାତାଙ୍କ ଉପରେ ନିର୍ଭର କରୁ । ତାହାଙ୍କୁ ଧନ୍ୟବାଦ ଦେଉ କାରଣ ସେ ଆମ୍ଭମାନଙ୍କର ମୁଖମଣ୍ଡଳର ସ୍ବାସ୍ଥ୍ୟ ଅଟନ୍ତି ।ଖ୍ରୀପ 44.1

    ଯୀଶୁଙ୍କ ନିକଟବର୍ତ୍ତୀ ହେଲେ ତୁମ୍ଭେ ଆପଣାକୁ ଅଧିକ ତୃଟିଯୁକ୍ତ ବୋଲି ନିଜ ଚକ୍ଷୁରେ ଦେଖିବ । ତୁମ୍ଭର ଦୃଷ୍ଟି ନିର୍ମଳ ହେବ ଓ ତୁମ୍ଭର ଦୁର୍ବଳ ଅବସ୍ଥା ତାହାଙ୍କ ସଂସିଦ୍ଧ ଅବସ୍ଥା ତୁଳନାରେ ଅତି ନିର୍ମଳ ଭାବେ ଦେଖାଯିବ । ଶୟତାନର ପ୍ରବର୍ତ୍ତନା ଯେ ନଷ୍ଟ ହୋଇଯାଇଛି, ଏହା ତାହାର ପ୍ରମାଣ ଅଟେ । ଈଶ୍ବରଙ୍କ ଆତ୍ମାର ଉଜ୍ଜଳ ପ୍ରଭାବି ତୁମକୁ ଜାଗ୍ରତ କରିବ ।ଖ୍ରୀପ 44.2

    ଆପଣାର ପାପୀଷ୍ଠ ସ୍ଵଭାବ ହୃଦୟଙ୍ଗମ ନ କଲେ, ଖ୍ରୀଷ୍ଟଙ୍କ ନିମନ୍ତେ ଗଭୀର ପ୍ରେମହୃଦୟରେ ବାସ କରିପାରେ ନାହିଁ । ଯେଉଁ ଆତ୍ମା ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ବାରା ପରିବର୍ତ୍ତିତ ହୋଇଅଛି, ସେ ତାହାଙ୍କ ଈଶ୍ଵରୀୟ ଚରିତ୍ରର ଗୁଣାନୁବାଦ କରେ । ଆମ୍ଭେମାନେ ଆପଣାର ନୈତିକ ବିକୃତ ଅବସ୍ଥା ଅବଗତ ନ ହେବା ଯାଏ, ଖ୍ରୀଷ୍ଟଙ୍କର ଚରିତ୍ରର ସୌନ୍ଦର୍ଯ୍ୟ କଦାପି ଉପଲବ୍ଧ କରିପାରିବା ନାହିଁ ।ଖ୍ରୀପ 45.1

    ଆମ୍ଭେମାନେ ନିଜକୁ ଯେତେ ତୁଚ୍ଛଜ୍ଞାନ କରିବା, ତ୍ରାଣକର୍ତ୍ତାଙ୍କର ଅସୀମ ନିର୍ମଳତା ଓ ପ୍ରେମିକ ଚରିତ୍ରର ଉତ୍କୃଷ୍ଟତା ସେତେ ଅଧିକ ଅନୁଭବ କରିପାରିବା । ଆମ୍ଭମାନଙ୍କର ପାପୀଷ୍ଠତା ତାହାଙ୍କ ପାଖକୁ ନେଇଯାଏ, ଯେ କି କ୍ଷମା କରିପାରନ୍ତି; ଯେତେବେଳେ ଆତ୍ମା ନିରାଶାରେ ଖ୍ରୀଷ୍ଟଙ୍କ ପାଖକୁ ଯାଇ ପହ , ସେତେବେଳେ ସେ ତାହାଙ୍କୁ ଶକ୍ତିରେ ପ୍ରକାଶ କରିବେ । ଯେତେ ଅଧିକ ଭାବରେ ଆମେ ଆମର ଆବଶ୍ୟକତାନେଇ ତାହାଙ୍କ ପାଖକୁ ଓ ତାହାଙ୍କ ବାକ୍ୟ ପାଖକୁ ଯିବା ସେତେ ଅଧିକ ତାହାଙ୍କ ଚରିତ୍ର ସମ୍ବନ୍ଧରେ ଜ୍ଞାନ ପାଇବା ଓ ଆଉ ଅଧିକ ସଂପୂର୍ଣ୍ଣ ଭାବରେ ତାହାଙ୍କ ପ୍ରତିମୂର୍ତ୍ତି ଆମ୍ଭେମାନେ ପ୍ରତିବିମ୍ବିତ କରିବା ।ଖ୍ରୀପ 45.2

    *****

    Larger font
    Smaller font
    Copy
    Print
    Contents